ଧୋକା ଦେଉଛି କମ୍ପାନୀ: ହକ୍ ପାଇଁ ପୁଣି ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଶ୍ରମିକ
ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀର ଶ୍ରମିକମାନେ ପୁଣି ସେମାନଙ୍କ ହକ୍ ନିମନ୍ତେ ଗଞ୍ଜାମ ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି, ଜମି ଦେଲୁ, ଶ୍ରମ ଦେଲୁ, ସରାଫ ଟିଟାନିୟମ ନାମକ କମ୍ପାନୀ ଗଢ଼ିବାରେ ସମ୍ପୂର୍ଣ୍ଣ ସହଯୋଗ କଲୁ । ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଆମକୁ ଧୋକା ଦେଇଛି, ଆମକୁ ବିଭିନ୍ନ ଆଳ ଦେଖାଇ ଅସ୍ଥାୟୀ ଛଟେଇ କରିଛ। ଆମକୁ ଆମର ଜୀବିକା ଫେରାଇ ସହ ନିୟମିତ ପାରିଶ୍ରମିକ ଦେବା […] The post ଧୋକା ଦେଉଛି କମ୍ପାନୀ: ହକ୍ ପାଇଁ ପୁଣି ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଶ୍ରମିକ appeared first on Dharitri Odia News.
ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀର ଶ୍ରମିକମାନେ ପୁଣି ସେମାନଙ୍କ ହକ୍ ନିମନ୍ତେ ଗଞ୍ଜାମ ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି, ଜମି ଦେଲୁ, ଶ୍ରମ ଦେଲୁ, ସରାଫ ଟିଟାନିୟମ ନାମକ କମ୍ପାନୀ ଗଢ଼ିବାରେ ସମ୍ପୂର୍ଣ୍ଣ ସହଯୋଗ କଲୁ । ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଆମକୁ ଧୋକା ଦେଇଛି, ଆମକୁ ବିଭିନ୍ନ ଆଳ ଦେଖାଇ ଅସ୍ଥାୟୀ ଛଟେଇ କରିଛ। ଆମକୁ ଆମର ଜୀବିକା ଫେରାଇ ସହ ନିୟମିତ ପାରିଶ୍ରମିକ ଦେବା ନିମନ୍ତେ ଦାବି କରିଛନ୍ତି, ଏନେଇ ଟିଟା ନିୟମ ଏମ୍ପୋଇଜ ୟୁନିୟନ ପକ୍ଷରୁ ଶ୍ରମିକମାନେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ସେମାନଙ୍କ ଗୁହାରି ଜଣାଇବା ସହିତ ସେମାନଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।
କମ୍ପାନୀ କର୍ତ୍ତୃପକ୍ଷ ମନମୁଖୀ କାର୍ଯ୍ୟ କରୁଛି, ପ୍ରତିଶ୍ରୁତି ଦେଇ ପାଳନ କରୁନି ନିୟମ, ଜମି ଦେଇଥିବା ଶ୍ରମିକମାନଙ୍କୁ ନିଯୁକ୍ତି ନ ଦେଇ, ଲେ ଆଉଟ ସମୟରେ କମ୍ପାନୀ ଭିତରେ ୩୦ରୁ ଅଧିକା କର୍ମଚାରୀ କାମ କରୁଛନ୍ତି। ଅଥବା ଆମକୁ ଦେଉ ନାହିଁ, ଏନେଇ ଆମେ ୨୦୨୪ ନଭେମ୍ବର ୨୫ରେ ଆମ ହକ୍ ନିମନ୍ତେ କମ୍ପାନୀଙ୍କୁ ଜଣାଇବା ସହିତ ଆମକୁ ସମୟ ମାଗିଥିଲେ, ମାତ୍ର ସମୟ ଶେଷ ହେବାକୁ ଯାଉଛି,ଅତ୍ୟନ୍ତ କମ୍ପାନୀ ତାର ପ୍ରତିଶ୍ରୁତି ପାଳନ କରୁ ନି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ହକ ନିମନ୍ତେ ଏହି ଲଢେଇ ଜାରି ଜାରି ରହିବ, କର୍ମଚାରୀମାନଙ୍କ ସମସ୍ତ ଦାବି ପୂରଣ କରିବାକୁ ଦାବି ହୋଇଛି।
ଅନ୍ୟପଟେ ଗଞ୍ଜାମ ଜିଲାପାଳ କହିଛନ୍ତି, ଏହାର ତଦନ୍ତ ଚାଲିଛି, ନିୟମ ଅନୁସାରେ ସମସ୍ତ ସମସ୍ୟାର କେମିତି ସମାଧାନ ହେବ ତାହାର ଉପରେ କାର୍ଯ୍ୟ ଚାଲିଛି । ଏହି ଦାବିପତ୍ର ପ୍ରଦାନ ବେଳେ ଟିଟା ନିୟମ ଏମ୍ପୋଇଜ ୟୁନିୟନର ସଭାପତି ଆର. ଦଣ୍ଡପାଣି ରେଡ୍ଡୀ, ସମ୍ପାଦକ ଶଙ୍କର ବେହେରା, ଆଇନଜୀବୀ ପି. ଧର୍ମା ରେଡ୍ଡୀ ଓ ବ୍ରଜମୋହନ ଆଚାର୍ଯ୍ୟଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ଥିଲେ।
The post ଧୋକା ଦେଉଛି କମ୍ପାନୀ: ହକ୍ ପାଇଁ ପୁଣି ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଶ୍ରମିକ appeared first on Dharitri Odia News.