ବ୍ରିଟେନ୍ ସଂସଦରେ ଗୀତା ହାତରେ ଧରି ଶପଥ ନେଇଥିବା ଏମ୍ପି ଶିବାନୀ ରାଜା କିଏ? ଜାଣନ୍ତୁ ସବୁକିଛି…
ଲଣ୍ଡନ,୧୧।୭: ବ୍ରିଟେନ୍ରେ ଜୁଲାଇ ୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪ ବର୍ଷ ଧରି ନିରବଚ୍ଛିନ୍ନ ଶାସନ କ୍ଷମତାରେ ଥିବା କଞ୍ଜର୍ଭେଟିଭ୍ ପାର୍ଟିକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୬୫୦ରୁ ୪୧୨ ଆସନ ଜିତି ଶାସନ କ୍ଷମତାକୁ ଫେରିଛି ଲେବର ପାର୍ଟି। ତେବେ ଲେବର ପାର୍ଟିର ଏହି ବଡ଼ ବିଜୟର ପୁରୋଧା ସାଜିଥିଲେ ଏମ୍ପି ଶିବାନୀ ରାଜା। ଭାରତୀୟ ବଂଶୋଦ୍ଭବ ଶିବାନୀ ୩୭ ବର୍ଷ ଧରି ଲେବର ପାର୍ଟିର ଗଡ଼ କୁହାଯାଉଥିବା ଲିସେଷ୍ଟର ଇଷ୍ଟରୁ […] The post ବ୍ରିଟେନ୍ ସଂସଦରେ ଗୀତା ହାତରେ ଧରି ଶପଥ ନେଇଥିବା ଏମ୍ପି ଶିବାନୀ ରାଜା କିଏ? ଜାଣନ୍ତୁ ସବୁକିଛି… appeared first on Dharitri Odia News.
ଲଣ୍ଡନ,୧୧।୭: ବ୍ରିଟେନ୍ରେ ଜୁଲାଇ ୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪ ବର୍ଷ ଧରି ନିରବଚ୍ଛିନ୍ନ ଶାସନ କ୍ଷମତାରେ ଥିବା କଞ୍ଜର୍ଭେଟିଭ୍ ପାର୍ଟିକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୬୫୦ରୁ ୪୧୨ ଆସନ ଜିତି ଶାସନ କ୍ଷମତାକୁ ଫେରିଛି ଲେବର ପାର୍ଟି। ତେବେ ଲେବର ପାର୍ଟିର ଏହି ବଡ଼ ବିଜୟର ପୁରୋଧା ସାଜିଥିଲେ ଏମ୍ପି ଶିବାନୀ ରାଜା।
ଭାରତୀୟ ବଂଶୋଦ୍ଭବ ଶିବାନୀ ୩୭ ବର୍ଷ ଧରି ଲେବର ପାର୍ଟିର ଗଡ଼ କୁହାଯାଉଥିବା ଲିସେଷ୍ଟର ଇଷ୍ଟରୁ ବିଜେତା ହୋଇ ଇତିହାସ ରଚିଛନ୍ତି। ଏହି ନିର୍ବାଚନରେ ଶିବାନୀଙ୍କ ବିପକ୍ଷରେ ଲେବର ପାର୍ଟିର ପ୍ରାର୍ଥୀ ଏବଂ ଲଣ୍ଡନର ଡେପୁଟି ମେୟର ରାଜେଶ ଅଗ୍ରଓ୍ବାଲ ଲଢ଼ୁଥିଲେ। ତାଙ୍କୁ ଶିବାନୀ ୪ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।
ଶିବାନୀଙ୍କ ବିଜେତା ହେବା ପରେ ବ୍ରିଟେନ ସଂସଦରେ ଶପଥ ନେଇଛନ୍ତି। ଏହି ଅବସରରେ ସେ ହାତରେ ଗୀତା ଧରିଥିବା ଦେଖାଯାଇଥିଲା। ଏହାର ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହାକୁ ନେଇ ତାଙ୍କୁ ବେଶ ପସନ୍ଦ କରାଯାଉଛି।
୨୯ ବର୍ଷୀୟ ଶିବାନୀ ଭାରତୀୟ ବଂଶୋଦ୍ଭବ। ହେଲେ ସେ ନିଜ ପରିବାରର ପ୍ରଥମ ପିଢ଼ି ଯିଏ ବ୍ରିଟିଶ ନାଗରିକ। ତାଙ୍କ ମା’ବାପା ୧୯୭୦ରେ କେନିଆରୁ ଇଂଲଣ୍ଡର ଲିସେଷ୍ଟର ଆସିଥିଲେ। ୧୯୯୪ ଜୁଲାଇ ୨୧ରେ ଶିବାନୀଙ୍କ ଜନ୍ମ ହୋଇଥିଲା। ବ୍ରିଟେନରେ ସେ ବଢ଼ିଥିବା ସତ୍ତ୍ୱେ ନିଜ ସଂସ୍କୃତି ଭୁଲି ନାହାନ୍ତି। ସେ ଗୁଜରାଟୀ ପରିବାରରୁ ଆସିଛନ୍ତି। ଏଣୁ ରାଜନୀତି ସହ ପାରିବାରିକ ବ୍ୟବସାୟରେ ତାଙ୍କର ଦକ୍ଷତା ରହିଛି। ୨୦୨୨ରେ ଲିସେଷ୍ଟରରେ ଦଙ୍ଗା ହୋଇଥିଲା। ସେତେବେଳେ ଶାସନ କ୍ଷମତାକୁ ନେଇ ଅନେକଙ୍କ ମନରେ ଅସନ୍ତୋଷ ଥିବା ହୃଦୟଙ୍ଗମ କରିଥିଲେ ସେ। ପରେ ସେ ଏହାକୁ ବଦଳାଇବା ପାଇଁ ରାଜନୀତୀରେ ପ୍ରବେଶ କରିଥିଲେ।
ଶିବାନୀଙ୍କ ପିଲାଦିନ ଲିସେଷ୍ଟର ରଶି ମିଡରେ ବିତିଛି। ସେ ପ୍ରାରମ୍ଭିକ ପାଠପଢ଼ା ହେରିକ ପ୍ରାଇମେରି ସ୍କୁଲ ଏବଂ ସୋଅର ବେଲି କଲେଜରୁ କରିଥିଲେ। ଏହାପରେ ସେ ଡି ମୋଟଫୋର୍ଟ ୟୁନିଭର୍ସିଟିରୁ ଫାର୍ମାସୁଟିକାଲା ଏବଂ କଷ୍ମେଟିକ୍ ସାଇନ୍ସରୁ ଗ୍ରାଜୁଏଶନ ଡିଗ୍ରୀ ହାସଲ କରିଥିଲେ। ଗ୍ରାଜୁଏଶନରେ ସେ ଅନେକ କଷ୍ମେଟିକ୍ ବ୍ରାଣ୍ଡ ସହ କାମ କରିଥିଲେ। ୨୦୧୭ରେ ସେ ମିସ୍ ଇଣ୍ଡିଆ ୟୁକେ ପ୍ରତିଯୋଗିତାରେ ଭାଗ ନେଇ ସେମି ଫାଇନାଲିଷ୍ଟ ହୋଇଥିଲେ।
The post ବ୍ରିଟେନ୍ ସଂସଦରେ ଗୀତା ହାତରେ ଧରି ଶପଥ ନେଇଥିବା ଏମ୍ପି ଶିବାନୀ ରାଜା କିଏ? ଜାଣନ୍ତୁ ସବୁକିଛି… appeared first on Dharitri Odia News.