ୟୁଟ୍ୟୁବ୍‌ ଦେଖି ୫୦୦ କାର୍‌ ଚୋରି

ନୂଆଦିଲ୍ଲୀ,୨୪।୨: ଉତ୍ତରପ୍ରଦେଶର ୪ ଜଣ ଯୁବକ ୟୁଟ୍ୟୁବ୍‌ ଭିଡିଓ ଦେଖି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରୁ ୫୦୦ରୁ ଅଧିକ କାର୍‌ ଚୋରି କରିଛନ୍ତି। ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ଥିବା ଅଭିଯୁକ୍ତ ତାଜ୍‌ ମହମ୍ମଦ ଅଟୋରିକ୍ସା ଚଳାଇ ଗୁଜୁରାଣ ମେଣ୍ଟାଉଥିଲେ। ସେ ରୌନକ ଅଲି ନାମକ ଯୁବକଙ୍କ ସମ୍ପର୍କରେ ଆସି କାର ଚୋରି ଯୋଜନା କରିଥିଲେ। ପରେ ଦୁହେଁ ରିଙ୍କୁ ଏବଂ ହାକିମ୍‌ ନାମକ ଅନ୍ୟ ୨ ଜଣଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ କରାଇଥିଲେ। ସେମାନେ ଚୋରି କରିଥିବା […] The post ୟୁଟ୍ୟୁବ୍‌ ଦେଖି ୫୦୦ କାର୍‌ ଚୋରି appeared first on Dharitri Odia News.

ୟୁଟ୍ୟୁବ୍‌ ଦେଖି ୫୦୦ କାର୍‌ ଚୋରି

ନୂଆଦିଲ୍ଲୀ,୨୪।୨: ଉତ୍ତରପ୍ରଦେଶର ୪ ଜଣ ଯୁବକ ୟୁଟ୍ୟୁବ୍‌ ଭିଡିଓ ଦେଖି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରୁ ୫୦୦ରୁ ଅଧିକ କାର୍‌ ଚୋରି କରିଛନ୍ତି। ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ଥିବା ଅଭିଯୁକ୍ତ ତାଜ୍‌ ମହମ୍ମଦ ଅଟୋରିକ୍ସା ଚଳାଇ ଗୁଜୁରାଣ ମେଣ୍ଟାଉଥିଲେ। ସେ ରୌନକ ଅଲି ନାମକ ଯୁବକଙ୍କ ସମ୍ପର୍କରେ ଆସି କାର ଚୋରି ଯୋଜନା କରିଥିଲେ। ପରେ ଦୁହେଁ ରିଙ୍କୁ ଏବଂ ହାକିମ୍‌ ନାମକ ଅନ୍ୟ ୨ ଜଣଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ କରାଇଥିଲେ। ସେମାନେ ଚୋରି କରିଥିବା ୫୦୦ରୁ ଊର୍ଦ୍ଧ୍ୱ କାର୍‌ ମଧ୍ୟରୁ ଅଧିକାଂଶ ଲକ୍‌ଜୁରି କାର୍‌। ଅନେକ ଥର ସେମାନେ ଜେଲ ଯାଇଛନ୍ତି। ତାଜ୍‌ଙ୍କ ସହଯୋଗୀ ଜେଲରେ ଥିବାବେଳେ ସେ ଅନ୍ୟମାନଙ୍କୁ ନେଇ ଚୋରି ଧନ୍ଦା ଚଳାଇଥିଲେ। ଉତ୍ତରପ୍ରଦେଶ ପୋଲିସ ଉକ୍ତ ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କୁ ଗାଜିଆବାଦର ମୁସୌରୀରୁ ଗିରଫ କରିବା ପରେ ସେମାନଙ୍କ ର଼୍ୟାକେଟ୍‌ ଦୁବାଇକୁ ଲମ୍ବିଥିବା ଜଣାପଡ଼ିଛି। କାର୍‌ ଚାବି ଖୋଲିବା ପାଇଁ ସେମାନେ ଅତ୍ୟାଧୁନିକ ସଫ୍ଟଓ୍ବେର ବ୍ୟବହାର କରୁଥିଲେ। ସେମାନେ ଚୋରି କାର୍‌କୁ ସମ୍ଭାଲର ଆମିରଙ୍କ ପାଖକୁ ପଠାଇବା ପରେ ସେ ସେଗୁଡ଼ିକୁ ଗୁଜରାଟର ବଡ଼ଦୋରା ପଠାଉଥିଲେ।

The post ୟୁଟ୍ୟୁବ୍‌ ଦେଖି ୫୦୦ କାର୍‌ ଚୋରି appeared first on Dharitri Odia News.