ବିଧାନସଭା ବଜେଟ୍ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିପାରେ ଗୃହ

ଭୁବନେଶ୍ୱର ୧୯।୦୩ : ବିଧାନସଭା ବଜେଟ୍‌ ଅଧିବେଶନ । ଆଜି (ବୁଧବାର) ବି ବେଶ୍ ସରଗରମ ହେବ ବିଧାନସଭା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ୭ ଦିନ ପାଇଁ ନିଲମ୍ବନ ହେବା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ଶାସକ ଦଳର ନୀତିକୁ ବିରୋଧ କରି କଂଗ୍ରେସ ପ୍ରତିବାଦ ଜାରି ରଖିଛି l ସେପଟେ ଆଜି (ବୁଧବାର)  କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ,  ବୟନ ଶିଳ୍ପ, ଏମ୍‌ଏସଏମ୍ଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି। ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ l ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି l ଯାହାକୁ ନେଇ ଗୃହ ବେଶ ଉଷ୍ମ ହୋଇପାରେ l

ବିଧାନସଭା ବଜେଟ୍ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିପାରେ ଗୃହ

ଭୁବନେଶ୍ୱର ୧୯।୦୩ : ବିଧାନସଭା ବଜେଟ୍‌ ଅଧିବେଶନ । ଆଜି (ବୁଧବାର) ବି ବେଶ୍ ସରଗରମ ହେବ ବିଧାନସଭା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ୭ ଦିନ ପାଇଁ ନିଲମ୍ବନ ହେବା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ଶାସକ ଦଳର ନୀତିକୁ ବିରୋଧ କରି କଂଗ୍ରେସ ପ୍ରତିବାଦ ଜାରି ରଖିଛି l 

ସେପଟେ ଆଜି (ବୁଧବାର)  କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ,  ବୟନ ଶିଳ୍ପ, ଏମ୍‌ଏସଏମ୍ଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି। ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ l ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି l ଯାହାକୁ ନେଇ ଗୃହ ବେଶ ଉଷ୍ମ ହୋଇପାରେ l