ଗର୍ଭବତୀ ମହିଳାଙ୍କୁ ବି ଛାଡ଼ିଲେନି ସାଇବର ଠକ; ୬୦୦୦ ମିଳିବ କହି ଠକିନେଲେ ୬୦ ହଜାର
ମମତା ଯୋଜନାରେ ୬ ହଜାର ଟଙ୍କା ମିଳିବ କହି ଠକି ନେଇ ଗଲେ ୬୦ ହଜାର। ଏଭଳି କିଛି ଘଟଣା ଘଟିଛି ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଅଞ୍ଚଳରେ।
ମାତିଛନ୍ତି ସାଇବର ଠକ, ଗର୍ଭବତୀ ମହିଳାଙ୍କୁ ବି ଛାଡ଼ିଲେନି। ମମତା ଯୋଜନାରେ ୬ ହଜାର ଟଙ୍କା ମିଳିବ କହି ଠକି ନେଇ ଗଲେ ୬୦ ହଜାର। ଏଭଳି କିଛି ଘଟଣା ଘଟିଛି ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଅଞ୍ଚଳରେ।
ଗତ ୨୦ ତାରିଖରେ ଲହୁଣୀପଡ଼ା ଥାନା ରଜାମୁଣ୍ଡା ଅଞ୍ଚଳର ଗର୍ଭବତୀ ମାଳତୀ କିଷାନଙ୍କ ପାଖରୁ ଫୋନ୍ କଲ୍ ଆସିଥିଲା। ଛତୁଆ, ମେଡିସିନ୍ ଯୋଗାଇବା ନେଇ କଥା ହୋଇଥିଲା ଠକ। ଶେଷରେ ଫୋନ୍କୁ ଏକ ଓଟିପି ପଠାଇଥିଲା। ମାଳତୀ ସେହି ଓଟିପିକୁ ଠକକୁ ବିଶ୍ବାସରେ ଦେଇ ଦେଇଥିଲେ। ଆଉ ତା ପରେ ଚାହୁଁ ଚାହୁଁ ଆକାଉଣ୍ଟରୁ ଖାଲି ହୋଇଗଲା ୬୦ ହଜାର ଟଙ୍କା।
ସେହିପରି କପଣ୍ଡ ଓ ଶରଧାପୁର ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ ସମାନ ଢଙ୍ଗରେ ଠକେଇ ହୋଇଛି। କାହାକୁ ଓଟିପି, କାହାକୁ ଲିଙ୍କ୍ ପଠାଇ ସ୍କାମଷ୍ଟର୍ ମାନେ ଟଙ୍କା ଗାଏବ କରିଛନ୍ତି । ଘଟଣାକୁ ନେଇ ଥାନାରେ ଏତଲା ହେବା ପରେ ପୋଲିସ୍ ତଦନ୍ତ କରୁଛି ।