ମହଙ୍ଗା ହେବ ଟ୍ୟାକ୍ସି ସେବା, ଭଡ଼ା ବଢ଼ାଇଲେ ରାଜ୍ୟ ସରକାର; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ, ୪।୨: ଟ୍ୟାକ୍ସି ଏବଂ ଓଲା ଏବଂ ଉବର ପରି ଏଗ୍ରିଗେଟର ଅଧୀନରେ କାର୍ୟ୍ୟ କରୁଥିବା ଗାଡିଗୁଡିକ ପାଇଁ ଭଡା ବଢ଼ାଇଛନ୍ତି ରାଜ୍ୟ ସରକାର। ଗାଡି ମୂଲ୍ୟକୁ ଆଧାର କରି ଟ୍ୟାକ୍ସି ଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯିବ। ଏଣିକି ୧୦ ଲକ୍ଷ ଟଙ୍କା ମୂଲ୍ୟର ଗାଡି ଗୁଡ଼ିକ ପାଇଁ ସର୍ବନିମ୍ନ ଭଡା ୧୦୦ ଟଙ୍କା ୪ କିଲୋମିଟର ପର୍ୟ୍ୟନ୍ତ ସ୍ଥିର ହୋଇଛି। ୪ କିଲୋମିଟର ପରେ ପ୍ରତ୍ୟେକ କିଲୋମିଟର ମୂଲ୍ୟ ୨୪ ଟଙ୍କା ହେବ। ୧୦ […] The post ମହଙ୍ଗା ହେବ ଟ୍ୟାକ୍ସି ସେବା, ଭଡ଼ା ବଢ଼ାଇଲେ ରାଜ୍ୟ ସରକାର; ଜାଣନ୍ତୁ ନୂଆ ଦର appeared first on Dharitri Odia News.

ମହଙ୍ଗା ହେବ ଟ୍ୟାକ୍ସି ସେବା, ଭଡ଼ା ବଢ଼ାଇଲେ ରାଜ୍ୟ ସରକାର; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ, ୪।୨: ଟ୍ୟାକ୍ସି ଏବଂ ଓଲା ଏବଂ ଉବର ପରି ଏଗ୍ରିଗେଟର ଅଧୀନରେ କାର୍ୟ୍ୟ କରୁଥିବା ଗାଡିଗୁଡିକ ପାଇଁ ଭଡା ବଢ଼ାଇଛନ୍ତି ରାଜ୍ୟ ସରକାର। ଗାଡି ମୂଲ୍ୟକୁ ଆଧାର କରି ଟ୍ୟାକ୍ସି ଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯିବ।

ଏଣିକି ୧୦ ଲକ୍ଷ ଟଙ୍କା ମୂଲ୍ୟର ଗାଡି ଗୁଡ଼ିକ ପାଇଁ ସର୍ବନିମ୍ନ ଭଡା ୧୦୦ ଟଙ୍କା ୪ କିଲୋମିଟର ପର୍ୟ୍ୟନ୍ତ ସ୍ଥିର ହୋଇଛି। ୪ କିଲୋମିଟର ପରେ ପ୍ରତ୍ୟେକ କିଲୋମିଟର ମୂଲ୍ୟ ୨୪ ଟଙ୍କା ହେବ। ୧୦ ଲକ୍ଷରୁ ୧୫ ଲକ୍ଷ ମଧ୍ୟରେ ଗାଡି ଗୁଡିକ ପାଇଁ ସର୍ବନିମ୍ନ ୪ କିଲୋମିଟର ପାଇଁ ସର୍ବନିମ୍ନ ୧୧୫ ଟଙ୍କା ଏବଂ ଏହାଠାରୁ କିଲୋମିଟର ପ୍ରତି ୨୮ ଟଙ୍କା ସ୍ଥିର କରାଯାଇଛି। ୧୫ ଲକ୍ଷରୁ ଅଧିକ ଗାଡି ଗୁଡିକ ପାଇଁ ପ୍ରଥମ ୪ କିଲୋମିଟର ମୂଲ୍ୟ ୧୩୦ ଟଙ୍କା ଏବଂ ପ୍ରତ୍ୟେକ ଅତିରିକ୍ତ କିମି ୩୨ ଟଙ୍କା ଭଡ଼ା ରହିଛି।

ରାଜ୍ୟରେ ବଢୁଥିବା ଦରଦାମ୍ ଏବଂ ସହର ମାନଙ୍କରେ ବଢୁଥିବା ଟ୍ରାଫିକକୁ ଦୃଷ୍ଟିରେ ରଖି କର୍ଣ୍ଣାଟକର ସିଦ୍ଧରମୈୟା ସରକାର ଗାଡିଗୁଡିକ ପାଇଁ ଭଡା ବୃଦ୍ଧି କରିଛନ୍ତି। ଶେଷ ଥର ପାଇଁ ୨୦୨୧ ରେ ରାଜ୍ୟ ସରକାର ଭଡା ସଂଶୋଧନ କରିଥିଲେ ଯେତେବେଳେ ଏସି ବିହୀନ ଟ୍ୟାକ୍ସିଗୁଡିକ ପ୍ରଥମ ୪ କିଲୋମିଟର ପାଇଁ ୭୫ ଟଙ୍କା ଏବଂ ତା’ପରେ କିମି ପିଛା ୧୮ ଟଙ୍କା ଥିଲା। ପୂର୍ବ ସଂଶୋଧନ ଅନୁଯାୟୀ, ଏସି ଟ୍ୟାକ୍ସିଗୁଡ଼ିକ ପ୍ରଥମ ୪ କିଲୋମିଟର ପାଇଁ ୧୦୦ ଟଙ୍କା ଏବଂ ତା’ପରେ ୨୪ / କିମି ଟଙ୍କା ଆଦାୟ କରୁଥିଲେ।

ରାଜ୍ୟ ପରିବହନ ପ୍ରାଧିକରଣ ସଚିବ ଏଲ ହେମନ୍ତ କୁମାର କହିଛନ୍ତି ଯେ ପୂର୍ବରୁ ଆପ୍ ଆଧାରିତ ଏବଂ ସିଟି ଟ୍ୟାକ୍ସି ପାଇଁ ଅଲଗା ଭଡା ଥିଲା। ଏଥିସହ ପ୍ରତ୍ୟେକ ବର୍ଗରେ ସର୍ବନିମ୍ନ ଏବଂ ସର୍ବାଧିକ ଭଡା ଭିନ୍ନ ଭିନ୍ନ ରହିଥିଲା, ଯାହାକୁ ଆମେ ବର୍ତ୍ତମାନ ହଟାଇଛୁ। ସେ କହିଛନ୍ତି ଯେ ବିଭାଗ ସମସ୍ତ ଟ୍ୟାକ୍ସି / କ୍ୟାବ ପାଇଁ ସମାନ ଭଡା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଏସି ବିହୀନ ବର୍ଗକୁ ଭଡା ଢାଞ୍ଚରୁ ହଟାଇ ଦିଆଯାଇଛି, କାରଣ ବର୍ତ୍ତମାନ ସମସ୍ତ ଯାନବାହାନରେ ଏସି ସୁବିଧା ରହିଛି।

ସେହିଭଳି ପ୍ରଥମ ପାଞ୍ଚ ମିନିଟ୍ ପାଇଁ ମାଗଣା ଅପେକ୍ଷା ଚାର୍ଜରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଏହା ପରେ ପ୍ରତି ମିନିଟ୍ ପାଇଁ ୧ ଟଙ୍କା ଦେବାକୁ ହେବ। ଆପ୍ ଆଧାରିତ ଏଗ୍ରିଗେଟର୍ସ ୫ ପ୍ରତିଶତ ଜିଏସଟି ସଂଗ୍ରହ କରିବେ ଏବଂ ଯାତ୍ରୀମାନଙ୍କଠାରୁ ସଂଗ୍ରହ କରାଯାଇପାରିବ।

 

The post ମହଙ୍ଗା ହେବ ଟ୍ୟାକ୍ସି ସେବା, ଭଡ଼ା ବଢ଼ାଇଲେ ରାଜ୍ୟ ସରକାର; ଜାଣନ୍ତୁ ନୂଆ ଦର appeared first on Dharitri Odia News.