ଓଡ଼ିଶାରେ ପହଞ୍ଚିଲେ ରାଜନାଥ ସିଂ, ଘୋଷଣା କରିବେ ମୁଖ୍ୟମନ୍ତ୍ରୀଙ୍କ ନାଁ
ଭୁବନେଶ଼୍ବର, ୧୧।୦୬: ଭୁବନେଶ଼୍ବର ବିମାନ ବନ୍ଦରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ। ଓଡ଼ିଶାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଆଜି ବିଧାୟକ ଦଳ ବୈଠକରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି । ନବନିର୍ବାଚିତ ବିଧାୟକ ଏବଂ ଭାଜପା ନେତାଙ୍କ ସହ ଆଜି ଆଲୋଚନା ବୈଠକ ହେବ । ଏହି ବୈଠକରେ ଉଭୟ ଉପସ୍ଥିତ ରହିବେ । ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରନ୍ତି […] The post ଓଡ଼ିଶାରେ ପହଞ୍ଚିଲେ ରାଜନାଥ ସିଂ, ଘୋଷଣା କରିବେ ମୁଖ୍ୟମନ୍ତ୍ରୀଙ୍କ ନାଁ appeared first on Dharitri Odia News.
ଭୁବନେଶ଼୍ବର, ୧୧।୦୬: ଭୁବନେଶ଼୍ବର ବିମାନ ବନ୍ଦରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ। ଓଡ଼ିଶାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଆଜି ବିଧାୟକ ଦଳ ବୈଠକରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି । ନବନିର୍ବାଚିତ ବିଧାୟକ ଏବଂ ଭାଜପା ନେତାଙ୍କ ସହ ଆଜି ଆଲୋଚନା ବୈଠକ ହେବ । ଏହି ବୈଠକରେ ଉଭୟ ଉପସ୍ଥିତ ରହିବେ । ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରନ୍ତି । ଦୁଇ ମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବା ପରେ କିଏ ହେବେ ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ସେ ନେଇ ଉତ୍କଣ୍ଠା ବଢ଼ିଛି ।
ତେବେ ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍ପେନ୍ସ ଲାଗିରହିଛି। ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ଆଜି ସ୍ପଷ୍ଟ ହୋଇଯିବ। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅପରାହ୍ନ ୪.୪୫ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି।
The post ଓଡ଼ିଶାରେ ପହଞ୍ଚିଲେ ରାଜନାଥ ସିଂ, ଘୋଷଣା କରିବେ ମୁଖ୍ୟମନ୍ତ୍ରୀଙ୍କ ନାଁ appeared first on Dharitri Odia News.