B. Tech ଗୁପ୍‌ଚୁପ୍‌ବାଲୀଙ୍କ ଭିଡିଓ ଦେଖି ପ୍ରଭାବିତ ହେଲେ ଆନନ୍ଦ ମହିନ୍ଦ୍ରା, Tharର ଉପଯୋଗକୁ ନେଇ କହିଲେ…

ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ସେ ନିଜର ମିଟିଂ ବ୍ୟତିତ ସାଧାରଣ ଲୋକଙ୍କ ପ୍ରଭାବିତ କଲା ଭଳି ଭିଡିଓ ଶେୟାର କରିଥାନ୍ତି। ନିକଟରେ ସେ ‘ବିଟେକ୍‌ ଗୁପ୍‌ଚୁପବାଲୀ’ଙ୍କ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାପସୀ ଉପାଧ୍ୟାୟଙ୍କୁ ଦେଖିବାକୁ ମିଳିଛି, ଯିଏକି ଏକ Tharରେ ଠେଲା ଲଗାଇ ଗୁପ୍‌ଚୁପ୍‌ ବିକୁଛନ୍ତି। ଆନନ୍ଦ ତାଙ୍କ ପ୍ରଶଂସା କରି ଏଭଳି ଗାଡ଼ି ଲୋକଙ୍କୁ ଆଗକୁ ବଢ଼ିବାକୁ ଏବଂ ସ୍ବପ୍ନ ପୂରଣ କରିବାକୁ ସହାୟତା କରୁଛି ବୋଲି କହିଛନ୍ତି। […] The post B. Tech ଗୁପ୍‌ଚୁପ୍‌ବାଲୀଙ୍କ ଭିଡିଓ ଦେଖି ପ୍ରଭାବିତ ହେଲେ ଆନନ୍ଦ ମହିନ୍ଦ୍ରା, Tharର ଉପଯୋଗକୁ ନେଇ କହିଲେ… appeared first on Dharitri Odia News.

B. Tech ଗୁପ୍‌ଚୁପ୍‌ବାଲୀଙ୍କ ଭିଡିଓ ଦେଖି ପ୍ରଭାବିତ ହେଲେ ଆନନ୍ଦ ମହିନ୍ଦ୍ରା, Tharର ଉପଯୋଗକୁ ନେଇ କହିଲେ…

ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ସେ ନିଜର ମିଟିଂ ବ୍ୟତିତ ସାଧାରଣ ଲୋକଙ୍କ ପ୍ରଭାବିତ କଲା ଭଳି ଭିଡିଓ ଶେୟାର କରିଥାନ୍ତି। ନିକଟରେ ସେ ‘ବିଟେକ୍‌ ଗୁପ୍‌ଚୁପବାଲୀ’ଙ୍କ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାପସୀ ଉପାଧ୍ୟାୟଙ୍କୁ ଦେଖିବାକୁ ମିଳିଛି, ଯିଏକି ଏକ Tharରେ ଠେଲା ଲଗାଇ ଗୁପ୍‌ଚୁପ୍‌ ବିକୁଛନ୍ତି। ଆନନ୍ଦ ତାଙ୍କ ପ୍ରଶଂସା କରି ଏଭଳି ଗାଡ଼ି ଲୋକଙ୍କୁ ଆଗକୁ ବଢ଼ିବାକୁ ଏବଂ ସ୍ବପ୍ନ ପୂରଣ କରିବାକୁ ସହାୟତା କରୁଛି ବୋଲି କହିଛନ୍ତି।

ଆନନ୍ଦ ଭିଡିଓ ଶେୟାର କରି ଲେଖିଛନ୍ତି, ‘ଅଫ୍‌ ରୋଡ୍‌ ବାହନଗୁଡ଼ିକ କେଉଁ କାମ ଲାଗି ହୋଇଥାନ୍ତି? ଏଗୁଡ଼ିକ ଲୋକଙ୍କୁ ଏଭଳି ସମୟରେ ସହାୟତା କରନ୍ତି, ଯେଉଁଠାକୁ ସେ ପୂର୍ବରୁ ଯାଇପାରି ନାହାନ୍ତି। ଆମେ ଚାହୁଁ ଯେ ଆମ କାର୍‌ ଲୋକଙ୍କୁ ଆଗକୁ ବଢ଼ିବା ଲାଗି ଏବଂ ତାଙ୍କ ସ୍ବପ୍ନକୁ ପୂରଣ କରିବାରେ ସହାୟତା କରୁ। ଏବେ ଆପଣ ଜାଣନ୍ତି କି ମୋତେ ଏହି ଭିଡିଓ କାହିଁକି ପସନ୍ଦ ଲାଗିଛି। ’

ଏଯାବତ ଆନନ୍ଦଙ୍କ ଭିଡିଓକୁ ୨ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ୫୮ ସେକେଣ୍ଡର ଶର୍ଟ କ୍ଲିପ୍‌ରେ ତାପସୀ ନିଜର ଗୁପ୍‌ଚୁପ୍‌ର ବିଶେଷତ୍ୱ କହୁଛନ୍ତି। ଦେଖନ୍ତୁ ଭିଡିଓ:

The post B. Tech ଗୁପ୍‌ଚୁପ୍‌ବାଲୀଙ୍କ ଭିଡିଓ ଦେଖି ପ୍ରଭାବିତ ହେଲେ ଆନନ୍ଦ ମହିନ୍ଦ୍ରା, Tharର ଉପଯୋଗକୁ ନେଇ କହିଲେ… appeared first on Dharitri Odia News.