ବିହାରରେ ଛିଣ୍ଡିଲା ଆସନ ଭାଗବଣ୍ଟା, ଏତିକି ଆସନରେ ନିର୍ବାଚନ ଲଢିବେ ଆରଜେଡି, କଂଗ୍ରେସ, ଏଭଳି ରହିଛି ଫମୁର୍ଲା…
ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବିହାରରେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟରେ ଆସନ ଭାଗବଣ୍ଟା ଉପରେ ସମାଧାନ ହୋଇଯାଇଛି। ଆଜି ଏହାର ସରକାରୀ ଘୋଷଣା କରାଯାଇପାରେ। ଆଜି ଅପରାହ୍ନରେ ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଖବରଦାତା ସମ୍ମିଳନୀରେ ଆସନ ବଣ୍ଟନ ଉପରେ ଘୋଷଣା କରାଯାଇପାରେ। ଏଥିରେ ମହାଗଠବନ୍ଧନରେ ସାମିଲ ସମସ୍ତ ଦଳର ନେତାମାନେ ଅଂଶଗ୍ରହଣ କରିବେ। ସୂଚନାନୁସାରେ, ବିହାରର ୪୯ଟି ସିଟ ମଧ୍ୟରୁ ୨୬ଟିରେ ଆରଜେଡି ପ୍ରତିଦ୍ୱନ୍ଦ୍ୱିତା କରିବ। କଂଗ୍ରେସ […] The post ବିହାରରେ ଛିଣ୍ଡିଲା ଆସନ ଭାଗବଣ୍ଟା, ଏତିକି ଆସନରେ ନିର୍ବାଚନ ଲଢିବେ ଆରଜେଡି, କଂଗ୍ରେସ, ଏଭଳି ରହିଛି ଫମୁର୍ଲା… appeared first on Dharitri Odia News.
ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବିହାରରେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟରେ ଆସନ ଭାଗବଣ୍ଟା ଉପରେ ସମାଧାନ ହୋଇଯାଇଛି। ଆଜି ଏହାର ସରକାରୀ ଘୋଷଣା କରାଯାଇପାରେ। ଆଜି ଅପରାହ୍ନରେ ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଖବରଦାତା ସମ୍ମିଳନୀରେ ଆସନ ବଣ୍ଟନ ଉପରେ ଘୋଷଣା କରାଯାଇପାରେ। ଏଥିରେ ମହାଗଠବନ୍ଧନରେ ସାମିଲ ସମସ୍ତ ଦଳର ନେତାମାନେ ଅଂଶଗ୍ରହଣ କରିବେ।
ସୂଚନାନୁସାରେ, ବିହାରର ୪୯ଟି ସିଟ ମଧ୍ୟରୁ ୨୬ଟିରେ ଆରଜେଡି ପ୍ରତିଦ୍ୱନ୍ଦ୍ୱିତା କରିବ। କଂଗ୍ରେସ ୯ ଏବଂ ବାମପନ୍ଥୀ ୫ଟି ଆସନରେ ନିଜ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ। ଏହା ବ୍ୟତୀତ ଆରଜେଡି ଝାଡଖଣ୍ଡର ଦୁଇଟି ଆସନରେ ପ୍ରାର୍ଥୀ ଦେବ। ସୂଚନାନୁସାରେ, ଆରଜେଡିଝାଡଖଣ୍ଡର ପାଲାମୁ ଏବଂ ଚତରାରୁ ନିର୍ବାଚନ ଲଢିବ।
ସୂଚନାନୁସାରେ, ବିହାରରେ କଂଗ୍ରେସ ଆକାଉଣ୍ଟକୁ ଆସିଥିବା ଆସନଗୁଡ଼ିକ ମଧ୍ୟରେ କାଟିହାର, କିଶନଗଞ୍ଜ, ପାଟନା ସାହିବ, ସାସାରାମ, ଭାଗଲପୁର, ବେତିୟା, ମୁଜାଫରପୁର, ସାମସ୍ତିପୁର ଏବଂ ମହାରାଜଗଞ୍ଜ ରହିଛି। ସେହିପରି ସିପିଆଇଏମ୍ଏଲ କରାକାଟ, ଆରା ଏବଂ ନାଲନ୍ଦା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବ ବେଳେ ସିପିଆଇ ବେଗୁସରାଇରୁ ପ୍ରାର୍ଥୀ ଏବଂ ସିପିଆଇଏମ ଖାଗଡିଆରୁ ପ୍ରାର୍ଥୀ ଦେବ।
The post ବିହାରରେ ଛିଣ୍ଡିଲା ଆସନ ଭାଗବଣ୍ଟା, ଏତିକି ଆସନରେ ନିର୍ବାଚନ ଲଢିବେ ଆରଜେଡି, କଂଗ୍ରେସ, ଏଭଳି ରହିଛି ଫମୁର୍ଲା… appeared first on Dharitri Odia News.