ଏନକାଉଣ୍ଟର: ଜଣେ ଯବାନ ସହିଦ, ଆତଙ୍କବାଦୀଙ୍କୁ ଧରିବାକୁ ଉଦ୍ୟମ

ମୋଡେରଗାମ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ପ୍ରଥମେ ଖବର ମିଳିଥିଲା। ଏହାପରେ ସିଆରପିଏଫ, ଆର୍ମି ଓ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା।

ଏନକାଉଣ୍ଟର: ଜଣେ ଯବାନ ସହିଦ, ଆତଙ୍କବାଦୀଙ୍କୁ ଧରିବାକୁ ଉଦ୍ୟମ

ଜମ୍ମୁ-କଶ୍ମୀରର କୁଲଗାମରେ ଆଜି ବଡ଼ଧରଣର ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ। ଏଥିରେ ଜଣେ ଯବାନ ସହିଦ ହୋଇଥିଲା ବେଳେ ଏବେ ଏକନକାଉଣ୍ଟର ଜାରି ରହିଛି। ଆତଙ୍କବାଦୀମାନେ ଲୁଚି ରହି ଗୁଳି ଚଳାଉଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି।

ମୋଡେରଗାମ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ପ୍ରଥମେ ଖବର ମିଳିଥିଲା। ଏହାପରେ ସିଆରପିଏଫ, ଆର୍ମି ଓ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା।

ସୁରକ୍ଷାକର୍ମୀମାନେ ବେଶ ସତର୍କତାର ସହ ଗାଁରେ ପହଞ୍ଚିବା ସହ କର୍ଡନ କରିଥିଲେ। ଏକଥା ଆତଙ୍କବାଦୀମାନେ ଜାଣିବା ମାତ୍ରେ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ସୁରକ୍ଷାକର୍ମୀମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ।

ବେଶ କିଛି ଘଣ୍ଟାର ଗୁଳିବିନିମୟ ମଧ୍ୟରେ ଜଣେ ଯବାନଙ୍କ ଦେହରେ ଗୁଳିମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଘଟଣା ସ୍ଥଳକୁ ଅଧିକ ସଂଖ୍ୟକ ଫୋର୍ସ ପଠାଯାଇଛି ଓ ଆତଙ୍କବାଦୀଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଥିବା ସେନା ପକ୍ଷରୁ କୁହାଯାଇଛି।