କାଟିଙ୍ଗିଆର ପଣସପଦରରେ ଜଳ ସଙ୍କଟ: ପିଇବା ପାଣି ପାଇଁ ପାହାଡ଼ କାଟିଲେ ଗ୍ରାମବାସୀ, ଭିଡିଓ ଭାଇରାଲ
ଦାରିଙ୍ଗବାଡି, ୧୨।୩ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ପଣସପଦରରେ ଜଳ ସଙ୍କଟ ଦେଖାଯାଇଛି। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ପିଇବା ପାଣି ପାଇଁ ଦୈନିକ ସଂଘର୍ଷ କରିବାକୁ ପଡୁଛି। ଗାଁରେ ଏକ ବୈଠକ କରି ଗାଁ ଚାରିପଟେ ଗ୍ରାମବାସୀ ଜଳ ଉତ୍ସର ସନ୍ଧାନ କରାଯାଇଥିଲା। ପରେ ଏକ ପାହାଡ଼ ଉପରେ ଜଳ ଉତ୍ସର ସନ୍ଧାନ ମିଳିବା ପରେ ଗ୍ରାମବାସୀ ଏକାଠି ହୋଇ ଏବେ ଉକ୍ତ ପାହାଡ଼କୁ […] The post କାଟିଙ୍ଗିଆର ପଣସପଦରରେ ଜଳ ସଙ୍କଟ: ପିଇବା ପାଣି ପାଇଁ ପାହାଡ଼ କାଟିଲେ ଗ୍ରାମବାସୀ, ଭିଡିଓ ଭାଇରାଲ appeared first on Dharitri Odia News.
ଦାରିଙ୍ଗବାଡି, ୧୨।୩ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ପଣସପଦରରେ ଜଳ ସଙ୍କଟ ଦେଖାଯାଇଛି। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ପିଇବା ପାଣି ପାଇଁ ଦୈନିକ ସଂଘର୍ଷ କରିବାକୁ ପଡୁଛି। ଗାଁରେ ଏକ ବୈଠକ କରି ଗାଁ ଚାରିପଟେ ଗ୍ରାମବାସୀ ଜଳ ଉତ୍ସର ସନ୍ଧାନ କରାଯାଇଥିଲା। ପରେ ଏକ ପାହାଡ଼ ଉପରେ ଜଳ ଉତ୍ସର ସନ୍ଧାନ ମିଳିବା ପରେ ଗ୍ରାମବାସୀ ଏକାଠି ହୋଇ ଏବେ ଉକ୍ତ ପାହାଡ଼କୁ କେନାଲ ଖୋଳିଛନ୍ତି। ଏପରିକି ପାହାଡ଼ରେ ଥିବା ଜଳଉତ୍ସରେ ଏକ କୂପକୁ ଖନନ କରିବା ସହ ପାହାଡ଼ରୁ କେନାଲରେ ପାଇପ ବିଛାଇ ଗାଁକୁ ଆଣିବାକୁ କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟ କରିବା ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟକୁ ନେଇ ସମସ୍ତେ ସାଧୁବାଦ ଜଣାଇବା ସହ ସେଠାରେ ଜିଲା ପ୍ରଶାସନ ଶୀଘ୍ର ଜଳ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି।
The post କାଟିଙ୍ଗିଆର ପଣସପଦରରେ ଜଳ ସଙ୍କଟ: ପିଇବା ପାଣି ପାଇଁ ପାହାଡ଼ କାଟିଲେ ଗ୍ରାମବାସୀ, ଭିଡିଓ ଭାଇରାଲ appeared first on Dharitri Odia News.