ହାଇକୋର୍ଟଙ୍କ ରାୟକୁ ବଦଳାଇ ଦେଲେ ସୁପ୍ରିମକୋର୍ଟ, କବିତାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୮: ବିଆରଏସ ନେତା କବିତାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସିବିଆଇ ଏବଂ ଇଡି ଦ୍ୱାରା ପଞ୍ଜୀକୃତ ମାମଲାରେ ତାଙ୍କୁ ଜାମିନ ମିଳିଛି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ୫ମାସ ଜେଲରେ ଅଛନ୍ତି। ସାକ୍ଷୀଙ୍କ ଲମ୍ବା ତାଲିକା ଏବଂ ଅନେକ ଦଲିଲ ଯୋଗୁଁ ନିମ୍ନ ଅଦାଲତରେ ଶୁଣାଣି ସମୟ ଲାଗିବ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା ମାମଲାର ସତ୍ୟପାଠକୁ ଯାଉନାହିଁ। ସୂଚନାଯୋଗ୍ୟ, ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖରଙ୍କ ଝିଅ କବିତା ଏବଂ […] The post ହାଇକୋର୍ଟଙ୍କ ରାୟକୁ ବଦଳାଇ ଦେଲେ ସୁପ୍ରିମକୋର୍ଟ, କବିତାଙ୍କୁ ମିଳିଲା ଜାମିନ appeared first on Dharitri Odia News.

ହାଇକୋର୍ଟଙ୍କ ରାୟକୁ ବଦଳାଇ ଦେଲେ ସୁପ୍ରିମକୋର୍ଟ, କବିତାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୮: ବିଆରଏସ ନେତା କବିତାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସିବିଆଇ ଏବଂ ଇଡି ଦ୍ୱାରା ପଞ୍ଜୀକୃତ ମାମଲାରେ ତାଙ୍କୁ ଜାମିନ ମିଳିଛି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ୫ମାସ ଜେଲରେ ଅଛନ୍ତି। ସାକ୍ଷୀଙ୍କ ଲମ୍ବା ତାଲିକା ଏବଂ ଅନେକ ଦଲିଲ ଯୋଗୁଁ ନିମ୍ନ ଅଦାଲତରେ ଶୁଣାଣି ସମୟ ଲାଗିବ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା ମାମଲାର ସତ୍ୟପାଠକୁ ଯାଉନାହିଁ।
ସୂଚନାଯୋଗ୍ୟ, ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖରଙ୍କ ଝିଅ କବିତା ଏବଂ ବିଆରଏସର ଏମଏଲସି ମାର୍ଚ୍ଚ ୧୫ରୁ ପୋଲିସ ହେପାଜତରେ ଅଛନ୍ତି। ଜୁଲାଇ ୧ରେ କବିତାଙ୍କ ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ସୁପ୍ରିମକୋର୍ଟ କୋର୍ଟ ପ୍ରତ୍ୟେକ ମାମଲାରେ ୧୦ଲକ୍ଷ ଟଙ୍କା ସୁନିଶ୍ଚିତ ବଣ୍ଡ ଦାଖଲ କରିବା, ସାକ୍ଷୀଙ୍କ ଉପରେ କୌଣସି ଟାମ୍ପରିଂ ନକରିବା ଏବଂ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ସର୍ତ୍ତରେ କବିତାଙ୍କୁ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ହାଇକୋର୍ଟଙ୍କ ରାୟକୁ ବଦଳାଇ ଦେଲେ ସୁପ୍ରିମକୋର୍ଟ, କବିତାଙ୍କୁ ମିଳିଲା ଜାମିନ appeared first on Dharitri Odia News.