କୋର୍ଟ ପରିସରରୁ ଅଭିଯୁକ୍ତ ଫେରାର, ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସର ଚଢାଉ

ରାଉରକେଲା : ନୂଆ କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ତାଙ୍କୁ କାବୁ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରୁ ସାଢେ଼ ୫ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ସୂଚନା ମୁତାବକ, ବିଶ୍ରା ଥାନା ପୁଲିସ ଏକ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ କୋର୍ଟରେ ପହଞ୍ଚି ଗାଡିରୁ ଓହ୍ଲାଇବା କ୍ଷଣି ଅଭିଯୁକ୍ତ ଦୌଡ଼ି ବିରଜାପାଲି ବ୍ରିଜ ନିକଟ ବସ୍ତି ଦେଇ ଫେରାର […]

କୋର୍ଟ ପରିସରରୁ ଅଭିଯୁକ୍ତ ଫେରାର, ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସର ଚଢାଉ
court rkl

ରାଉରକେଲା : ନୂଆ କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ତାଙ୍କୁ କାବୁ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରୁ ସାଢେ଼ ୫ଟା ମଧ୍ୟରେ ଏହି ଘଟଣା ଘଟିଥିଲା।

ସୂଚନା ମୁତାବକ, ବିଶ୍ରା ଥାନା ପୁଲିସ ଏକ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ କୋର୍ଟରେ ପହଞ୍ଚି ଗାଡିରୁ ଓହ୍ଲାଇବା କ୍ଷଣି ଅଭିଯୁକ୍ତ ଦୌଡ଼ି ବିରଜାପାଲି ବ୍ରିଜ ନିକଟ ବସ୍ତି ଦେଇ ଫେରାର ହୋଇଯାଇଥିଲେ। ପୁଲିସ ପିଛା କରି ବିଫଳ ହୋଇଥିଲା। ଫେରାର ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲ୍ଲା ପଞ୍ଚଭାୟା ଅଞ୍ଚଳର ରାଜୁ ମହତୋ ଓ ସାଇବର ଅପରାଧରେ ଜଡ଼ିତ ଥିବା ସୂଚନା ମିଳିଛି। ଘଟଣାକୁ ନେଇ ପୁଲିସ ଉପରେ ନାନାଦି ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଡାକ୍ତରଖାନା, କୋର୍ଟ, ଜେଲ ଓ ଥାନାରୁ ଅଭିଯୁକ୍ତ ସମେତ କଏଦୀ ଫେରାର ହୋଇ ସାରିଛନ୍ତି। ବାରମ୍ବାର ଏଭଳି ଘଟଣା ଘଟି ଆସୁଥିବା ଯୋଗୁଁ ପୁଲିସ ଆଇନ ଶୃଙ୍ଖଳା ଉପରେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।