ମନ୍ଧାନା- କୌରଙ୍କ ଧମାଲ, ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିଲା ଭାରତୀୟ ଟିମ୍

ଅହମ୍ମଦାବାଦ: ଭାରତୀୟ ମହିଳା କ୍ରିକେଟ୍ ଦଳ ନିର୍ଣ୍ଣାୟକ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟ୍‌ରେ ହରାଇଛି। ଏହି ବିଜୟ ସହ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଛି। ଅହମ୍ମଦାବାଦରେ ଖେଳା ଯାଇଥିବା ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୩୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତୀୟ ଦଳ ୩୪ ବଲ୍ ବଳକା ଥାଇ ମ୍ୟାଚ୍‌କୁ ୬ ଓ୍ଵିକେଟ୍‌ରେ  ଜିତି ନେଇଛି। ଓପନର ସ୍ମୃତି ମନ୍ଧାନା ନିଜର ଖରାପ ଫର୍ମ ଉପରେ ବିରାମ ଲଗାଇ ଦମଦାର ଶତକୀୟ ଇନିଂସ ଖେଳିଛନ୍ତି। ମ୍ୟାଚ୍‌ରେ ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିର୍ଣ୍ଣୟ ନେଇଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି କିଓ୍ଵି ଦଳ ୫ ଓ୍ଵିକେଟ୍ ହରାଇ ୮୮ ରନ କରି ସଙ୍କଟରେ ପଡ଼ିଥିଲା। ଏହା ପରେ ବ୍ରୁକ ହାଲିଡେ ଓ ଇସାବେଲା ଦଳର ଇନିଂସ ସମ୍ଭାଳି ୬୪ ରନର ଭାଗଦାରୀ ଯୋଡ଼ିଥିଲେ। ବିଶେଷ କରି ବ୍ରୁକ ହାଲିଡେ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୮୬ ରନର ଇନିଂସ ଖେଳିଥିବା ବେଳେ ଇସାବେଲ୍ଲା ୨୫ ରନ ଓ ଲି ଟାହୁଲୁ ଦ୍ରୁତ ୨୪ ରନ କରିଥିଲେ। ଫଳରେ ୨୩୨ ରନରେ ପହଞ୍ଚି ପାରିଥିଲା ନ୍ୟୁଜିଲାଣ୍ଡ। ଭାରତ ପକ୍ଷରୁ ସିଜିନରେ ପଦାର୍ପଣ କରିଥିବା ବାମହାତୀ ବୋଲର ପ୍ରିୟା ମିଶ୍ର ୪୧ ରନ ଦେଇ ୨ଟି ଓ ଦୀପ୍ତି ଶର୍ମା ୩୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଜବାବରେ

ମନ୍ଧାନା- କୌରଙ୍କ ଧମାଲ, ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିଲା ଭାରତୀୟ ଟିମ୍

ଅହମ୍ମଦାବାଦ: ଭାରତୀୟ ମହିଳା କ୍ରିକେଟ୍ ଦଳ ନିର୍ଣ୍ଣାୟକ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟ୍‌ରେ ହରାଇଛି। ଏହି ବିଜୟ ସହ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଛି। ଅହମ୍ମଦାବାଦରେ ଖେଳା ଯାଇଥିବା ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୩୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତୀୟ ଦଳ ୩୪ ବଲ୍ ବଳକା ଥାଇ ମ୍ୟାଚ୍‌କୁ ୬ ଓ୍ଵିକେଟ୍‌ରେ  ଜିତି ନେଇଛି। ଓପନର ସ୍ମୃତି ମନ୍ଧାନା ନିଜର ଖରାପ ଫର୍ମ ଉପରେ ବିରାମ ଲଗାଇ ଦମଦାର ଶତକୀୟ ଇନିଂସ ଖେଳିଛନ୍ତି। 

ମ୍ୟାଚ୍‌ରେ ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିର୍ଣ୍ଣୟ ନେଇଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି କିଓ୍ଵି ଦଳ ୫ ଓ୍ଵିକେଟ୍ ହରାଇ ୮୮ ରନ କରି ସଙ୍କଟରେ ପଡ଼ିଥିଲା। ଏହା ପରେ ବ୍ରୁକ ହାଲିଡେ ଓ ଇସାବେଲା ଦଳର ଇନିଂସ ସମ୍ଭାଳି ୬୪ ରନର ଭାଗଦାରୀ ଯୋଡ଼ିଥିଲେ। ବିଶେଷ କରି ବ୍ରୁକ ହାଲିଡେ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୮୬ ରନର ଇନିଂସ ଖେଳିଥିବା ବେଳେ ଇସାବେଲ୍ଲା ୨୫ ରନ ଓ ଲି ଟାହୁଲୁ ଦ୍ରୁତ ୨୪ ରନ କରିଥିଲେ। ଫଳରେ ୨୩୨ ରନରେ ପହଞ୍ଚି ପାରିଥିଲା ନ୍ୟୁଜିଲାଣ୍ଡ। ଭାରତ ପକ୍ଷରୁ ସିଜିନରେ ପଦାର୍ପଣ କରିଥିବା ବାମହାତୀ ବୋଲର ପ୍ରିୟା ମିଶ୍ର ୪୧ ରନ ଦେଇ ୨ଟି ଓ ଦୀପ୍ତି ଶର୍ମା ୩୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। 

ଜବାବରେ ଭାରତ ପକ୍ଷରୁ ଦମଦାର ବ୍ୟାଟିଂ  କରିଥିଲେ ସ୍ମୃତି ମନ୍ଧାନା। ଟି-୨୦ ବିଶ୍ଵକପ୍ ସହ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ନିରାଶ କରିଥିବା ସ୍ମୃତି ମନ୍ଧାନା ଆଜିର  ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ସେ ୧୨୨ ବଲ୍‌ରୁ ୧୦ ଚୌକା ସହ ୧୦୦ ରନ କରି ଭାରତକୁ ଜିତାଇବାରେ ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଅଧିନାୟକ  ହରମନପ୍ରୀତ କୌର ୬୩ ବଲ୍‌ରୁ ୫୯ ରନର ଅପରାଜିତ ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି। ୟାସ୍ତିକା ଭାଟ୍ଟିଆ ୩୫ ରନ ଓ ଜେମିମା ରୋଡ୍ରିଗଜ ୨୨ ରନ କରିଥିଲେ। ଏହିପରି ଭାରତ ନିର୍ଣ୍ଣାୟକ ଦିନିକିଆକୁ ୪୪.୨ ଓଭରରେ ୪ ଓ୍ଵିକେଟ୍‌ରେ ଜିତି ନେଇଛି।