ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର
ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର। ସେ ନିଜ ଗାଡ଼ିରେ ନଗଦ ୪ ଲକ୍ଷ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଧରାପଡ଼ିଛନ୍ତି। ଶ୍ରୀ ମହାପାତ୍ର ଏକ କାର୍ (ଓଡି ୦୨ ସିପି-୫୪୧୪)ରେ ଭୁବନେଶ୍ବର ଅଭିମୁଖେ ବାହାରି ଥିବା ବେଳେ ଭିଜିଲାନ୍ସ ବିଭାଗ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା। ଭିଜିଲାନ୍ସ ଟିମ୍ କଟକ ନିକଟ ବିରିବାଟୀ ତାରିଣୀ ଛକରେ ଛକି ବସିଥିଲା। କାର୍ଟି ଘଟଣାସ୍ଥଳରେ ପହଞ୍ଚିଲା ପରେ ଭିଜିଲାନ୍ସ ଟିମ୍ […]

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର। ସେ ନିଜ ଗାଡ଼ିରେ ନଗଦ ୪ ଲକ୍ଷ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଧରାପଡ଼ିଛନ୍ତି।
ଶ୍ରୀ ମହାପାତ୍ର ଏକ କାର୍ (ଓଡି ୦୨ ସିପି-୫୪୧୪)ରେ ଭୁବନେଶ୍ବର ଅଭିମୁଖେ ବାହାରି ଥିବା ବେଳେ ଭିଜିଲାନ୍ସ ବିଭାଗ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା। ଭିଜିଲାନ୍ସ ଟିମ୍ କଟକ ନିକଟ ବିରିବାଟୀ ତାରିଣୀ ଛକରେ ଛକି ବସିଥିଲା। କାର୍ଟି ଘଟଣାସ୍ଥଳରେ ପହଞ୍ଚିଲା ପରେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରିଥିଲେ। ଏତେ ଟଙ୍କା କେଉଁଠୁ ଆସିଲା ସେନେଇ ଶ୍ରୀ ମହାପାତ୍ର ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଭିଜିଲାନ୍ସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।