ମାଡ଼ି ଆସୁଛି ବାତ୍ୟା; ବୈତରଣୀ ମୁହାଣରେ ବୁଡ଼ିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା
ଧାମରା ବନ୍ଦର ଧାମରାଇ ମନ୍ଦିର ନିକଟରେ ବୁଡ଼ିଲା ଡଙ୍ଗା । ଡଙ୍ଗାରେ ଥିଲେ ୧୦ରୁ ଅଧିକ ମତ୍ସ୍ୟଜୀବୀ । ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ।
ବଡ଼ ଖବର । ବୈତରଣୀ ମୁହାଣରେ ବୁଡ଼ିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ଧାମରା ବନ୍ଦର ଧାମରାଇ ମନ୍ଦିର ନିକଟରେ ବୁଡ଼ିଲା ଡଙ୍ଗା । ଡଙ୍ଗାରେ ଥିଲେ ୧୦ରୁ ଅଧିକ ମତ୍ସ୍ୟଜୀବୀ । ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା । ଉଦ୍ଧାର ମତ୍ସ୍ୟଜୀବୀ ଦିଘାର ବୋଲି ଜଣାପଡ଼ିଛି । ବାତ୍ୟା ଯୋଗୁଁ ଧାମରାରେ ରହିଥିଲେ ।
#ମୁହାଣରେ_ବୁଡିଲା_ଡଙ୍ଗା
ବୈତରଣୀ ମୁହାଣରେ ବୁଡ଼ିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ଧାମରା ବନ୍ଦର ଧାମରାଇ ମନ୍ଦିର ନିକଟରେ ବୁଡ଼ିଲା ଡଙ୍ଗା
ଡଙ୍ଗାରେ ଥିଲେ ୧୦ରୁ ଅଧିକ ମତ୍ସ୍ୟଜୀବୀ, ସୁରକ୍ଷିତ ଉଦ୍ଧାର ।ଉଦ୍ଧାର ମତ୍ସ୍ୟଜୀବୀ ଦିଘାର, ବାତ୍ୟା ଯୋଗୁଁ ଧାମରାରେ ଥିଲେ #CycloneDana #Bhadrak #Dhamara #OTV pic.twitter.com/1Chpda2cGP — ଓଟିଭି (@otvkhabar) October 22, 2024
ଏପଟେ ସୃଷ୍ଟି ହେଲା ଅବପାତ। ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇଛି। ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ। ଡିପ୍ରେସନ ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।
ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ। ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ। ସିଭିୟର ସାଇକ୍ଲୋନିକ ଷ୍ଟିମ ବା ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ବୀପ ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନବ ୧୨୦ କିଲୋମିଟର ଛୁଇଁପାରେ।