ପରାକ୍ରମ ଦେଖାଇଲା ନୌସେନା, ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ପୁରୀ,୪ା୧୨: ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବୁଧବାର ନୌସେନା ତା’ର ପରାକ୍ରମ ଦେଖାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଡେମୋର ଉଦ୍‌ଘାଟନ କରିଛନ୍ତି। ରାଷ୍ଟ୍ରପତି ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ପ୍ରଥମ କରି ପୁରୀରେ ନୌସେନା ଦିବସ ପାଳିତ ହେଉଛି। ଏଥିରେ ୧୫ଟି ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାମିଲ ହୋଇଥିବାବେଳେ ବେଳାଭୂମିରେ ସତେ ଯେମିତି ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଛି। ଆମ […] The post ପରାକ୍ରମ ଦେଖାଇଲା ନୌସେନା, ଉଦ୍‌ଘାଟନ କଲେ ରାଷ୍ଟ୍ରପତି appeared first on Dharitri Odia News.

ପରାକ୍ରମ ଦେଖାଇଲା ନୌସେନା, ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ପୁରୀ,୪ା୧୨: ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବୁଧବାର ନୌସେନା ତା’ର ପରାକ୍ରମ ଦେଖାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଡେମୋର ଉଦ୍‌ଘାଟନ କରିଛନ୍ତି। ରାଷ୍ଟ୍ରପତି ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ପ୍ରଥମ କରି ପୁରୀରେ ନୌସେନା ଦିବସ ପାଳିତ ହେଉଛି। ଏଥିରେ ୧୫ଟି ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାମିଲ ହୋଇଥିବାବେଳେ ବେଳାଭୂମିରେ ସତେ ଯେମିତି ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଛି। ଆମ ଦେଶର ନୌବୀରମାନେ ଜଳପଥରେ ସେମାନଙ୍କର ରଣକୌଶଳ ଦେଖାଉଛନ୍ତି।

Image

ଧ୍ୱଜାବତରଣ ପରେ ନୌସେନା ମୁଖ୍ୟ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆମେ ସମୁଦ୍ର ଭିତରେ କ’ଣ କରିପାରିବୁ ତାହା ଏଠାରେ ପ୍ରଦର୍ଶନ କରିଛୁ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନାର ଭୂମିକା ଅତୁଳନୀୟ। ଉଭୟ ଆରବ ସାଗର ଓ ବଙ୍ଗୋପସାଗରରେ ନୌସେନା ତା’ର ଶକ୍ତି ଦେଖାଇଥିଲା। ପାକିସ୍ତାନ ସେନା ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ ଆମ ନୌବୀରମାନେ। ଆଜି ତାହା ଏଠାରେ ସୁନ୍ଦର ଭାବରେ ପ୍ରଦର୍ଶିତ ହେଉଛି।

ରାଷ୍ଟ୍ରପତିଙ୍କ ସହିତ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକବର୍ଦ୍ଧନ ସିଂଦେଓଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ଏମ୍‌ପି ଏବଂ ବିଧାୟକମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ନୌସେନାର ବୀରତ୍ୱ ଦେଖିବା ପାଇଁ ହଜାର ହଜାର ଲୋକ ଏକତ୍ରିତ ହୋଇଛନ୍ତି।

The post ପରାକ୍ରମ ଦେଖାଇଲା ନୌସେନା, ଉଦ୍‌ଘାଟନ କଲେ ରାଷ୍ଟ୍ରପତି appeared first on Dharitri Odia News.