ରାୟବରେଲିରୁ ନୂପୁର ଶର୍ମା, ମେରଠରୁ କୁମାର ବିଶ୍ୱାସ; ପ୍ରାର୍ଥୀ ଘୋଷଣା କରି ଚମକାଇବ ବିଜେପି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ଲିଷ୍ଟରେ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି । ଏବେ ବଳକା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପାର୍ଟି ସମସ୍ତଙ୍କୁ ଚକିତ କରିପାରେ । ସୂତ୍ର ଅନୁସାରେ ରାୟବରେଲିରୁ ମେରଠ ଯାଏ ପାର୍ଟି ନୂଆ ଚେହେରାଙ୍କୁ ଓହ୍ଲାଇବା ପାଇଁ ପ୍ରସ୍ତୁତି କରୁଛି । ଗାନ୍ଧି ପରିବାରର ଗଡ଼ ରାୟବରେଲିରୁ ନୂପୁର ଶର୍ମାଙ୍କୁ ଟିକେଟ୍ ଦେଇପାରେ । ସେହିପରି ମେରଠରୁ କବି କୁମାର ବିଶ୍ୱାସଙ୍କୁ ଟିକେଟ୍ ଦେଉଥିବା ଚର୍ଚ୍ଚା ଜୋର ଧରିଛି । ଏହା ବ୍ୟତୀତ ବୃଜଭୂଷଣ ଶରଣ ସିଂଙ୍କ ଟିକେଟ୍ ମଧ୍ୟ କାଟିପାରେ ।ଚର୍ଚ୍ଚା ଅନୁସାରେ ବରୁଣ ଗାନ୍ଧୀ ଏବଂ ବୃଜଭୂଷଣଙ୍କ ଟିକେଟ୍ କଟିପାରେ । ବରୁଣ ଗାନ୍ଧୀଙ୍କ ଆସନରୁ ଯୋଗୀ ସରକାରରେ ମନ୍ତ୍ରୀ ଜୀତିନ ପ୍ରସାଦ କିମ୍ୱା ସଞ୍ଜୟ ଗଙ୍ଗୱାରଙ୍କୁ ଟିକେଟ୍ ମିଳିପାରେ, ସେହିପରି ବୃଜଭୂଷଣ ଶରଣ ସିଂ ସ୍ଥାନରେ କେସରଗଞ୍ଜରୁ ତାଙ୍କ ପତ୍ନୀ କେତକିଙ୍କ ନାଁ ଚର୍ଚ୍ଚାରେ ରହିଛି । ଯଦି ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆନଯାଏ ତେବେ ପୁଅ ପ୍ରତୀକଙ୍କୁ ନିର୍ବାଚନରେ ଓହ୍ଲାଯାଇପାରେ । ବୃଜଭୂଷଣ ଅନେକ ଥରର ସାଂସଦ ଏବଂ ଅଞ୍ଚଳରେ ତାଙ୍କର ଦବଦବା ରହିଛି ।ମେରଠ ଆସନରୁ ବିଜେପି ପ୍ରଖ୍ୟାତ କବି କୁମାର ବିଶ୍ୱାସଙ୍କୁ ନିର୍ବାଚନରେ ଓହ୍ଲାଇପାରେ । କୁମାର ବିଶ୍ୱାସ ନାଁକୁ ନେଇ ପୂର୍ବରୁ ବି ଚର୍ଚ୍ଚା ହୋଇ ଆସୁଛି । ସୂତ୍ର ଅନୁସାରେ ୟୁପି କୋର କମିଟିର ବୈଠକରେ କ

ରାୟବରେଲିରୁ ନୂପୁର ଶର୍ମା, ମେରଠରୁ କୁମାର ବିଶ୍ୱାସ; ପ୍ରାର୍ଥୀ ଘୋଷଣା କରି ଚମକାଇବ ବିଜେପି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ଲିଷ୍ଟରେ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି । ଏବେ ବଳକା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପାର୍ଟି ସମସ୍ତଙ୍କୁ ଚକିତ କରିପାରେ । ସୂତ୍ର ଅନୁସାରେ ରାୟବରେଲିରୁ ମେରଠ ଯାଏ ପାର୍ଟି ନୂଆ ଚେହେରାଙ୍କୁ ଓହ୍ଲାଇବା ପାଇଁ ପ୍ରସ୍ତୁତି କରୁଛି । ଗାନ୍ଧି ପରିବାରର ଗଡ଼ ରାୟବରେଲିରୁ ନୂପୁର ଶର୍ମାଙ୍କୁ ଟିକେଟ୍ ଦେଇପାରେ । ସେହିପରି ମେରଠରୁ କବି କୁମାର ବିଶ୍ୱାସଙ୍କୁ ଟିକେଟ୍ ଦେଉଥିବା ଚର୍ଚ୍ଚା ଜୋର ଧରିଛି । ଏହା ବ୍ୟତୀତ ବୃଜଭୂଷଣ ଶରଣ ସିଂଙ୍କ ଟିକେଟ୍ ମଧ୍ୟ କାଟିପାରେ ।

ଚର୍ଚ୍ଚା ଅନୁସାରେ ବରୁଣ ଗାନ୍ଧୀ ଏବଂ ବୃଜଭୂଷଣଙ୍କ ଟିକେଟ୍ କଟିପାରେ । ବରୁଣ ଗାନ୍ଧୀଙ୍କ ଆସନରୁ ଯୋଗୀ ସରକାରରେ ମନ୍ତ୍ରୀ ଜୀତିନ ପ୍ରସାଦ କିମ୍ୱା ସଞ୍ଜୟ ଗଙ୍ଗୱାରଙ୍କୁ ଟିକେଟ୍ ମିଳିପାରେ, ସେହିପରି ବୃଜଭୂଷଣ ଶରଣ ସିଂ ସ୍ଥାନରେ କେସରଗଞ୍ଜରୁ ତାଙ୍କ ପତ୍ନୀ କେତକିଙ୍କ ନାଁ ଚର୍ଚ୍ଚାରେ ରହିଛି । ଯଦି ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆନଯାଏ ତେବେ ପୁଅ ପ୍ରତୀକଙ୍କୁ ନିର୍ବାଚନରେ ଓହ୍ଲାଯାଇପାରେ । ବୃଜଭୂଷଣ ଅନେକ ଥରର ସାଂସଦ ଏବଂ ଅଞ୍ଚଳରେ ତାଙ୍କର ଦବଦବା ରହିଛି ।

ମେରଠ ଆସନରୁ ବିଜେପି ପ୍ରଖ୍ୟାତ କବି କୁମାର ବିଶ୍ୱାସଙ୍କୁ ନିର୍ବାଚନରେ ଓହ୍ଲାଇପାରେ । କୁମାର ବିଶ୍ୱାସ ନାଁକୁ ନେଇ ପୂର୍ବରୁ ବି ଚର୍ଚ୍ଚା ହୋଇ ଆସୁଛି । ସୂତ୍ର ଅନୁସାରେ ୟୁପି କୋର କମିଟିର ବୈଠକରେ କୁମାର ବିଶ୍ୱାସଙ୍କ ନାଁ ଉପରେ ଚର୍ଚ୍ଚା ହୋଇଛି ଏବଂ ସିଇସି ତାଙ୍କ ନାଁରେ ମୋହର ମାରିଛି । ଏହା ପୂର୍ବରୁ ଟିଭି ସିରିୟଲରେ ରାମାୟାଣର ଚର୍ଚ୍ଚିତ ନାଁ ଅରୁଣ ଗୋଭିଲଙ୍କ ନାଁ ଉପରେ ମଧ୍ୟ ବିଚାର ହୋଇ ସାରିଛି ।