ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା
ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍ କରିଛନ୍ତି ଭାଜପା ଏମ୍ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ ନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ଙ୍କ ଉପରେ ବର୍ଷିଛନ୍ତି। ବଡ଼ ବାବୁ ଏବଂ ସାନ ବାବୁ ପ୍ରସଙ୍ଗ ଉଠାଇ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,୨୪ ବର୍ଷ ହେଲା ରାଜ୍ୟରେ ଏକ ନିଷ୍କ୍ରିୟ ସରକାର ଚାଲିଛି। କରୋନା ପରଠାରୁ ଆଉ ଦିଶୁନାହାନ୍ତି […] The post ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା appeared first on Dharitri Odia News.
ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍ କରିଛନ୍ତି ଭାଜପା ଏମ୍ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ ନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ଙ୍କ ଉପରେ ବର୍ଷିଛନ୍ତି। ବଡ଼ ବାବୁ ଏବଂ ସାନ ବାବୁ ପ୍ରସଙ୍ଗ ଉଠାଇ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,୨୪ ବର୍ଷ ହେଲା ରାଜ୍ୟରେ ଏକ ନିଷ୍କ୍ରିୟ ସରକାର ଚାଲିଛି। କରୋନା ପରଠାରୁ ଆଉ ଦିଶୁନାହାନ୍ତି ମୁଖ୍ୟମନ୍ତ୍ରୀ। ସଚିବାଳୟ ମଧ୍ୟ ଯାଉ ନାହାନ୍ତି। ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍ କରିଛନ୍ତି। ବଡବାବୁଙ୍କୁ ଶାସନରୁ ଦୂରେଇ ଦେଉଛନ୍ତି ସାନବାକୁ। ସାନବାବୁ ବଡ଼ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି। କୌଣସି ରାଜ୍ୟରେ ଏପରି ବିଚିତ୍ର ଶାସନ ବ୍ୟବସ୍ଥା ନାହିଁ।
ଓଡ଼ିଆ ଅସ୍ମିତା ବିପଦରେ ଅଛି, ଏହା ସମସ୍ତେ ଅନୁଭବ କରୁଛନ୍ତି। ବଡ଼ବାବୁଙ୍କ ଦର୍ଶନ ପାଉ ନ ଥିବାରୁ ଅନେକ ନେତା ବିଜେଡି ଛାଡୁଛନ୍ତି। ତେଣୁ ଓଡ଼ିଶାକୁ ସୁସ୍ଥ ସବଳ ମୁଖ୍ୟମନ୍ତ୍ରୀ ଆବଶ୍ୟକ। ସାନ ବାବୁ କେବେ ବଡ଼ ବାବୁ ହୋଇପାରିବେ ନାହିଁ। ଓଡ଼ିଶାକୁ ଲୁଟ୍ କରିବା ଲାଇସେନ୍ସ ଆଉ ଦିଆ ନ ଯାଉ ବୋଲି ଅପରାଜିତା କହିଛନ୍ତି।
ଏତେ ଖରାରେ ମୁଖ୍ୟମନ୍ତ୍ରୀଙ୍କୁ ୨ଟି ଯାଗାରୁ କାହିଁକି ପ୍ରାର୍ଥୀ କରାଯାଉଛି ବୋଲି ଅପରାଜିତା ପ୍ରଶ୍ନ ଉଠାଇଛନ୍ତି। ସାନ ବାବୁଙ୍କ ବ୍ୟାକ୍ ଡୋର୍ରେ ଏଣ୍ଟ୍ରି ପାଇଁ ନବୀନ ୨ ଜାଗାରେ ପ୍ରାର୍ଥୀ କରାଯାଇଛି ବୋଲି ସେ କହିଛନ୍ତି।
The post ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା appeared first on Dharitri Odia News.