ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ
ଜଗତ୍ସିଂହପୁର, ୧୯ା୩(ପ୍ରମୋଦ କୁମାର ନାୟକ):ତିର୍ତ୍ତୋଲ ଥାନା ଅଞ୍ଚଳରେ ୨୦୧୮ରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ଅନ୍ୟ ରାଜ୍ୟରେ ରଖାଯାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହାର ବିଚାର କରି ଜଗତ୍ସିଂହପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଜୟ କୁମାର ମହାନ୍ତି ମୁଦାଲା କ୍ରୀଷ୍ଣାନନ୍ଦପୁର ଥାନା ଅନ୍ତର୍ଗତ ବିଶନପୁର ଗ୍ରାମର ସୁବୋଧ ମଲ୍ଲିକ ଓରଫ ଗଣେଶ(୨୭)ଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୫ ହଜାର […] The post ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ appeared first on Dharitri Odia News.
ଜଗତ୍ସିଂହପୁର, ୧୯ା୩(ପ୍ରମୋଦ କୁମାର ନାୟକ):ତିର୍ତ୍ତୋଲ ଥାନା ଅଞ୍ଚଳରେ ୨୦୧୮ରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ଅନ୍ୟ ରାଜ୍ୟରେ ରଖାଯାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହାର ବିଚାର କରି ଜଗତ୍ସିଂହପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଜୟ କୁମାର ମହାନ୍ତି ମୁଦାଲା କ୍ରୀଷ୍ଣାନନ୍ଦପୁର ଥାନା ଅନ୍ତର୍ଗତ ବିଶନପୁର ଗ୍ରାମର ସୁବୋଧ ମଲ୍ଲିକ ଓରଫ ଗଣେଶ(୨୭)ଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଏହି ରାଶି ଅନାଦାୟରେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଥିବା ରାୟରେ ଉଲ୍ଲେଖ ଅଛି।
ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଓକିଲ ଦୋଳଗୋବିନ୍ଦ ଦାଶ କହିଛନ୍ତି, ୧୬ା୯ା୧୮ ରାତିରେ ଏହି ଅଘଟଣ ଘଟିଥିଲା। ନାବାଳିକା ଘରେ ଶୋଇଥିଲେ। ଭୋର ପ୍ରାୟ ୪ଟା ବେଳେ ଉଠିବା ବେଳକୁ ପରିବାର ସଦସ୍ୟ ଝିଅକୁ ପାଇ ନ ଥିଲେ। ବିଚଳିତ ହେବା ସହ ସକାଳେ ଖୋଜାଖୋଜି କଲା ପରେ ଜଣାଯାଇଥିଲା ଯେ ନାବାଳିକାଙ୍କୁ ଅଭିଯୁକ୍ତ ଗଣେଶ ଅପହରଣ କରି ନେଇଛନ୍ତି। ତା’ପରଦିନ ନାବାଳିକାଙ୍କ ପରିବାର ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ କରାଯାଇଥିଲା। ଏହାକୁ ଭିତ୍ତି କରି ପୋଲିସ ମାମଲା (ନଂ. ୨୩୨/୧୮) ରୁଜୁ କରିଥିଲା। ୧୨ ଦିନ ପରେ ପୋଲିସ ପୀଡିତାଙ୍କ ସହ ଗଣେଶଙ୍କୁ କୋଲକାତାରୁ ଧରିଥିଲା। ପଚରାଉଚୁରା ପରେ ଜଣାପଡ଼ିଥିଲା ଯେ, ପୀଡ଼ିତାଙ୍କୁ ଗଣେଶ ପ୍ରଥମେ ବାଇକ୍ରେ ତାଙ୍କ ମାଉସୀ ଘର ସାଲେପୁର ଓ ପରେ ବସ୍ରେ କୋଲକାତା ନେଇ ଯାଇଥିଲେ। ସେଠାରେ ଭଡ଼ା ଘରେ ରଖି ବଳାତ୍କାର କରିଥିଲେ। ଏହି ମାମଲାରେ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।
The post ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ appeared first on Dharitri Odia News.