ଶାହାରୁଖ ଖାନ ନୁହେଁ, ଏହା ହେଉଛି ବଲିଉଡ ବାଦଶାହଙ୍କ ପ୍ରକୃତ ନାଁ…

ମୁମ୍ବାଇ: ବିଲିଉଡ ଅଭିନେତା ଶାହାରୁଖ ଖାନ ଆଜି ତାଙ୍କର ୫୯ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ଅର୍ଥାତ୍‌ ୨ୟ ନଭେମ୍ବର ହେଉଛି କିଙ୍ଗ ଖାନଙ୍କ ଜନ୍ମଦିନ। ଶାହାରୁଖ ଖାନଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ ନାମ ହିଁ ଯଥେଷ୍ଟ। କ’ଣ ଆପଣ ଜାଣନ୍ତି କି ଦୁନିଆ ଯେଉଁ ସୁପରଷ୍ଟାରଙ୍କୁ ଶାହାରୁଖ ଖାନ ନାମରେ ଜାଣିଛି, ତାଙ୍କର ପ୍ରକୃତ ନାଁ କ’ଣ? ବଲିଉଡର ବାଦଶାହା ଶାହାରୁଖ ଖାନଙ୍କର ପୂର୍ବରୁ ଏକ ଭିନ୍ନ ନାମ ଥିଲା । […] The post ଶାହାରୁଖ ଖାନ ନୁହେଁ, ଏହା ହେଉଛି ବଲିଉଡ ବାଦଶାହଙ୍କ ପ୍ରକୃତ ନାଁ… appeared first on Dharitri Odia News.

ଶାହାରୁଖ ଖାନ ନୁହେଁ, ଏହା ହେଉଛି ବଲିଉଡ ବାଦଶାହଙ୍କ ପ୍ରକୃତ ନାଁ…

ମୁମ୍ବାଇ: ବିଲିଉଡ ଅଭିନେତା ଶାହାରୁଖ ଖାନ ଆଜି ତାଙ୍କର ୫୯ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ଅର୍ଥାତ୍‌ ୨ୟ ନଭେମ୍ବର ହେଉଛି କିଙ୍ଗ ଖାନଙ୍କ ଜନ୍ମଦିନ। ଶାହାରୁଖ ଖାନଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ ନାମ ହିଁ ଯଥେଷ୍ଟ। କ’ଣ ଆପଣ ଜାଣନ୍ତି କି ଦୁନିଆ ଯେଉଁ ସୁପରଷ୍ଟାରଙ୍କୁ ଶାହାରୁଖ ଖାନ ନାମରେ ଜାଣିଛି, ତାଙ୍କର ପ୍ରକୃତ ନାଁ କ’ଣ?

ବଲିଉଡର ବାଦଶାହା ଶାହାରୁଖ ଖାନଙ୍କର ପୂର୍ବରୁ ଏକ ଭିନ୍ନ ନାମ ଥିଲା । ସେହି ନାମ ତାଙ୍କ ଜେଜେମା ’ଦେଇଥିଲେ। କିନ୍ତୁ ସେହି ନାମ କୌଣସି ସ୍ଥାନରେ ପଞ୍ଜୀକୃତ ହୋଇନଥିଲା ଏବଂ ପରେ ପରିବର୍ତ୍ତନ କରାଯାଇଥିଲା । ଦ ଅନୁପମ ଖେର ଶୋ’ର ଏକ ଏପିସୋଡରେ ଶାହାରୁଖ ଖାନ ନିଜେ ଏହା ପ୍ରକାଶ କରିଥିଲେ। ଶୋ’ରେ ଅନୁପମ ଖେର ତାଙ୍କୁ ପଚାରିଥିଲେ ଯେ ଅବଦୁଲ ରେହମାନ ନାମକ ବ୍ୟକ୍ତିଙ୍କୁ କେହି ଜାଣିଛନ୍ତି କି?

ଅନୁପମ ଖେରଙ୍କ ପ୍ରଶ୍ନର ଉତ୍ତର ଦେଇ ଶାହାରୁଖ ଖାନ କହିଥିଲେ ଯେ ପୂର୍ବରୁ ତାଙ୍କ ନାମ ଶାହାରୁଖ ନୁହେଁ ବରଂ ଅବଦୁଲ ରେହମାନ ଥିଲା। ମୋ ଜେଜେମା ପିଲାଦିନେ ମୋର ଅବଦୁଲ ରେହମାନ ନାମ ଦେଇଥିଲେ। ଏହା କୌଣସି ସ୍ଥାନରେ ପଞ୍ଜୀକୃତ ହୋଇନଥିଲା କିନ୍ତୁ ସେ ଚାହୁଁଥିଲେ ମୋ ନାମ ଅବଦୁଲ ରେହମାନ ରହୁ।

ଅନୁପମ ଖେର ଆହୁରି ପଚାରିଥିଲେ ଯେ ପରବର୍ତ୍ତୀ ସମୟରେ ତାଙ୍କ ନାମ କିଏ ବଦଳାଇଥିଲା, ଯାହା ଉପରେ ଶାହାରୁଖ ଖାନ କହିଥିଲେ – ତାଙ୍କ ବାପା ତାଙ୍କ ନାମ ପରିବର୍ତ୍ତନ କରିଥିଲେ।

The post ଶାହାରୁଖ ଖାନ ନୁହେଁ, ଏହା ହେଉଛି ବଲିଉଡ ବାଦଶାହଙ୍କ ପ୍ରକୃତ ନାଁ… appeared first on Dharitri Odia News.