ଆୟୁଷ୍ମାନ୍‌ ଭାରତ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଥୁଆମୂଳ ରାମପୁର,୧୧ା୪ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଅଡ୍ରି ଗ୍ରାମସ୍ଥିତ ଆୟୁଷ୍ମାନ୍‌ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଆୟୁଷ୍ମାନ୍‌ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ଡାକ୍ତର ନୀତିଜ କୁମାର ଝାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ବ୍ଳକ୍‌ ପ୍ରତିନିଧି ପବିତ୍ର ନାଏକ ମୁଖ୍ୟ ଅତିଥି, ତହସିଲଦାର ନିରୋଜ କୁମାର ଭତ୍ରା, ଥାନା ଏଏସ୍‌ଆଇ ପ୍ରହଲ୍ଲାଦ ପାଣିଗ୍ରାହୀ, ଅଡ୍ରି ଗ୍ରାମପଞ୍ଚାୟତ ସମିତି ସଭ୍ୟ […] The post ଆୟୁଷ୍ମାନ୍‌ ଭାରତ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ appeared first on Dharitri Odia News.

ଆୟୁଷ୍ମାନ୍‌ ଭାରତ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଥୁଆମୂଳ ରାମପୁର,୧୧ା୪ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଅଡ୍ରି ଗ୍ରାମସ୍ଥିତ ଆୟୁଷ୍ମାନ୍‌ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଆୟୁଷ୍ମାନ୍‌ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ଡାକ୍ତର ନୀତିଜ କୁମାର ଝାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ବ୍ଳକ୍‌ ପ୍ରତିନିଧି ପବିତ୍ର ନାଏକ ମୁଖ୍ୟ ଅତିଥି, ତହସିଲଦାର ନିରୋଜ କୁମାର ଭତ୍ରା, ଥାନା ଏଏସ୍‌ଆଇ ପ୍ରହଲ୍ଲାଦ ପାଣିଗ୍ରାହୀ, ଅଡ୍ରି ଗ୍ରାମପଞ୍ଚାୟତ ସମିତି ସଭ୍ୟ ରାମ ମାଝୀ, ସରପଞ୍ଚ ନାନ୍ଦାଏ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୫ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ୍‌ କାର୍ଡ ବଣ୍ଟନ କରାଯାଇଥିଲା।

The post ଆୟୁଷ୍ମାନ୍‌ ଭାରତ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ appeared first on Dharitri Odia News.