ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ, ଘଟଣାସ୍ଥଳରେ ଚାପା ଉତ୍ତେଜନା
ଯାଜପୁର ୧୩।୪: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଆରୁହା ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ । ମା’ ହିଙ୍ଗୁଳା ଯଜ୍ଞରେ ଯୋଗଦେବା ପାଇଁ ଯିବାବେଳେ ଏହି ଘଟଣା ଦେଖିବାକୁ ମିଳିଛି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଜେନାପୁର ଥାନା ପୋଲିସ ପହଞ୍ଚିବା ପରେ ସ୍ଥିତି ସ୍ଵାଭାବିକ ହୋଇଛି ।ସୂଚନାଯୋଗ୍ୟ ଯେ, ରବିବାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମା'ଙ୍କ ଦର୍ଶନ କରିବାକୁ ନିଜର ସମର୍ଥକ ମାନଙ୍କ ସହ ଯାଉଥିଲେ । କିନ୍ତୁ ଯଜ୍ଞକୁ ଯିବା ପୂର୍ବରୁ କିଛି ଲୋକ ଠେଙ୍ଗା ବାଡି ଧରି ପ୍ରଣବଙ୍କୁ ଅଟକାଇବା ସହ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ପ୍ରଣବଙ୍କ ସମର୍ଥକ ମାନେ ମଧ୍ୟ ଏଭଳି ଘଟଣାକୁ ନେଇ ପ୍ରତିବାଦ କରିଥିଲେ । ତେବେ ପ୍ରଣବଙ୍କୁ ଅଟକାଇବାକୁ ଆସିଥିବା କିଛି ବ୍ୟକ୍ତି ଠେଙ୍ଗାରେ ପ୍ରଣବଙ୍କ ଗାଡିକୁ ପିଟିବା ଫଳରେ ତାଙ୍କ ଗାଡିର ବନେଟ୍ ଚେପା ହୋଇଯାଇଛି । ପୂର୍ବତନ ବିଧାୟକଙ୍କ ସମର୍ଥକ ମାନେ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ଏହାପରେ ନିଜ ସମର୍ଥକଙ୍କ ସହ ଯାଇ ପୂର୍ବତନ ବିଧାୟକ ମା'ଙ୍କ ଦର୍ଶନ କରି ଫେ
ଯାଜପୁର ୧୩।୪: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଆରୁହା ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ । ମା’ ହିଙ୍ଗୁଳା ଯଜ୍ଞରେ ଯୋଗଦେବା ପାଇଁ ଯିବାବେଳେ ଏହି ଘଟଣା ଦେଖିବାକୁ ମିଳିଛି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଜେନାପୁର ଥାନା ପୋଲିସ ପହଞ୍ଚିବା ପରେ ସ୍ଥିତି ସ୍ଵାଭାବିକ ହୋଇଛି ।

ସୂଚନାଯୋଗ୍ୟ ଯେ, ରବିବାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମା'ଙ୍କ ଦର୍ଶନ କରିବାକୁ ନିଜର ସମର୍ଥକ ମାନଙ୍କ ସହ ଯାଉଥିଲେ । କିନ୍ତୁ ଯଜ୍ଞକୁ ଯିବା ପୂର୍ବରୁ କିଛି ଲୋକ ଠେଙ୍ଗା ବାଡି ଧରି ପ୍ରଣବଙ୍କୁ ଅଟକାଇବା ସହ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ପ୍ରଣବଙ୍କ ସମର୍ଥକ ମାନେ ମଧ୍ୟ ଏଭଳି ଘଟଣାକୁ ନେଇ ପ୍ରତିବାଦ କରିଥିଲେ ।

ତେବେ ପ୍ରଣବଙ୍କୁ ଅଟକାଇବାକୁ ଆସିଥିବା କିଛି ବ୍ୟକ୍ତି ଠେଙ୍ଗାରେ ପ୍ରଣବଙ୍କ ଗାଡିକୁ ପିଟିବା ଫଳରେ ତାଙ୍କ ଗାଡିର ବନେଟ୍ ଚେପା ହୋଇଯାଇଛି । ପୂର୍ବତନ ବିଧାୟକଙ୍କ ସମର୍ଥକ ମାନେ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ଏହାପରେ ନିଜ ସମର୍ଥକଙ୍କ ସହ ଯାଇ ପୂର୍ବତନ ବିଧାୟକ ମା'ଙ୍କ ଦର୍ଶନ କରି ଫେରିଥିଲେ ।

ଅନ୍ୟପଟେ ଏ ଘଟଣା ସମ୍ପର୍କରେ ପୂର୍ବତନ ବିଧାୟକ କହିଛନ୍ତି, ଶାନ୍ତ ଧର୍ମଶାଳା ଅଶାନ୍ତ ହୋଇ ପଡ଼ିଛି । ଧର୍ମଶାଳାରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆରୁହା ପାହାଡରେ ହୋଇଥିବା ବେଆଇନ ଖଣି ଖନନରେ ସଂପୃକ୍ତ ଥିବା କିଛି ବ୍ୟକ୍ତି ଏହି ଘଟଣା ଘଟାଇଛନ୍ତି । ବେଆଇନ ଖଣି ଖନନକୁ ବନ୍ଦ କରାଯିବାରୁ ଆକ୍ରୋଶ ରଖି ଏହି ଘଟଣା ଘଟାଇଛନ୍ତି । ଧର୍ମଶାଳାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ପୋଲିସକୁ ଦାୟୀ କରିଛନ୍ତି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ।

ସେପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ନବୀନ ଲେଖିଛନ୍ତି, ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି । ଜନପ୍ରତିନିଧି ମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି।
ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା…— Naveen Patnaik (@Naveen_Odisha) April 13, 2025
You Can Read:
ଗଞ୍ଜାମ ଜିଲ୍ଲା ଗସ୍ତରେ ରାଜ୍ୟପାଳ, ଋଷିକୁଲ୍ୟା ମୁହାଣରେ ଦେଖିଲେ ଅଲିଭ ରିଡଲେ କଇଁଛ ଛୁଆ ସମୁଦ୍ର ଫେରିଯିବା ଦୃଶ୍ୟ