ପାଣ୍ଡିଆନଙ୍କ ଖାସ୍ ରବି କାନ୍ତଙ୍କୁ ହଟାଇଲେ ରାଜ୍ୟ ସରକାର, ଦେଲେ ଏହି ଦାୟିତ୍ୱ
ଭୁବନେଶ୍ୱର,୧୫।୭: ରାଜ୍ୟର ଭାଜପା ସରକାର ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ଆଇପିଏସ ରବିକାନ୍ତଙ୍କୁ ହଟାଇ ଦେଇଛନ୍ତି । ସେ କାର୍ତ୍ତିକ ପାଣ୍ଡିଆନଙ୍କ ଖାସ ଅନୁଗତ ଭାବେ ପରିଚିତ। ନୂଆଦିଲ୍ଲୀରେ ପାଣ୍ଡିଆନ ଓ ବିଜେଡିର ପ୍ରତିନିଧି ଭାବେ ରବିକାନ୍ତ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଥିଲା । ତେବେ ନୂଆଦିଲ୍ଲୀରେ କାର୍ଯ୍ୟରତ ଆଇଏଏସ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି । ବରିଷ୍ଠ ଆଇପିଏସ ରବି କାନ୍ତଙ୍କୁ ରାଜ୍ୟ ଗୃହ ବିଭାଗ ଓଏସ୍ଡି ଭାବେ ବଦଳି […] The post ପାଣ୍ଡିଆନଙ୍କ ଖାସ୍ ରବି କାନ୍ତଙ୍କୁ ହଟାଇଲେ ରାଜ୍ୟ ସରକାର, ଦେଲେ ଏହି ଦାୟିତ୍ୱ appeared first on Dharitri Odia News.
ଭୁବନେଶ୍ୱର,୧୫।୭: ରାଜ୍ୟର ଭାଜପା ସରକାର ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ଆଇପିଏସ ରବିକାନ୍ତଙ୍କୁ ହଟାଇ ଦେଇଛନ୍ତି । ସେ କାର୍ତ୍ତିକ ପାଣ୍ଡିଆନଙ୍କ ଖାସ ଅନୁଗତ ଭାବେ ପରିଚିତ। ନୂଆଦିଲ୍ଲୀରେ ପାଣ୍ଡିଆନ ଓ ବିଜେଡିର ପ୍ରତିନିଧି ଭାବେ ରବିକାନ୍ତ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଥିଲା । ତେବେ ନୂଆଦିଲ୍ଲୀରେ କାର୍ଯ୍ୟରତ ଆଇଏଏସ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି ।
ବରିଷ୍ଠ ଆଇପିଏସ ରବି କାନ୍ତଙ୍କୁ ରାଜ୍ୟ ଗୃହ ବିଭାଗ ଓଏସ୍ଡି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରବି କାନ୍ତଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ମଧ୍ୟ ଗୃହ ବିଭାଗ ଓଏ୍ସଡି ଭାବେ ନିଯୁକ୍ତି ଦିଆଯାଇଥିଲା।
The post ପାଣ୍ଡିଆନଙ୍କ ଖାସ୍ ରବି କାନ୍ତଙ୍କୁ ହଟାଇଲେ ରାଜ୍ୟ ସରକାର, ଦେଲେ ଏହି ଦାୟିତ୍ୱ appeared first on Dharitri Odia News.