ବିଶ୍ୱରେ ସବୁଠୁ ବ୍ୟୟବହୁଳ ବିବାହ କରିଥିଲେ ଏହି ଭାରତୀୟ, ଗିନିଜ ରେକର୍ଡରେ ରହିଛି ନାମ
ନୂଆଦିଲ୍ଲୀ ୧୨।୭: ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଶୁକ୍ରବାର ରାଧିକା ମର୍ଚ୍ଚାଣ୍ଟଙ୍କ ସହ ହେଉଛି। ଏହି ବିବାହ ସମ୍ପର୍କିତ ବିଭିନ୍ନ ସୂଚନାରେ ଏବେ ସୋସିଆଲ ମିଡିଆ ଭରିପଡିଛି। ଏଥିରେ ପ୍ରାୟ ଖର୍ଚ୍ଚର କଥା କହୁଛନ୍ତି ଓ ଏହି ବିବାହକୁ ଏପର୍ଯ୍ୟନ୍ତ ହୋଇଥିବା ବିବାହ ମଧ୍ୟରେ ବ୍ୟୟବହୁଳ କହୁଛନ୍ତି। ତେବେ ସବୁଠୁ କୌତୁହଳର ବିଷୟ ଯାହା ତାହା ହେଉଛି ବିଶ୍ୱର ସବୁଠୁ ମହଙ୍ଗା ବିବାହର ରେକର୍ଡ ମଧ୍ୟ ଜଣେ ଭାରତୀୟଙ୍କ ନାମରେ ରହିଛି। ବିଶ୍ୱରେ ଅନେକ ବିବାହକୁ ମହଙ୍ଗା ବିବାହ ବୋଲି କୁହାଯାଇଛି। ଏହାର ଉଦାହରଣ ରୂପେ ପ୍ରିନ୍ସ ଚାର୍ଲସ ଓ ଡାୟେନାଙ୍କ ବିବାହକୁ ନିଆଯାଇପାରେ। ଏହି ବିବାହ ଉତ୍ସବରେ ୧୧୦ ମିଲିୟନ ଡଲାର ଖର୍ଚ୍ଚ ହୋଇଥିଲା। ଏହା ଛଡା କିଛି ରିପୋର୍ଟସରେ ଋଷିଆର ସଇଦ ଗୁଟସେରିଏଭ ଓ ଖାଦିଜା ଉଝାକୋଭଙ୍କ ବିବାହକୁ ବିଶ୍ୱର ସବୁଠୁ ମହଙ୍ଗା ବିବାହ ବୋଲି କୁହାଯାଇଛି। ଅମ୍ବାନୀ ପରିବାର ସହିତ ଅନ୍ୟ କେତେକ ବିବାହ ଠାରୁ ମଧ୍ୟ ବ୍ୟୟ ବହୁଳ ବୋଲି କୁହାଯାଇଥିଲା। ତେବେ ଆସନ୍ତୁ ଜାଣିବା ବିଶ୍ୱରେ ସବୁଠୁ ମହଙ୍ଗା ବିବାହ ରେକର୍ଡ କାହାନାମରେ ରହିଛି। ‘ଗିନିଜ ବୁକ୍ ଅଫ ରେକର୍ଡସ୍’ ଅନୁସାରେ ଏପର୍ଯ୍ୟନ୍ତର ସବୁଠୁ ବ୍ୟୟ ବହୁଳ ବିବାହ ଷ୍ଟିଲ ଦିଗ୍ଗଜ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ଝିଅ ଭିନିଶା ମିତ୍ତଲଙ୍କ ନାମରେ ରହିଛି। ଭାରତୀୟ ଷ୍ଟିଲ ଦିଗ୍ଗଜ ଲକ୍ଷ୍ମୀ ନିବାସ ମିତ୍ତଲ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ
ନୂଆଦିଲ୍ଲୀ ୧୨।୭: ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଶୁକ୍ରବାର ରାଧିକା ମର୍ଚ୍ଚାଣ୍ଟଙ୍କ ସହ ହେଉଛି। ଏହି ବିବାହ ସମ୍ପର୍କିତ ବିଭିନ୍ନ ସୂଚନାରେ ଏବେ ସୋସିଆଲ ମିଡିଆ ଭରିପଡିଛି। ଏଥିରେ ପ୍ରାୟ ଖର୍ଚ୍ଚର କଥା କହୁଛନ୍ତି ଓ ଏହି ବିବାହକୁ ଏପର୍ଯ୍ୟନ୍ତ ହୋଇଥିବା ବିବାହ ମଧ୍ୟରେ ବ୍ୟୟବହୁଳ କହୁଛନ୍ତି। ତେବେ ସବୁଠୁ କୌତୁହଳର ବିଷୟ ଯାହା ତାହା ହେଉଛି ବିଶ୍ୱର ସବୁଠୁ ମହଙ୍ଗା ବିବାହର ରେକର୍ଡ ମଧ୍ୟ ଜଣେ ଭାରତୀୟଙ୍କ ନାମରେ ରହିଛି।
ବିଶ୍ୱରେ ଅନେକ ବିବାହକୁ ମହଙ୍ଗା ବିବାହ ବୋଲି କୁହାଯାଇଛି। ଏହାର ଉଦାହରଣ ରୂପେ ପ୍ରିନ୍ସ ଚାର୍ଲସ ଓ ଡାୟେନାଙ୍କ ବିବାହକୁ ନିଆଯାଇପାରେ। ଏହି ବିବାହ ଉତ୍ସବରେ ୧୧୦ ମିଲିୟନ ଡଲାର ଖର୍ଚ୍ଚ ହୋଇଥିଲା। ଏହା ଛଡା କିଛି ରିପୋର୍ଟସରେ ଋଷିଆର ସଇଦ ଗୁଟସେରିଏଭ ଓ ଖାଦିଜା ଉଝାକୋଭଙ୍କ ବିବାହକୁ ବିଶ୍ୱର ସବୁଠୁ ମହଙ୍ଗା ବିବାହ ବୋଲି କୁହାଯାଇଛି। ଅମ୍ବାନୀ ପରିବାର ସହିତ ଅନ୍ୟ କେତେକ ବିବାହ ଠାରୁ ମଧ୍ୟ ବ୍ୟୟ ବହୁଳ ବୋଲି କୁହାଯାଇଥିଲା। ତେବେ ଆସନ୍ତୁ ଜାଣିବା ବିଶ୍ୱରେ ସବୁଠୁ ମହଙ୍ଗା ବିବାହ ରେକର୍ଡ କାହାନାମରେ ରହିଛି।

‘ଗିନିଜ ବୁକ୍ ଅଫ ରେକର୍ଡସ୍’ ଅନୁସାରେ ଏପର୍ଯ୍ୟନ୍ତର ସବୁଠୁ ବ୍ୟୟ ବହୁଳ ବିବାହ ଷ୍ଟିଲ ଦିଗ୍ଗଜ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ଝିଅ ଭିନିଶା ମିତ୍ତଲଙ୍କ ନାମରେ ରହିଛି। ଭାରତୀୟ ଷ୍ଟିଲ ଦିଗ୍ଗଜ ଲକ୍ଷ୍ମୀ ନିବାସ ମିତ୍ତଲ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ। ତାଙ୍କର ଦୁଇଟି ସନ୍ତାନ, ଗୋଟିଏ ଝିଏ ଓ ଗୋଟିଏ ପୁଅ। ଏହି ଆଲେଖ୍ୟଟି ତାଙ୍କ ଝିଅ ଭିନିଶା ମିତ୍ତଲଙ୍କ ଉପରେ କେନ୍ଦ୍ରିତ, ଯିଏ ଆର୍ସେଲର ମିତ୍ତଲରେ ଜଣେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରନ୍ତି। ଜୁନ ୨୦୦୪ ମସିହାରେ ତାଙ୍କୁ ଏଲଏନଏମ ହୋଲ୍ଡିଂସର ନିର୍ଦ୍ଦେଶକ ମଣ୍ଡଳିରେ ସାମିଲ କରାଯାଇଥିଲା ଓ ସେ କ୍ରୟ ବିଭାଗରେ କାମ କରିଥିଲେ।
୧୯୮୦ରେ ଜନ୍ମିତ ଭିନିଶା ୟୁରୋପିୟନ ବିଜନେସ୍ ସ୍କୁଲରୁ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ୪୩ ବର୍ଷ ବୟଷ୍କା ଭିନିଶା ୨୦୦୪ରେ ଫ୍ରାନ୍ସର ପ୍ୟାଲେସ୍ ଅଫ ଭର୍ସେଲସରେ ବ୍ୟବସାୟୀ ଅମିତ ଭାଟିଆଙ୍କୁ ବିବାହ କରିବା ସେତେବେଳେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ବିବାହ ଉତ୍ସବ ନିମନ୍ତେ ଭିନିଶାଙ୍କ ପିତା ୫୫ ନିୟୁତ ଡଲାର ବ୍ୟୟ କରିଥିଲେ, ଯାହାର ମୂଲ୍ୟ ସେତେବେଳେ ୨୪୦ କୋଟି ଟଙ୍କାରୁ ମଧ୍ୟ ଅଧିକ ଥିଲା ଓ ଆଜିର ସମୟରେ ୫୫୦ କୋଟି ଟଙ୍କାରୁ ମଧ୍ୟ ଅଧିକ। ଯହା ଇତିହାସରେ ସବୁଠୁ ମହଙ୍ଗା ବିବାହ ଭାବେ ସ୍ଥାନିତ ହୋଇଥିଲା।

ଭିନିଶାଙ୍କ ବିବାହ ଉତ୍ସବ ୬ ଦିନ ଧରି ଅନୁଷ୍ଠିତ ହୋଇଥିଲା ଓ କାଇଲୀ ମିନଗ ପରଫର୍ମ କରିଥିଲେ, ଯାହାଙ୍କୁ କଥିତ ରୂପେ ୩୦ ମିନିଟର ସୋ ନିମନ୍ତେ ୩ଲକ୍ଷ ୩୦ ହଜାର ଡଲାର ପୈଠ କରାଯାଇଥିଲା। ଏହା ଛଡା ବିବାହ ଉତ୍ସବରେ ଶାହରୁଖ ଖାନ, ଜୁହି ଚାୱଲା, ରାନୀ ମୁଖାର୍ଜୀ, ସୈଫ ଅଲ୍ଲୀ ଖାନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଭଳି ବଲିଉଡ କଳାକାରମାନେ ମଧ୍ୟ ପରଫର୍ମ କରିଥିଲେ। ଫାରହା ଖାନ ନୃତ୍ୟର କୋରିୟୋଗ୍ରାଫି କରିଥିବା ବେଳେ ଜାଭେଦ ଅଖତର ମିତ୍ତଲ ପରିବାର ଦ୍ୱାରା ପ୍ରସ୍ତୁତ ଏକ ନାଟକ ଲେଖିଥିଲେ। ସେଫ ମୁନ୍ନା ମହାରାଜ ବିବାହ ଉତ୍ସବରେ ଖାଦ୍ୟପାନୀୟର ବ୍ୟବସ୍ଥା କରିଥିଲେ।