'ନିଟ୍' ସହିତ ଜଡ଼ିତ ସମସ୍ତ ମାମଲା ସୁପ୍ରିମକୋର୍ଟକୁ ସ୍ଥାନାନ୍ତର; ଜୁଲାଇ ୧୮ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ,୧୬।୭: ମେଡିକାଲ କଲେଜରେ ନାମଲେଖା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ‘ନିଟ୍’ ସହ ଜଡ଼ିତ ସମସ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜଷ୍ଟିସ୍ ଜେବି ପାରଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ । ପରୀକ୍ଷା ପରିଚାଳନା କରୁଥିବା ଏନ୍ଟିଏ ବା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବିରୋଧରେ ଦେଶର ବିଭିନ୍ନ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ଲାଗି ଆଗତ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ଏନ୍ଟିଏକୁ ନୋଟିସ୍ ଜାରି କରିଛନ୍ତି । ଜୁନ୍ ୨୦ରେ ଏନ୍ଟିଏ ସୁପ୍ରିମକୋର୍ଟରେ ପିଟିସନ ଦାୟର କରି ସବୁ ମାମଲାର ଶୁଣାଣି ଏକତ୍ର କରିବାକୁ ଅନୁରୋଧ କରିଥିଲା । ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରି ଜୁନ୍ ୨୦ ତାରିଖରେ କଲିକତା, ବମ୍ବେ ଓ ଯୋଧପୁର ହାଇକୋର୍ଟରେ ଏନ୍ଟିଏ ବିରୋଧରେ ଦାୟର ମାମଲାର ଶୁଣାଣି ଉପରେ ରୋକ୍ ଲଗାଇଥିଲେ । ନିଟ୍-ୟୁଜି ପରୀକ୍ଷାରେ କିଛି ଛାତ୍ରଛାତ୍ରୀଙ୍କୁ ଗ୍ରେସମାର୍କ ଦିଆଯିବାକୁ ବିରୋଧ କରି ବିଭିନ୍ନ ହାଇକୋର୍ଟରେ ଏସବୁ ମାମଲା ଦାୟର କରାଯାଇଛି । ସେହିଭଳି ଅନ୍ୟ କେତେକ ହାଇକୋର୍ଟରେ ନିଟ୍-ୟୁଜି ପରୀକ୍ଷା ରଦ୍ଦ କରିବା ଦାବିରେ ପିଟିସନ ଦାଖଲ କରାଯାଇଛି । ଏସବୁ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ଲାଗି
ନୂଆଦିଲ୍ଲୀ,୧୬।୭: ମେଡିକାଲ କଲେଜରେ ନାମଲେଖା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ‘ନିଟ୍’ ସହ ଜଡ଼ିତ ସମସ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜଷ୍ଟିସ୍ ଜେବି ପାରଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ । ପରୀକ୍ଷା ପରିଚାଳନା କରୁଥିବା ଏନ୍ଟିଏ ବା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବିରୋଧରେ ଦେଶର ବିଭିନ୍ନ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ଲାଗି ଆଗତ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ଏନ୍ଟିଏକୁ ନୋଟିସ୍ ଜାରି କରିଛନ୍ତି ।
ଜୁନ୍ ୨୦ରେ ଏନ୍ଟିଏ ସୁପ୍ରିମକୋର୍ଟରେ ପିଟିସନ ଦାୟର କରି ସବୁ ମାମଲାର ଶୁଣାଣି ଏକତ୍ର କରିବାକୁ ଅନୁରୋଧ କରିଥିଲା । ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରି ଜୁନ୍ ୨୦ ତାରିଖରେ କଲିକତା, ବମ୍ବେ ଓ ଯୋଧପୁର ହାଇକୋର୍ଟରେ ଏନ୍ଟିଏ ବିରୋଧରେ ଦାୟର ମାମଲାର ଶୁଣାଣି ଉପରେ ରୋକ୍ ଲଗାଇଥିଲେ । ନିଟ୍-ୟୁଜି ପରୀକ୍ଷାରେ କିଛି ଛାତ୍ରଛାତ୍ରୀଙ୍କୁ ଗ୍ରେସମାର୍କ ଦିଆଯିବାକୁ ବିରୋଧ କରି ବିଭିନ୍ନ ହାଇକୋର୍ଟରେ ଏସବୁ ମାମଲା ଦାୟର କରାଯାଇଛି । ସେହିଭଳି ଅନ୍ୟ କେତେକ ହାଇକୋର୍ଟରେ ନିଟ୍-ୟୁଜି ପରୀକ୍ଷା ରଦ୍ଦ କରିବା ଦାବିରେ ପିଟିସନ ଦାଖଲ କରାଯାଇଛି । ଏସବୁ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ଲାଗି ଏନ୍ଟିଏ ତାର ପିଟିସନରେ ଅନୁରୋଧ କରିଥିଲା । ନିଟ-ୟୁଜି ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ରଦ୍ଦ ସଂକ୍ରାନ୍ତ ପିଟିସନ ଉପରେ ଆସନ୍ତା ୧୮ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି କରାଯିବ ।