ମହାରାଷ୍ଟ୍ରରେ ଭାଜପାର ବିଜୟ ପାଇଁ ଆର୍ଏସ୍ଏସ୍କୁ ଶ୍ରେୟ ଦେଲେ ପାଓ୍ବାର
ମୁମ୍ବାଇ,୧୧।୧: ଏନ୍ସିପି(ଏସ୍ପି) ଅଧ୍ୟକ୍ଷ ଶରଦ ପାଓ୍ବାର ଏକ ଆଶ୍ଚର୍ଯ୍ୟ ଘଟଣାକ୍ରମରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପାର ବଡ଼ ବିଜୟ ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)କୁ ଶ୍ରେୟ ଦେଇଛନ୍ତି। ମୁମ୍ବାଇରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଏହି ବର୍ଷୀୟାନ ରାଜନେତା କହିଛନ୍ତି, ଆର୍ଏସ୍ଏସ୍ କାର୍ଯ୍ୟ କରିବା ଧାରା ଏବଂ ଆକ୍ରମଣାତ୍ମକ ହିନ୍ଦୁତ୍ୱ ପ୍ରଚାର ନଭେମ୍ବର ନିର୍ବାଚନରେ ଭାଜପା ସଫଳତାର ମୁଖ୍ୟ ସ୍ତମ୍ଭ ଥିଲା। ଏହି ଦଳ ୧୪୯ ଆସନରେ ନିର୍ବାଚନ ଲଢ଼ି ୧୩୨ଟିରେ ବିଜୟୀ ହେବାରେ ସଫଳ […] The post ମହାରାଷ୍ଟ୍ରରେ ଭାଜପାର ବିଜୟ ପାଇଁ ଆର୍ଏସ୍ଏସ୍କୁ ଶ୍ରେୟ ଦେଲେ ପାଓ୍ବାର appeared first on Dharitri Odia News.
ମୁମ୍ବାଇ,୧୧।୧: ଏନ୍ସିପି(ଏସ୍ପି) ଅଧ୍ୟକ୍ଷ ଶରଦ ପାଓ୍ବାର ଏକ ଆଶ୍ଚର୍ଯ୍ୟ ଘଟଣାକ୍ରମରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପାର ବଡ଼ ବିଜୟ ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)କୁ ଶ୍ରେୟ ଦେଇଛନ୍ତି। ମୁମ୍ବାଇରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଏହି ବର୍ଷୀୟାନ ରାଜନେତା କହିଛନ୍ତି, ଆର୍ଏସ୍ଏସ୍ କାର୍ଯ୍ୟ କରିବା ଧାରା ଏବଂ ଆକ୍ରମଣାତ୍ମକ ହିନ୍ଦୁତ୍ୱ ପ୍ରଚାର ନଭେମ୍ବର ନିର୍ବାଚନରେ ଭାଜପା ସଫଳତାର ମୁଖ୍ୟ ସ୍ତମ୍ଭ ଥିଲା। ଏହି ଦଳ ୧୪୯ ଆସନରେ ନିର୍ବାଚନ ଲଢ଼ି ୧୩୨ଟିରେ ବିଜୟୀ ହେବାରେ ସଫଳ ହେଲା ବୋଲି ପାଓ୍ବାର କହିଛନ୍ତି। ନିର୍ବାଚନ ଫଳାଫଳ ବ୍ୟବଚ୍ଛେଦ କରି ପାଓ୍ବାର ନିଜ ଦଳକୁ ପରାଜୟ ପାଇଁ ଦୋଷାରୋପ କରିଛନ୍ତି। ଲୋକ ସଭା ନିର୍ବାଚନରେ ବିଜୟ ପରେ ଏନ୍ସିପି (ଏସ୍ପି) ଆତ୍ମସନ୍ତୁଷ୍ଟ ହୋଇଯାଇଥିଲା, ଯେତେବେଳେ ବିପକ୍ଷ ଦଳ ଲୋକାଭିମୁଖୀ ଯୋଜନା ଘୋଷଣା ସହ ପ୍ରମୁଖ ନିଷ୍ପତ୍ତି ନେବା ଦିଗରେ ଅବିଶ୍ରାନ୍ତ କାର୍ଯ୍ୟ ଜାରି ରଖିଥିଲା। ତୃଣମୂଳ ସ୍ତରରୁ ଆର୍ଏସ୍ଏସ୍ର କାର୍ଯ୍ୟ ପରିଚାଳନା ଶୈଳୀକୁ ପାଓ୍ବାର ସ୍ବୀକାର କରିଛନ୍ତି।
The post ମହାରାଷ୍ଟ୍ରରେ ଭାଜପାର ବିଜୟ ପାଇଁ ଆର୍ଏସ୍ଏସ୍କୁ ଶ୍ରେୟ ଦେଲେ ପାଓ୍ବାର appeared first on Dharitri Odia News.