ଧୋନୀଙ୍କ ୭ ନମ୍ବର ଜର୍ସି ପଛର ରହସ୍ୟ କ’ଣ ଜାଣନ୍ତି
ନୂଆଦିଲ୍ଲୀ,୧୧।୧: ଏମଏସ ଧୋନୀ ଦୁନିଆର ପ୍ରିୟ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶଂସକମାନେ ମଧ୍ୟ ଧୋନୀଙ୍କ ଜର୍ସି ନମ୍ବର ୭ ପଛର ରହସ୍ୟ ଜାଣିବାକୁ ଚାହାଁନ୍ତି, ସେ କାହିଁକି ଏହି ନମ୍ବର ବାଛିଲେ? ଏବେ ଧୋନୀ ନିଜେ ୭ ନମ୍ବର ପଛର ରହସ୍ୟ ଉନ୍ମୋଚନ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଧୋନୀ ଜର୍ସି ନମ୍ବର ସାତ ବିଷୟରେ କହୁଥିବାର ନଜର ଆସିଛନ୍ତି। ଭିଡିଓରେ ଧୋନୀଙ୍କୁ ପ୍ରଶ୍ନ ପଚରାଯାଏ, ଆପଣଙ୍କ ପାଇଁ ୭ ନମ୍ବର କାହିଁକି […] The post ଧୋନୀଙ୍କ ୭ ନମ୍ବର ଜର୍ସି ପଛର ରହସ୍ୟ କ’ଣ ଜାଣନ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧: ଏମଏସ ଧୋନୀ ଦୁନିଆର ପ୍ରିୟ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶଂସକମାନେ ମଧ୍ୟ ଧୋନୀଙ୍କ ଜର୍ସି ନମ୍ବର ୭ ପଛର ରହସ୍ୟ ଜାଣିବାକୁ ଚାହାଁନ୍ତି, ସେ କାହିଁକି ଏହି ନମ୍ବର ବାଛିଲେ? ଏବେ ଧୋନୀ ନିଜେ ୭ ନମ୍ବର ପଛର ରହସ୍ୟ ଉନ୍ମୋଚନ କରିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଧୋନୀ ଜର୍ସି ନମ୍ବର ସାତ ବିଷୟରେ କହୁଥିବାର ନଜର ଆସିଛନ୍ତି। ଭିଡିଓରେ ଧୋନୀଙ୍କୁ ପ୍ରଶ୍ନ ପଚରାଯାଏ, ଆପଣଙ୍କ ପାଇଁ ୭ ନମ୍ବର କାହିଁକି ଗୁରୁତ୍ୱପୂର୍ଣ୍ଣ ଥିଲା। ଧୋନୀ କହିଥିଲେ, ପ୍ରକୃତରେ ସେହି ଦିନ ଥିଲା ଯେତେବେଳେ ମୋର ମାତାପିତା ନିଷ୍ପତ୍ତି ନେଇଥିଲେ ଯେ ମୁଁ ଦୁନିଆକୁ ଆସିବି। ଧୋନୀଙ୍କ ଏହି ଶବ୍ଦ ଶୁଣି ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଲେ। ତା’ପରେ ଧୋନୀ ଆହୁରି କୁହନ୍ତି, ମୁଁ ୭ ଜୁଲାଇରେ ଜନ୍ମ ହୋଇଥିଲି ଏବଂ ଜୁଲାଇ ହେଉଛି ସପ୍ତମ ମାସ। ତେଣୁ ମୋ ପାଇଁ ଏହା ସହଜ ଥିଲା।
ମହେନ୍ଦ୍ର ସିଂ ଧୋନୀ ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବାର ଦେଖିବାକ ମିଳିବ।ଏହାପୂର୍ବରୁ ଆଇପିଏଲ ୨୦୨୩ରେ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଚାମ୍ପିଅନ ହୋଇଥିଲା।
The post ଧୋନୀଙ୍କ ୭ ନମ୍ବର ଜର୍ସି ପଛର ରହସ୍ୟ କ’ଣ ଜାଣନ୍ତି appeared first on Dharitri Odia News.