ଦୀପକଙ୍କ ଘର ସମେତ ବହୁ ସ୍ଥାନରେ ଇଡି ଚଢ଼ାଉ

ବଡ଼ବିଲ(ଦେବପ୍ରିୟ ରଣା)/ ଯୋଡ଼ା (ମାନସ ରଞ୍ଜନ ମହାନ୍ତି)/ ରାଉରକେଲା, (ସଙ୍ଗୀତା ଜେନା)/ ଭୁବନେଶ୍ୱର, ୨।୩(ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ୧୮ଶହ କୋଟିର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ସକ୍ରିୟ ହୋଇଉଠିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଏବଂ ତାଙ୍କ ସହଯୋଗୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ଦୀପକଙ୍କ କେନ୍ଦୁଝର ଜିଲା ବଡ଼ବିଲ ବସ୍ତିସ୍ଥିତ ବାସଭବନ ଏବଂ ଧୋବି ହଟିଂସ୍ଥିତ କାର୍ଯ୍ୟାଳୟ (ଇସ୍ପାତ ଭବନ)ରେ […] The post ଦୀପକଙ୍କ ଘର ସମେତ ବହୁ ସ୍ଥାନରେ ଇଡି ଚଢ଼ାଉ appeared first on Dharitri Odia News.

ଦୀପକଙ୍କ ଘର ସମେତ ବହୁ ସ୍ଥାନରେ ଇଡି ଚଢ଼ାଉ

ବଡ଼ବିଲ(ଦେବପ୍ରିୟ ରଣା)/ ଯୋଡ଼ା (ମାନସ ରଞ୍ଜନ ମହାନ୍ତି)/ ରାଉରକେଲା, (ସଙ୍ଗୀତା ଜେନା)/ ଭୁବନେଶ୍ୱର, ୨।୩(ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ୧୮ଶହ କୋଟିର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ସକ୍ରିୟ ହୋଇଉଠିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଏବଂ ତାଙ୍କ ସହଯୋଗୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ଦୀପକଙ୍କ କେନ୍ଦୁଝର ଜିଲା ବଡ଼ବିଲ ବସ୍ତିସ୍ଥିତ ବାସଭବନ ଏବଂ ଧୋବି ହଟିଂସ୍ଥିତ କାର୍ଯ୍ୟାଳୟ (ଇସ୍ପାତ ଭବନ)ରେ ଯାଞ୍ଚ ଚାଲିଛି। ଏଥିସହ ଦୀପକଙ୍କ କୋଲକାତାସ୍ଥିତ ବାସଭବନ, ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମ୍ବୱାଲାଙ୍କ ଭୁବନେଶ୍ୱର ଓ ରାଉରକେଲାସ୍ଥିତ ବାସଭବନ, ଅଫିସ ଓ ଗୋଦାମରେ ମଧ୍ୟ ଯାଞ୍ଚ ଜାରି ରହିଥିବା ଜଣାପଡିଛି। କେନ୍ଦ୍ରୀୟ ସୁରକ୍ଷା ବଳ ସହାୟତାରେ ଏହି ଯାଞ୍ଚ ଚାଲିଥିବାବେଳେ ଏନେଇ ଇଡି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ। ତେବେ ରିପୋର୍ଟ ଲେଖାହେବା ବେଳକୁ ଇଡି ଟିମ୍‌ ବହୁ କାଗଜପତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। ଦୀପକ ଏହି ମାମଲାରେ ସର୍ତ୍ତମୂଳକ ଜାମିନରେ ରହିଛନ୍ତି। ଲିଜ୍‌ଧାରୀ ଦୀପକ ଅନ୍ୟମାନଙ୍କ ସହଯୋଗରେ ୨୦୦୩ରୁ ୨୦୧୦ ମଧ୍ୟରେ ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଉଲିବୁରୁ ଖଣିରୁ ପ୍ରାୟ ୪୫.୨୨ ଲକ୍ଷ ମେଟ୍ରିକ ଟନ୍‌ ଲୁହାପଥର ବେଆଇନ ଭାବେ କାରବାର କରି ୮୯୩.୬୭କୋଟି ଟଙ୍କା ଲାଭ କରିଥିଲେ। ୨୦୧୩ରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହେବା ପରେ ଏହି ମହାଦୁର୍ନୀତି ପଦାକୁ ଆସିଥିଲା। ଏହି ମାମଲାରେ ଦୀପକଙ୍କୁ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ୨୦୧୩ ସେପ୍ଚେମ୍ବର ୫ରେ ଗିରଫ କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ପରେ ଏହି ଲିଙ୍କ୍‌ରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଗିରଫ ହୋଇଥିଲେ। ଭିଜିଲାନ୍ସ ଏନେଇ ତଦନ୍ତ ସାରି କେନ୍ଦୁଝର ସ୍ବତନ୍ତ୍ର କୋର୍ଟରେ ଦୀପକଙ୍କ ସମେତ ଅନ୍ୟ ୨୩ଜଣଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହି ଖଣି ଖନନ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ହୋଇଥିବା ଭିଜିଲାନ୍ସ ଚାର୍ଜସିଟ୍‌ରେ ଦର୍ଶାଇଥିଲା। ଏହାକୁ ଆଧାର କରି ଇଡି ବେଆଇନ ଅର୍ଥ କାରବାରକୁ ନେଇ ୨୦୧୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଓ ତାଙ୍କ ସହଯୋଗୀ ସତ୍ୟବ୍ରତ ରାଉତଙ୍କୁ ୨୦୧୪ ଜୁଲାଇରେ ଇଡି ରିମାଣ୍ଡରେ ନେଇ ମଧ୍ୟ ପଚରାଉଚରା କରିଥିଲା।

The post ଦୀପକଙ୍କ ଘର ସମେତ ବହୁ ସ୍ଥାନରେ ଇଡି ଚଢ଼ାଉ appeared first on Dharitri Odia News.