Qatar Emir on India Visit: ଭାରତରେ ପହଞ୍ଚିଲେ କତାରର ଅମିର: କୋଳାଗ୍ରତ କରି ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମିରଙ୍କୁ ବିମାନବନ୍ଦରରେ କୋଳାଗ୍ରତ କରି ସ୍ବାଗତ କରିଛନ୍ତି। କତାରର ଅମିର ଶେଖ ତମିମ ବିନ ହମାଦ ଅଲଥାନି ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଇ ଶେଖଙ୍କୁ ସ୍ବାଗତ କରିଥିଲେ। ସୋମବାର ରାତିରେ ଶେଖ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ମଙ୍ଗଳବାର ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶେଖ ତମିମ ବିନ […] The post Qatar Emir on India Visit: ଭାରତରେ ପହଞ୍ଚିଲେ କତାରର ଅମିର: କୋଳାଗ୍ରତ କରି ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

Qatar Emir on India Visit: ଭାରତରେ ପହଞ୍ଚିଲେ କତାରର ଅମିର: କୋଳାଗ୍ରତ କରି ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମିରଙ୍କୁ ବିମାନବନ୍ଦରରେ କୋଳାଗ୍ରତ କରି ସ୍ବାଗତ କରିଛନ୍ତି। କତାରର ଅମିର ଶେଖ ତମିମ ବିନ ହମାଦ ଅଲଥାନି ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଇ ଶେଖଙ୍କୁ ସ୍ବାଗତ କରିଥିଲେ। ସୋମବାର ରାତିରେ ଶେଖ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ମଙ୍ଗଳବାର ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଶେଖ ତମିମ ବିନ ହମାଦ ଅଲଥାନି ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ପୂର୍ବରୁ ସେ ୨୦୧୫ରେ ଭାରତ ଆସିଥିଲେ। ବର୍ଷ ବର୍ଷ ଧରି କତାର ଏବଂ ଭାରତ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିଛି। ମଙ୍ଗଳବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ଶେଖ ଭାରତ ଆସିଛନ୍ତି। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାରତ ଏବଂ କତାର ମଧ୍ୟରେ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ନିରନ୍ତର ମଜଭୁତ ହୋଇଛି।

The post Qatar Emir on India Visit: ଭାରତରେ ପହଞ୍ଚିଲେ କତାରର ଅମିର: କୋଳାଗ୍ରତ କରି ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.