ଶ୍ରମିକଙ୍କୁ ଧରି ଯାଉଥିଲା ପିକ୍ଅପ୍ ଭ୍ୟାନ୍: ବାଟରେ ଫାଟିଗଲା ଚକ, ଆଉ ତା’ପରେ…
ଗୋପବନ୍ଧୁନଗର,୧୫ା୧୨(ଶାନ୍ତନୁ କୁମାର ମଢୁଆଳ)/ଉଦଳା(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା-ବୈଶଙ୍ଗା ରାସ୍ତାର ଜୟପୁର ପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ନିକଟରେ ରବିବାର ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ୧୦ ଶ୍ରମିକ ଆହତ ହୋଇଛନ୍ତି। ଗୋପବନ୍ଧୁନଗର ବ୍ଲକ୍ ଅନ୍ତର୍ଗତ ଆରପଟା ଅଞ୍ଚଳରୁ ୧୬ଜଣ ଶ୍ରମିକଙ୍କୁ ନେଇ ପିକ୍ଅପ୍ ଭ୍ୟାନ୍ଟି ଉଦଳା ଅଭିମୁଖେ ଯାଉଥିବା ବେଳେ ଅସ୍ତିଆ ନିକଟରେ ବାମ ପାର୍ଶ୍ୱ ପଛ ଚକଟି ଫାଟିଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଭ୍ୟାନ୍ଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଆହତ ଶ୍ରମିକମାନଙ୍କୁ ୧୦୮ […] The post ଶ୍ରମିକଙ୍କୁ ଧରି ଯାଉଥିଲା ପିକ୍ଅପ୍ ଭ୍ୟାନ୍: ବାଟରେ ଫାଟିଗଲା ଚକ, ଆଉ ତା’ପରେ… appeared first on Dharitri Odia News.
ଗୋପବନ୍ଧୁନଗର,୧୫ା୧୨(ଶାନ୍ତନୁ କୁମାର ମଢୁଆଳ)/ଉଦଳା(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା-ବୈଶଙ୍ଗା ରାସ୍ତାର ଜୟପୁର ପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ନିକଟରେ ରବିବାର ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ୧୦ ଶ୍ରମିକ ଆହତ ହୋଇଛନ୍ତି। ଗୋପବନ୍ଧୁନଗର ବ୍ଲକ୍ ଅନ୍ତର୍ଗତ ଆରପଟା ଅଞ୍ଚଳରୁ ୧୬ଜଣ ଶ୍ରମିକଙ୍କୁ ନେଇ ପିକ୍ଅପ୍ ଭ୍ୟାନ୍ଟି ଉଦଳା ଅଭିମୁଖେ ଯାଉଥିବା ବେଳେ ଅସ୍ତିଆ ନିକଟରେ ବାମ ପାର୍ଶ୍ୱ ପଛ ଚକଟି ଫାଟିଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଭ୍ୟାନ୍ଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଆହତ ଶ୍ରମିକମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଘାସିରାମ ସିଂ(୩୬), କାବେରୀ ସିଂ (୧୭), ତାରିଣୀ ଦଳେଇ (୨୪), ରେଖା ସିଂ (୪୨), ଜଗନ ସିଂ (୨୬), ବୈଶାଖୀ ସିଂ (୧୮), କବିତା ସିଂ (୪୦), ବାପୁଲି ସିଂ (୨୫), ଲତା ସିଂ (୨୬) ଓ ତପନ ସିଂ (୨୨)। ଆହତମାନେ ଗୋପବନ୍ଧୁନଗର ବ୍ଲକ୍ ଆରପଟା ଓ ବଡ଼ସାହି ବ୍ଲକ୍ ବେଗୁନିଆବଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଉଦଳା ପୋଲିସ ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ ଭ୍ୟାନ୍କୁ ଜବତ କରିଛି।
The post ଶ୍ରମିକଙ୍କୁ ଧରି ଯାଉଥିଲା ପିକ୍ଅପ୍ ଭ୍ୟାନ୍: ବାଟରେ ଫାଟିଗଲା ଚକ, ଆଉ ତା’ପରେ… appeared first on Dharitri Odia News.