KIIT ଛାତ୍ରୀ ଆତ୍ମହତ୍ୟା ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି ନେଇ ବାଚସ୍ପତିଙ୍କୁ ନିବେଦନ କଲେ ତାରା

ଭୁବନେଶ୍ୱର,୧୮।୨: କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ନ୍ୟାୟ ଦାବି କରି ଛାତ୍ରୀଛାତ୍ର ନୀରବ ପ୍ରତିବାଦ କରିଛନ୍ତି। ଏବେ ଏହି ଘଟଣାକୁ ନେଇ ଗୃହରେ ରାଜନୀତି ତେଜିଛି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ବାହିନୀପତି କିଟ୍‌ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି। ତଦନ୍ତ ନହେଲେ ଗୃହରେ ଧାରଣାରେ ବସିବି ବୋଲି ତାରା କହିଛନ୍ତି। ଅନ୍ୟପଟେ, କିଟ୍‌ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା […] The post KIIT ଛାତ୍ରୀ ଆତ୍ମହତ୍ୟା ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି ନେଇ ବାଚସ୍ପତିଙ୍କୁ ନିବେଦନ କଲେ ତାରା appeared first on Dharitri Odia News.

KIIT ଛାତ୍ରୀ ଆତ୍ମହତ୍ୟା ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି ନେଇ ବାଚସ୍ପତିଙ୍କୁ ନିବେଦନ କଲେ ତାରା

ଭୁବନେଶ୍ୱର,୧୮।୨: କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ନ୍ୟାୟ ଦାବି କରି ଛାତ୍ରୀଛାତ୍ର ନୀରବ ପ୍ରତିବାଦ କରିଛନ୍ତି। ଏବେ ଏହି ଘଟଣାକୁ ନେଇ ଗୃହରେ ରାଜନୀତି ତେଜିଛି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ବାହିନୀପତି କିଟ୍‌ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ
ବାଚସ୍ପତିଙ୍କୁ ନିବେଦନ କରିଛନ୍ତି। ତଦନ୍ତ ନହେଲେ ଗୃହରେ ଧାରଣାରେ ବସିବି ବୋଲି ତାରା କହିଛନ୍ତି।

ଅନ୍ୟପଟେ, କିଟ୍‌ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ। ଭାଜପା ବିଧାୟକ କହିଛନ୍ତି, କିଟ୍‌ରେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିଟ୍‌ ମାଲିକ କେଉଁ ଦଳର ଥିଲେ, କିଏ ତାଙ୍କୁ କୋଳରେ ବସାଇଥିଲେ। ପରୀ, ମମତା, ମାହାଙ୍ଗା ଘଟଣାରେ ବିଜେଡି ବିଧାୟକ ସାମିଲ ଥିଲେ। ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ହେଲେ ଆଜି ଆଇନଶୃଙ୍ଖଳା ପାଠ ପଢ଼ାଉଛନ୍ତି, ଯାହା ହାସ୍ୟାସ୍ପଦ ବୋଲି ଟଙ୍କଧର କହିଛନ୍ତି।

The post KIIT ଛାତ୍ରୀ ଆତ୍ମହତ୍ୟା ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି ନେଇ ବାଚସ୍ପତିଙ୍କୁ ନିବେଦନ କଲେ ତାରା appeared first on Dharitri Odia News.