ସରିବ ଖରା ଛୁଟି, ୧୮ରେ ଖୋଲିବ ସ୍କୁଲ୍‌ : ଦିନକ ପୂର୍ବରୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀ

ଭୁବନେଶ୍ୱର : ବିଦ୍ୟାଳୟଗୁଡ଼ିକରେ ଗ୍ରୀଷ୍ମକାଳୀନ ଅବକାଶ ଶେଷ ହେବାକୁ ଯାଉଛି। ଆସନ୍ତା ୧୮ତାରିଖରୁ ପୁଣି ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବା ଆଗରୁ ସମସ୍ତ ପ୍ରସ୍ତୁତି ସରିବ। ସ୍କୁଲ୍‌ ଖୋଲିବାର ସପ୍ତାହେ ପୂର୍ବରୁ ସ୍ୱଚ୍ଛତା ନେଇ ସୁନିଶ୍ଚିତ କରାଯିବ। ଏହାସହ ଦିନକୁ ପୂର୍ବରୁ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ବିଭାଗର ବାର୍ଷିକ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ମାସ ୧୮ […]

ସରିବ ଖରା ଛୁଟି, ୧୮ରେ ଖୋଲିବ ସ୍କୁଲ୍‌ : ଦିନକ ପୂର୍ବରୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀ
School will reopen on 18th after summer vacation

ଭୁବନେଶ୍ୱର : ବିଦ୍ୟାଳୟଗୁଡ଼ିକରେ ଗ୍ରୀଷ୍ମକାଳୀନ ଅବକାଶ ଶେଷ ହେବାକୁ ଯାଉଛି। ଆସନ୍ତା ୧୮ତାରିଖରୁ ପୁଣି ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବା ଆଗରୁ ସମସ୍ତ ପ୍ରସ୍ତୁତି ସରିବ। ସ୍କୁଲ୍‌ ଖୋଲିବାର ସପ୍ତାହେ ପୂର୍ବରୁ ସ୍ୱଚ୍ଛତା ନେଇ ସୁନିଶ୍ଚିତ କରାଯିବ। ଏହାସହ ଦିନକୁ ପୂର୍ବରୁ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ବିଭାଗର ବାର୍ଷିକ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ମାସ ୧୮ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ ଥିବାବେଳେ ବିଭାଗୀୟ ସଚିବ ଅଶ୍ୱଥି ଏସ୍‌. ଭର୍ଚୁଆଲ୍‌ ମାଧ୍ୟମରେ ସମୀକ୍ଷା କରିଛନ୍ତି। ସ୍କୁଲ ଖୋଲିବାର ସପ୍ତାହେ ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ କ୍ୟାମ୍ପସ୍‌କୁ ସଫାସୁତୁରା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ପାଣି ଟାଙ୍କି ସଫା କରିବା, ଶ୍ରେଣୀଗୃହର ଆସବାବପତ୍ର ସଫା କରି ସଠିକ୍‌ ଭାବେ ସଜାଇବା ଓ ଶୌଚାଳୟକୁ ବ୍ୟବହାର ଉପଯୋଗୀ କରିବାକୁ କହିଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ପାଇଁ ରୋଷେଇ ଘର, ଗ୍ୟାସ୍‌ ଚୁଲା ପରି ଆନୁଷଙ୍ଗିକ ପ୍ରସ୍ତୁତି କରିବା, ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ସହ ଇଣ୍ଟରନେଟ୍‌ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଖୋଲିବାର ଦିନକ ପୂର୍ବରୁ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀଙ୍କ ସମେତ ରୋଷେୟା ଓ ସହାୟକ କାର୍ଯ୍ୟରେ ଯୋଗଦେବେ। ବିଭାଗର ନିର୍ଦ୍ଦେଶକୁ ସମସ୍ତ ବିଦ୍ୟାଳୟର ଅଧ୍ୟକ୍ଷ ବା ପ୍ରଧାନଶିକ୍ଷକଙ୍କୁ ଡିଇଓମାନେ ଅବଗତ କରିଥିବା ଜଣାଯାଇଛି।