ବିଜେପିକୁ ଶିବସେନାର ତାତ୍ସଲ୍ୟ, କହିଲା ଉପ-ମୁଖ୍ୟମନ୍ତ୍ରୀ ସ୍ୱିକାର କରିବେନି ଏକନାଥ

ନୂଆଦିଲ୍ଲୀ ୨୭/୧୧: ମହାରାଷ୍ଟ୍ରରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଜାରି ରହିଛି ସସ୍‌ପେନ୍ସ । ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା। କୁହାଯାଉଛି କି, ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇଛି କୋଲ୍ଡ ଓ୍ୱାର । ସସ୍‌ପେନ୍ସରେ ଏଣ୍ଟ୍ରି ମାରିଛି ଶିବସେନା । ବିଜେପି କଟାକ୍ଷ କରି ଜବାବ ରଖିଛି । ଶିବସେନା ଖୋଲାଖୋଲି ଭାବେ କହିଛି, ସିନ୍ଦେ କେବେବି ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ।  ବୋଲି ଶିବସେନା ଖୋଲାଖୋଲି ଭାବେ କହିଛି। ଶିବସେନା ମୁଖପାତ୍ର ସଞ୍ଜୟ ଶିରସାଟ କହିଛନ୍ତି ଯେ ଏକନାଥ ସିନ୍ଦେଙ୍କ ମୁହଁକୁ ଚାହିଁ ବିଧାନସଭା ନିର୍ବାଚନ ଲଢ଼ାଯାଇଥିଲା। ଦେବେନ୍ଦ୍ର ଫଡନାଭିସ୍ ଏବଂ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ତେଣୁ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ଅଟନ୍ତି । ସେ ଆହୁରି କହିଛନ୍ତି, ଯେଉଁ ଚେହେରା ସାମ୍ନାକୁ ଆସିଛି, ତାକୁ ହିଁ ପ୍ରାଥମିକତା ଦିଆଯାଉ ବୋଲି ଆମର ଦାବି। ଯଦି ବିଜେପି ଆମର ଦାବି ପୂରଣ କରେ ତେବେ ଲୋକଙ୍କ ପାଖକୁ ଏକ ଭଲ ବାର୍ତ୍ତା ଯିବ । ଯଦି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଆସନ୍ତା ନିର୍ବାଚନରେ ଆମକୁ ଫାଇଦା ମିଳିବ। ସିନ୍ଦେଙ୍କ କାରଣରୁ ହିଁ ମହାୟୁତିକୁ ନିର୍ବାଚନରେ ଲାଭ ମିଳିଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏକନାଥ ସି

ବିଜେପିକୁ ଶିବସେନାର ତାତ୍ସଲ୍ୟ, କହିଲା ଉପ-ମୁଖ୍ୟମନ୍ତ୍ରୀ ସ୍ୱିକାର କରିବେନି ଏକନାଥ

ନୂଆଦିଲ୍ଲୀ ୨୭/୧୧: ମହାରାଷ୍ଟ୍ରରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଜାରି ରହିଛି ସସ୍‌ପେନ୍ସ । ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା। କୁହାଯାଉଛି କି, ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇଛି କୋଲ୍ଡ ଓ୍ୱାର । ସସ୍‌ପେନ୍ସରେ ଏଣ୍ଟ୍ରି ମାରିଛି ଶିବସେନା । ବିଜେପି କଟାକ୍ଷ କରି ଜବାବ ରଖିଛି । 

ଶିବସେନା ଖୋଲାଖୋଲି ଭାବେ କହିଛି, ସିନ୍ଦେ କେବେବି ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ।  ବୋଲି ଶିବସେନା ଖୋଲାଖୋଲି ଭାବେ କହିଛି। ଶିବସେନା ମୁଖପାତ୍ର ସଞ୍ଜୟ ଶିରସାଟ କହିଛନ୍ତି ଯେ ଏକନାଥ ସିନ୍ଦେଙ୍କ ମୁହଁକୁ ଚାହିଁ ବିଧାନସଭା ନିର୍ବାଚନ ଲଢ଼ାଯାଇଥିଲା। ଦେବେନ୍ଦ୍ର ଫଡନାଭିସ୍ ଏବଂ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। 

ତେଣୁ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ଅଟନ୍ତି । ସେ ଆହୁରି କହିଛନ୍ତି, ଯେଉଁ ଚେହେରା ସାମ୍ନାକୁ ଆସିଛି, ତାକୁ ହିଁ ପ୍ରାଥମିକତା ଦିଆଯାଉ ବୋଲି ଆମର ଦାବି। ଯଦି ବିଜେପି ଆମର ଦାବି ପୂରଣ କରେ ତେବେ ଲୋକଙ୍କ ପାଖକୁ ଏକ ଭଲ ବାର୍ତ୍ତା ଯିବ । ଯଦି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଆସନ୍ତା ନିର୍ବାଚନରେ ଆମକୁ ଫାଇଦା ମିଳିବ। ସିନ୍ଦେଙ୍କ କାରଣରୁ ହିଁ ମହାୟୁତିକୁ ନିର୍ବାଚନରେ ଲାଭ ମିଳିଛି । 

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏକନାଥ ସିନ୍ଦେ । ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାଓ୍ୱାରଙ୍କ ଉପସ୍ଥିତିରେ ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ ଆସନରୁ ମହାୟୁତି ମେଣ୍ଟ ୨୩୦ ଆସନରେ ବିଜୟୀ ହୋଇଛି।