ମୁସଲିମ୍ ଦେଶରେ ପରିବର୍ତ୍ତନର ଲହର, ପ୍ରଥମ ଥର ମିସ୍ ୟୁନିଭର୍ସରେ ଭାଗ ନେବ ସାଉଦି ଆରବ
ନୂଆଦିଲ୍ଲୀ: ମୁସଲିମ ଦେଶ ସାଉଦି ଆରବ ଯିଏ ଦିନେ ନିଜ କଟ୍ଟରତା ପାଇଁ ଦୁନିଆରେ ନିନ୍ଦିତ ଥିଲା, ମହମ୍ମଦ ବିନ ସଲମାନ ଅଲଙ୍କ ଶାସନରେ ନିଜ ଛବି ସୁଧାରିବାରେ ଲାଗିଛି । ସାଉଦି ଆରବ ଆନୁଷ୍ଠାନିକ ଭାବେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛି । ଏପରି କରିବାରେ ସାଉଦି ପ୍ରଥମ ମୁସଲିମ୍ ଦେଶ ହୋଇଛି । ୨୭ ବର୍ଷୀୟ ସୁନ୍ଦରୀ ମେଡଲ ରୁମି ଅଲକାହତାନୀ ଦେଶର ପ୍ରତିନିଧିତ୍ୱ କରିବେ । ଏହା ସାଉଦି ଆରବ ପାଇଁ ଆଉ ଏକ ଐତିହାସିକ ପଦକ୍ଷେପ ଅଟେ । ଏହା ପୂର୍ବରୁ ନିକଟ ଅତୀତରେ ସାଉଦି ଆରବ ଅଣ-ମୁସଲିମ କୂଟନୀତିଜ୍ଞଙ୍କ ପାଇଁ ମଦ କିଣିବାକୁ ଅନୁମତି ଦେଇଥିଲା । ଏହା ବ୍ୟତୀତ ମହିଳାଙ୍କୁ ସାର୍ବଜାନୀନ ରୂପେ ଗାଡ଼ି ଚଲାଇବା ଏବଂ ପୁରୁଷଙ୍କ ସହ କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଅନୁମତି ଦେଇଥିଲା ।ମଡେଲ ରୁମି ଅଲକାହତାନୀ ସୋମବାର ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ ଯେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ନିଜ ଦେଶ ସାଉଦି ଆରବର ପ୍ରଥମ ପ୍ରତିଯୋଗି ହେବେ । ଦ ଖଲିଜ ଟାଇମ୍ସ ଏବଂ ଏବିସି ନ୍ୟୁଜର ରିପୋର୍ଟ ଅନୁସାରେ, ଏହା ପ୍ରଥମ ଥର ଯେତେବେଳେ ସାଉଦି ଆରବ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛି ।ସାଉଦି ଆରବ, ଯିଏ ଦୀର୍ଘ ସମୟ ଯାଏ ନିଜର ରୁଢିବାଦୀ ଚିନ୍ତାଧାରା ପାଇଁ ଦୁନିଆରେ ନିନ୍ଦିତ ଥିଲା, ବର୍ତ୍ତମାନରେ ୩୮ ବର୍ଷୀୟ କ୍ରାଉନ ପ୍ରିନ୍ସ ଏଥିରେ ପରିବର୍ତ୍ତନ ଆଣୁଛନ୍ତି । ମିଡିଲ ଇଷ୍ଟରେ ସବୁଠୁ ବଡ଼ ଦ
ନୂଆଦିଲ୍ଲୀ: ମୁସଲିମ ଦେଶ ସାଉଦି ଆରବ ଯିଏ ଦିନେ ନିଜ କଟ୍ଟରତା ପାଇଁ ଦୁନିଆରେ ନିନ୍ଦିତ ଥିଲା, ମହମ୍ମଦ ବିନ ସଲମାନ ଅଲଙ୍କ ଶାସନରେ ନିଜ ଛବି ସୁଧାରିବାରେ ଲାଗିଛି । ସାଉଦି ଆରବ ଆନୁଷ୍ଠାନିକ ଭାବେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛି । ଏପରି କରିବାରେ ସାଉଦି ପ୍ରଥମ ମୁସଲିମ୍ ଦେଶ ହୋଇଛି । ୨୭ ବର୍ଷୀୟ ସୁନ୍ଦରୀ ମେଡଲ ରୁମି ଅଲକାହତାନୀ ଦେଶର ପ୍ରତିନିଧିତ୍ୱ କରିବେ । ଏହା ସାଉଦି ଆରବ ପାଇଁ ଆଉ ଏକ ଐତିହାସିକ ପଦକ୍ଷେପ ଅଟେ । ଏହା ପୂର୍ବରୁ ନିକଟ ଅତୀତରେ ସାଉଦି ଆରବ ଅଣ-ମୁସଲିମ କୂଟନୀତିଜ୍ଞଙ୍କ ପାଇଁ ମଦ କିଣିବାକୁ ଅନୁମତି ଦେଇଥିଲା । ଏହା ବ୍ୟତୀତ ମହିଳାଙ୍କୁ ସାର୍ବଜାନୀନ ରୂପେ ଗାଡ଼ି ଚଲାଇବା ଏବଂ ପୁରୁଷଙ୍କ ସହ କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଅନୁମତି ଦେଇଥିଲା ।
ମଡେଲ ରୁମି ଅଲକାହତାନୀ ସୋମବାର ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ ଯେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ନିଜ ଦେଶ ସାଉଦି ଆରବର ପ୍ରଥମ ପ୍ରତିଯୋଗି ହେବେ । ଦ ଖଲିଜ ଟାଇମ୍ସ ଏବଂ ଏବିସି ନ୍ୟୁଜର ରିପୋର୍ଟ ଅନୁସାରେ, ଏହା ପ୍ରଥମ ଥର ଯେତେବେଳେ ସାଉଦି ଆରବ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛି ।
ସାଉଦି ଆରବ, ଯିଏ ଦୀର୍ଘ ସମୟ ଯାଏ ନିଜର ରୁଢିବାଦୀ ଚିନ୍ତାଧାରା ପାଇଁ ଦୁନିଆରେ ନିନ୍ଦିତ ଥିଲା, ବର୍ତ୍ତମାନରେ ୩୮ ବର୍ଷୀୟ କ୍ରାଉନ ପ୍ରିନ୍ସ ଏଥିରେ ପରିବର୍ତ୍ତନ ଆଣୁଛନ୍ତି । ମିଡିଲ ଇଷ୍ଟରେ ସବୁଠୁ ବଡ଼ ଦେଶ ରୂପେ ସାଉଦି ଆରବ ଐତିହାସିକ ରୂପେ କଠୋର ସାମାଜିକ ଏବଂ ଧାର୍ମିକ ନିୟନ୍ତ୍ରଣ ରଖୁଛି । ତେବେ ନିକଟରେ ଅନେକ କଟକଣାକୁ କହୋଳ କରିଛି ।