ଡକାୟତି ଓ ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ
ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟରେ ଶୁକ୍ରବାର ଏକ ଘରୁ ଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି। ବିଚାରପତି ସନ୍ତୋଷ କୁମାର ନାୟକ ମାମଲାର ବିଚାର କରି ଦୁଇ ଜଣ ଆସାମୀକୁ ଦୋଷୀ ସାବ୍ୟସ୍ତ ପୂର୍ବକ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ବର୍ଷର ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଆସାମୀ […]

ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟରେ ଶୁକ୍ରବାର ଏକ ଘରୁ ଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି। ବିଚାରପତି ସନ୍ତୋଷ କୁମାର ନାୟକ ମାମଲାର ବିଚାର କରି ଦୁଇ ଜଣ ଆସାମୀକୁ ଦୋଷୀ ସାବ୍ୟସ୍ତ ପୂର୍ବକ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ବର୍ଷର ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଆସାମୀ ଦ୍ୱୟ ହେଲେ ବାଲେଶ୍ଵର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ଗୁହିପୁର ଗ୍ରାମର ପିଣ୍ଟୁ ସିଂ(୩୫) ଓ ସିମୁଳିଆ ଥାନା ଅନ୍ତର୍ଗତ ମୋରଣା ମାର୍କେଟର ଦୟାନିଧି ସିଂ(୪୬)।
ଘଟଣାରୁ ପ୍ରକାଶ ଯେ, ସେମାନେ ଗତ ୦୮/୦୯/୨୦୧୮ରେ ବୈଶିଙ୍ଗା ଥାନା ଅନ୍ତର୍ଗତ ଜୈନିକ ଗ୍ରାମରେ ରାତିରେ ଘରୁ ଡକାୟତି କରିଥିଲେ। ରାତିରେ ଘରେ ପଶି ଅନେକ ଟଙ୍କା ଚୋରି କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୁନଶ୍ଚ ତହିଁ ପରଦିନ ରାତିରେ ଉକ୍ତ ଘରୁ ଆସାମୀ ଦ୍ୱୟ ଚୋରି କରିବାକୁ ଯାଇଥିଲେ। ଘର ମଧ୍ୟରେ ଶୋଇଥିବା ବୃଦ୍ଧଙ୍କୁ ଲୁହ ରଡ଼ରେ ବାଡେଇ ଥିଲେ। ଗୋଡ଼ ହାତ ବାନ୍ଧି ଭୁଜାଲି ଦେଖାଇ ଭୟଭୀତ କରି ଟଙ୍କା ମାଗିଥିଲେ। ସେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ଦିବ୍ୟାଙ୍ଗ ନାତୁଣୀକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏଥି ସହିତ ଦୁଷ୍କର୍ମ ସମୟରେ ଫୋଟ ଓ ଭିଡ଼ିଓ ମୋବାଇଲରେ ଉତ୍ତୋଳନ କରି ରଖିଥିବା ବେଳେ ତାହାକୁ ନେଇ ଧମକ ଦେଇଥିଲେ। ୨ଲକ୍ଷ ଟଙ୍କା ଦେବାକୁ କହିଥିଲେ, ଏନେଇ ପୁଲିସକୁ ଜଣାଇଲେ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।
ଏନେଇ ବୈଶିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ପିଡିତାର ବୟାନ ରେକର୍ଡ କରି ଅଭିଯୋଗକ୍ରମେ କେଶ ନମ୍ବର ୧୮୫/୧୮ ଏକ ମାମଲା ରୁଜୁ ହେବା ସହ ପୁଲିସ ତଦନ୍ତ କରିଥିଲା। ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ସାକ୍ଷୀଙ୍କ ବୟାନ, ନଥିପତ୍ର ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଜର୍ଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ମନୋରଞ୍ଜନ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।