Video: ୪୫୪ ଦିନ ପରେ କ୍ରିକେଟ ମଇଦାନକୁ ଫେରିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୨୩।୩: ଦୀର୍ଘ ୪୫୪ ଦିନର ବ୍ୟବଧାନ କ୍ରିକେଟ ମଇଦାନକୁ ଫେରିଛନ୍ତି ଋଷଭ ପନ୍ତ। ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ସେ ପ୍ରତ୍ୟାବର୍ତନ କରିଛନ୍ତି। ଏହି ମ୍ୟାଚରେ ପଞ୍ଜାବ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନଇଥିଲା। ପ୍ରଥମ ଇନିଂସରେ ଋଷଭ ପନ୍ତ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ ଦୀର୍ଘ ଦିନର ପ୍ରତ୍ୟାବର୍ତ୍ତନ ପରେ ସେ ନିଜର ମ୍ୟାଜିକ ଦେଖାଇ ପାରିନଥିଲେ। କାର୍ ଦୁର୍ଘଟଣାରେ ଆହତ ହେବା ପରେ […] The post Video: ୪୫୪ ଦିନ ପରେ କ୍ରିକେଟ ମଇଦାନକୁ ଫେରିଲେ ଋଷଭ ପନ୍ତ appeared first on Dharitri Odia News.

Video: ୪୫୪ ଦିନ ପରେ କ୍ରିକେଟ ମଇଦାନକୁ ଫେରିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୨୩।୩: ଦୀର୍ଘ ୪୫୪ ଦିନର ବ୍ୟବଧାନ କ୍ରିକେଟ ମଇଦାନକୁ ଫେରିଛନ୍ତି ଋଷଭ ପନ୍ତ। ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ସେ ପ୍ରତ୍ୟାବର୍ତନ କରିଛନ୍ତି। ଏହି ମ୍ୟାଚରେ ପଞ୍ଜାବ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନଇଥିଲା। ପ୍ରଥମ ଇନିଂସରେ ଋଷଭ ପନ୍ତ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ ଦୀର୍ଘ ଦିନର ପ୍ରତ୍ୟାବର୍ତ୍ତନ ପରେ ସେ ନିଜର ମ୍ୟାଜିକ ଦେଖାଇ ପାରିନଥିଲେ। କାର୍ ଦୁର୍ଘଟଣାରେ ଆହତ ହେବା ପରେ ଅନେକ ଦିନ ଧରି ସେ କ୍ରିକେଟ୍ରୁ ଦୁରେଇ ରହିଥିଲେ।

ଏହି ମ୍ୟାଚରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ୧୩ ବଲରୁ ୧୮ ରନ ସ୍କୋର କରିଥିଲେ। ଏହି ସଂକ୍ଷିପ୍ତ ସ୍କୋରରେ ପନ୍ତ ଦୁଇଟି ଚମତ୍କାର ଚୌକା ମାରିଥିଲେ। ଏହି ମ୍ୟାଚ୍‌ରେ ପନ୍ତ ସଂପୂର୍ଣ୍ଣ ଫିଟ୍‌ ଦେଖାଯାଉଥିଲେ ଏବଂ ଭଲ ଫର୍ମରେ ଲାଗୁଥିଲେ। କିନ୍ତୁ ସେ ନିଜ ଇନିଂସକୁ ଏକ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ଦିଲ୍ଲୀ ପାଇଁ ଏହି ମ୍ୟାଚ୍‌ରେ ଓପନର୍ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ୨୧ ଟି ବଲ ସମ୍ମୁଖରେ ୨୯ ରନର ଇନିଂସ ଖେଳିଥିଲେ ଯେଉଁଥିରେ ୨ ଟି ଛକା ଏବଂ ୩ ଚୌକା ସାମିଲ ଥିଲା।

ଏହି ମ୍ୟାଚରେ ୱାର୍ଣ୍ଣରଙ୍କ ସହ ବ୍ୟାଟିଂ ଓପନିଂ କରିବାକୁ ଆସିଥିବା ମିଚେଲ ମାର୍ଶ ମଧ୍ୟ ନିରାଶ କରିଥିଲେ ଏବଂ ସେ ୧୨ ଟି ବଲରେ ୨ ଟି ଛକା ଏବଂ ୨ ଚୌକା ସହାୟତାରେ ଦଳ ପାଇଁ ୨୦ ରନ୍ ସ୍କୋର କରିଥିଲେ। ତିନି ନମ୍ବରରେ ବ୍ୟାଟିଂ ଆସିଥିବା ଶାଇ ହୋପ୍ ଭଲ ଇନିଂସ ଖେଳି ୩୩ ରନ୍ ସଂଗ୍ରହ କରିଥିଲେ। ସେ ୨ ଟି ଛକା ଏବଂ ୨ ଟି ଚୌକା ସହ ୨୫ ଟି ବଲ ଖେଳି ଏହି ରନ୍ ସ୍କୋର କରିଥିଲେ। ତେବେ ଶେଷ ଓଭରରେ ଅଭିଷେକ ପରେଲ ୧୦ ବଲରେ ୩୨ ରନ୍ ସ୍କୋର କରି ଦଳ ପାଇଁ ଏକ ସମ୍ମାନଜନକ ସ୍କୋର ଛିଡା କରିଥିଲେ।

The post Video: ୪୫୪ ଦିନ ପରେ କ୍ରିକେଟ ମଇଦାନକୁ ଫେରିଲେ ଋଷଭ ପନ୍ତ appeared first on Dharitri Odia News.