ପଳାଶପଲ୍ଲୀ ଠାରେ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୯୪ ହିତାଧିକାରୀ ହେଲେ ଉପକୃତ
ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ପଳାଶପଲ୍ଲୀ ଠାରେ ନବ ନିର୍ମିତ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କରିଛନ୍ତି। ଏଥିରେ ୩୧ ଟି ଘର ରହିଛି। ଏହାଦ୍ବାରା ୯୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ଏମାନେ ସମସ୍ତେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଛନ୍ତି। ଏକ ମେଡିକାଲ୍ ଟିମ୍ ପ୍ରତି ସପ୍ତାହରେ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛି। ସେମାନଙ୍କ ସୁବିଧା ପାଇଁ ସେମାନଙ୍କୁ ଡ୍ରେସିଂ କିଟ୍, ଜୋତା ଓ ଟ୍ରାଇ […]

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ପଳାଶପଲ୍ଲୀ ଠାରେ ନବ ନିର୍ମିତ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କରିଛନ୍ତି। ଏଥିରେ ୩୧ ଟି ଘର ରହିଛି। ଏହାଦ୍ବାରା ୯୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି।
ଏମାନେ ସମସ୍ତେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଛନ୍ତି। ଏକ ମେଡିକାଲ୍ ଟିମ୍ ପ୍ରତି ସପ୍ତାହରେ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛି। ସେମାନଙ୍କ ସୁବିଧା ପାଇଁ ସେମାନଙ୍କୁ ଡ୍ରେସିଂ କିଟ୍, ଜୋତା ଓ ଟ୍ରାଇ ସାଇକଲ ପ୍ରଭୃତି ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଛି।