ହାଇସ୍କୁଲରେ ଶହେଶଯ୍ୟା ବିଶିଷ୍ଟ ଛାତ୍ରାବାସ…

ନୂଆପଡ଼ା,୨।୭ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ପଞ୍ଚାୟତ ମେଣ୍ଡାଟାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଉଦ୍‌ଘାଟିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଖେମ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଲଖନା ସରପଞ୍ଚ ପଦ୍ମନୀ ସୁନା ମୁଖ୍ୟଅତିଥି, ଗାଁ ଗୌନ୍ତିଆ ରୋହିତ ମାଝି, ବିଦ୍ୟାଲୟ ପରିଚାଳନା କମିଟି ସଭାନେତ୍ରୀ ଯଶୋବନ୍ତି ବାଗ, ଡିଙ୍ଗର ମାଝି, ଦେବରାଜ […] The post ହାଇସ୍କୁଲରେ ଶହେଶଯ୍ୟା ବିଶିଷ୍ଟ ଛାତ୍ରାବାସ… appeared first on Dharitri Odia News.

ହାଇସ୍କୁଲରେ ଶହେଶଯ୍ୟା ବିଶିଷ୍ଟ ଛାତ୍ରାବାସ…

ନୂଆପଡ଼ା,୨।୭ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ପଞ୍ଚାୟତ ମେଣ୍ଡାଟାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଉଦ୍‌ଘାଟିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଖେମ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଲଖନା ସରପଞ୍ଚ ପଦ୍ମନୀ ସୁନା ମୁଖ୍ୟଅତିଥି, ଗାଁ ଗୌନ୍ତିଆ ରୋହିତ ମାଝି, ବିଦ୍ୟାଲୟ ପରିଚାଳନା କମିଟି ସଭାନେତ୍ରୀ ଯଶୋବନ୍ତି ବାଗ, ଡିଙ୍ଗର ମାଝି, ଦେବରାଜ ଶବର, ବୃଷବ ଶବର, ନାରାୟଣ ହଂସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଛାତ୍ରାବାସ ଅଞ୍ଚଳର ଛାତ୍ରୀଛାତ୍ରଙ୍କ ବିକାଶରେ ସାହାଯ୍ୟ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଗ୍ରାମାଞ୍ଚଳର ପରମ୍ପରା ଅନୁଯାୟୀ ବିରଞ୍ଚତ୍ ମାଝି, ରାଇଧର ମାଝି, ହରି ମାଝି, ଜଗତ ରାମ ମାଝି, କୈବଳ ମାଝି, ପୁଶୁ ମାଝି, ଟଙ୍କଧର ମାଝି, ରାମ ମାଝି ଓ ଅର୍ଝୁନ ମାଝି ପ୍ରଥମେ ଗାଁ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରି ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

The post ହାଇସ୍କୁଲରେ ଶହେଶଯ୍ୟା ବିଶିଷ୍ଟ ଛାତ୍ରାବାସ… appeared first on Dharitri Odia News.