ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍ପି
ମାଲକାନଗିରି,୨ା୧୦: ଆଇପିଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଆଇପିଏସ୍ ବିନୋଦ ପାଟିଲ ମାଲକାନଗିରି ଏସ୍ପି ହୋଇଛନ୍ତି। ପୂର୍ବରୁ ବିନୋଦ କେସିଙ୍ଗାର ଏସ୍ଡିପିଓ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ରାହୁଲ ଗୋଏଲ କଟକ ରେଲ୍ଓ୍ବେ ଏସ୍ପି ହୋଇଥିବାବେଳେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓପିଏସ୍ ମିହିର ପଣ୍ଡାଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। […] The post ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍ପି appeared first on Dharitri Odia News.
ମାଲକାନଗିରି,୨ା୧୦: ଆଇପିଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଆଇପିଏସ୍ ବିନୋଦ ପାଟିଲ ମାଲକାନଗିରି ଏସ୍ପି ହୋଇଛନ୍ତି। ପୂର୍ବରୁ ବିନୋଦ କେସିଙ୍ଗାର ଏସ୍ଡିପିଓ ଭାବେ କାର୍ଯ୍ୟ କରୁଥିଲେ ।
ସେହିପରି ରାହୁଲ ଗୋଏଲ କଟକ ରେଲ୍ଓ୍ବେ ଏସ୍ପି ହୋଇଥିବାବେଳେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓପିଏସ୍ ମିହିର ପଣ୍ଡାଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ନବରଙ୍ଗପୁର ଏସ୍ପି ଭାବେ ମିହିରଙ୍କୁ ନିଯୁକ୍ତି ମିଳିଛି।
ସୂଚନାଯୋଗ୍ୟ, କିଛିଦିନ ତଳେ ଓଡିଶା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଥିଲା। ବିଜ୍ଞପ୍ତି ଅନୁସାରେ, ୨୮ ଜଣ ଆଇପିଏସ୍ଙ୍କୁ ଅଦଳବଦଳ କରାଯାଇଥିଲା। ଯେଉଁଥିରେ କଟକ-ଭୁବନେଶ୍ୱର ପୋଲିସ କମିଶନର, କଟକ ଡିସିପି, ଭୁବନେଶ୍ୱର ଡିସିପି ପ୍ରମୁଖ ଥିଲେ। ପୂଜା ପୂର୍ବରୁ ଓଡିଶା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଥିଲା। ଏହାସହିତ ନୂତନ ନିର୍ଦ୍ଦେଶାନାମା ପରେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
The post ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍ପି appeared first on Dharitri Odia News.