ୟୁରୋପ ନା ଲଣ୍ଡନ ଯିବେ ଶେଖ ହସିନା ? ଭାରତରେ ଆଉ କିଛି ସମୟ ରହିପାରନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଲଣ୍ଡନ ଯିବେ ନାହିଁ। ସେ ଆଉ କିଛି ଦିନ ପାଇଁ ଭାରତରେ ରହିପାରନ୍ତି। ତେବେ ଭାରତ ସରକାର ହସିନାଙ୍କୁ ୟୁରୋପ ପଠାଇବାକୁ ଚାହୁଁଛନ୍ତି। ସେଠାରେ ସେ କିଭଳି ସୁରକ୍ଷିତ ଜୀବନ ବଞ୍ଚିପାରିବେ ସେଥିପାଇଁ ଭାରତ ସରକାର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ୟାତାୟତରେ ବାଧା ସୃଷ୍ଟି ହେବା ଯୋଗୁ ହସିନା ବର୍ତ୍ତମାନ ଆଉ କିଛି ଦିନ ଭାରତରେ ରହିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ଶେଖ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି ବୋଲି କୁହାଯାଉଛି। ହସିନା ମୋଦୀଙ୍କୁ ଭେଟି ବାଂଲାଦେଶର ସମସ୍ୟା ବିଷୟରେ ଜଣାଇପାରନ୍ତି ବୋଲି କୁହାଯାଇଛି। ଏପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବାଂଲାଦେଶର ସ୍ଥିତି ଉପରେ ନଜର ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପଡେଟ ଦେଉଛନ୍ତି। ସୂଚନା ମୁତାବକ, ଅଗଷ୍ଟ ୫ ରେ ସି -୧୩୦ ଜେ ସାମରିକ ପରିବହନ ବିମାନରେ ହିନ୍ଦନ ଏୟାରବେସରେ ଅବତରଣ କରିଥିବା ଶେଖ ହସିନା ବର୍ତ୍ତମାନ ସେହି ଏୟାରବେସ୍‌ ନିକଟସ୍ଥ ଏକ ସ୍ଥାନରେ ରହୁଛନ୍ତି। ବର୍ତ୍ତମାନ ତାଙ୍କ ସୁରକ୍ଷାରେ ନ୍ୟାସ୍‌ନାଲ, ଗରୁଡ଼ କମାଣ୍ଡୋ ମୁତୟନ ଅଛନ୍ତି। ତେବେ ସେଖ ହସିନା ଲଣ୍ଡନ ଯାଇପାରନ୍ତି ବୋଲି ଅଧିକ ସାମ୍ଭାବନା ରହିଛି। କାରଣ ଉତ୍ତର ଲଣ୍ଡନରେ ତାଙ୍କ ଭଉଣୀ ଶେଖ ରିହାନାଙ୍କ ଝିଅ ତୁଲିପ ସିଦ୍ଦିକୀ ରହୁଛନ୍ତି। ତୁଲୀପ ଲେବର ବାର୍ଟି ସାଂସଦ

ୟୁରୋପ ନା ଲଣ୍ଡନ ଯିବେ ଶେଖ ହସିନା ? ଭାରତରେ ଆଉ କିଛି ସମୟ ରହିପାରନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଲଣ୍ଡନ ଯିବେ ନାହିଁ। ସେ ଆଉ କିଛି ଦିନ ପାଇଁ ଭାରତରେ ରହିପାରନ୍ତି। ତେବେ ଭାରତ ସରକାର ହସିନାଙ୍କୁ ୟୁରୋପ ପଠାଇବାକୁ ଚାହୁଁଛନ୍ତି। ସେଠାରେ ସେ କିଭଳି ସୁରକ୍ଷିତ ଜୀବନ ବଞ୍ଚିପାରିବେ ସେଥିପାଇଁ ଭାରତ ସରକାର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ୟାତାୟତରେ ବାଧା ସୃଷ୍ଟି ହେବା ଯୋଗୁ ହସିନା ବର୍ତ୍ତମାନ ଆଉ କିଛି ଦିନ ଭାରତରେ ରହିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  

ଶେଖ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି ବୋଲି କୁହାଯାଉଛି। ହସିନା ମୋଦୀଙ୍କୁ ଭେଟି ବାଂଲାଦେଶର ସମସ୍ୟା ବିଷୟରେ ଜଣାଇପାରନ୍ତି ବୋଲି କୁହାଯାଇଛି। ଏପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବାଂଲାଦେଶର ସ୍ଥିତି ଉପରେ ନଜର ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପଡେଟ ଦେଉଛନ୍ତି। 

ସୂଚନା ମୁତାବକ, ଅଗଷ୍ଟ ୫ ରେ ସି -୧୩୦ ଜେ ସାମରିକ ପରିବହନ ବିମାନରେ ହିନ୍ଦନ ଏୟାରବେସରେ ଅବତରଣ କରିଥିବା ଶେଖ ହସିନା ବର୍ତ୍ତମାନ ସେହି ଏୟାରବେସ୍‌ ନିକଟସ୍ଥ ଏକ ସ୍ଥାନରେ ରହୁଛନ୍ତି। ବର୍ତ୍ତମାନ ତାଙ୍କ ସୁରକ୍ଷାରେ ନ୍ୟାସ୍‌ନାଲ, ଗରୁଡ଼ କମାଣ୍ଡୋ ମୁତୟନ ଅଛନ୍ତି। ତେବେ ସେଖ ହସିନା ଲଣ୍ଡନ ଯାଇପାରନ୍ତି ବୋଲି ଅଧିକ ସାମ୍ଭାବନା ରହିଛି। କାରଣ ଉତ୍ତର ଲଣ୍ଡନରେ ତାଙ୍କ ଭଉଣୀ ଶେଖ ରିହାନାଙ୍କ ଝିଅ ତୁଲିପ ସିଦ୍ଦିକୀ ରହୁଛନ୍ତି। ତୁଲୀପ ଲେବର ବାର୍ଟି ସାଂସଦ ହୋଇଥିବା ବେଳେ ତାଙ୍କ ନିର୍ବାଚନ ମଣ୍ଡଳୀ ହାମ୍ପଷ୍ଟେଡ। ଟ୍ରେଜେରି ଡିପାର୍ଟମେଣ୍ଟର ଜୁନିଅର ମନ୍ତ୍ରୀ ବି ଅଛନ୍ତି।