ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଯାତ୍ରୀବାହୀ ବସ୍
କୋରାପୁଟ,୨୭।୩(ଅମିତାଭ ବେହେରା): ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାରାୟଣ ରଥ (୫୪)ବୋଲି ସୂଚନା ମିଳିଛି। କୋରାପୁଟ ରାୟଗଡ଼ା ରାସ୍ତାର ପୋଡାଗଡ ନିକଟସ୍ଥ ପାୱାର ଗ୍ରିଡ ନିକଟରେ ଏହି ଘଟଣା ଘଟିଛି । ସୂଚନାଯୋଗ୍ୟ, ବସ୍ଟି ମାଲକାନଗିରିରୁ ବ୍ରହ୍ମପୁର ଯାଉଥିଲା। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗାଡ଼ିରେ ଥିବା ସମସ୍ତ ଯାତ୍ରୀଙ୍କୁ […] The post ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଯାତ୍ରୀବାହୀ ବସ୍ appeared first on Dharitri Odia News.
କୋରାପୁଟ,୨୭।୩(ଅମିତାଭ ବେହେରା): ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାରାୟଣ ରଥ (୫୪)ବୋଲି ସୂଚନା ମିଳିଛି।
କୋରାପୁଟ ରାୟଗଡ଼ା ରାସ୍ତାର ପୋଡାଗଡ ନିକଟସ୍ଥ ପାୱାର ଗ୍ରିଡ ନିକଟରେ ଏହି ଘଟଣା ଘଟିଛି । ସୂଚନାଯୋଗ୍ୟ, ବସ୍ଟି ମାଲକାନଗିରିରୁ ବ୍ରହ୍ମପୁର ଯାଉଥିଲା। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗାଡ଼ିରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ପୋଡ଼ାଗଡ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଗୁରୁତର ଥିବା ପାଞ୍ଚ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ବିପଦମୁକ୍ତ ବୋଲି ଡାକ୍ତର ସୂଚନା ଦେଇଛନ୍ତି।
The post ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଯାତ୍ରୀବାହୀ ବସ୍ appeared first on Dharitri Odia News.