ଗାଜା ମସ୍ଜିଦ୍ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୨୪ ମୃତ, ୯୩ ଆହତ
ଜେରୁଜେଲମ୍,୬ା୧୦: ରବିବାର ଗାଜା ମସ୍ଜିଦ୍ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି। ଫଳରେ ଏହି ଆକ୍ରମଣରେ ଅତି କମ୍ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। କେନ୍ଦ୍ରୀୟ ଗାଜା ଅଞ୍ଚଳର ଦେର୍ ଅଲ୍-ବଲାହସ୍ଥିତ ଅଲ୍-ଆକସା ହସ୍ପିଟାଲ ନିକଟରେ ଥିବା ଏକ ମସ୍ଜିଦ ଉପରେ ଏହି ଆକ୍ରମଣ ହୋଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ମସ୍ଜିଦ୍ରେ ବିସ୍ଥାପିତ ଲୋକ ରହୁଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଏୟାରଷ୍ଟ୍ରାଇକ୍ ସମ୍ପର୍କରେ ଇସ୍ରାଏଲ […] The post ଗାଜା ମସ୍ଜିଦ୍ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୨୪ ମୃତ, ୯୩ ଆହତ appeared first on Dharitri Odia News.
ଜେରୁଜେଲମ୍,୬ା୧୦: ରବିବାର ଗାଜା ମସ୍ଜିଦ୍ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି। ଫଳରେ ଏହି ଆକ୍ରମଣରେ ଅତି କମ୍ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ରୀୟ ଗାଜା ଅଞ୍ଚଳର ଦେର୍ ଅଲ୍-ବଲାହସ୍ଥିତ ଅଲ୍-ଆକସା ହସ୍ପିଟାଲ ନିକଟରେ ଥିବା ଏକ ମସ୍ଜିଦ ଉପରେ ଏହି ଆକ୍ରମଣ ହୋଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ମସ୍ଜିଦ୍ରେ ବିସ୍ଥାପିତ ଲୋକ ରହୁଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଏହି ଏୟାରଷ୍ଟ୍ରାଇକ୍ ସମ୍ପର୍କରେ ଇସ୍ରାଏଲ ସେନା ଏକ ବିବୃତ୍ତିରେ କହିଛି ଯେ, ଦେର୍ ଅଲ୍-ବଲାହ ଅଞ୍ଚଳରେ ଥିବା ‘ଶୁହାଦା ଅଲ-ଆକ୍ସା’ ମସ୍ଜିଦରେ ଥିବା ହମାସ ଆତଙ୍କବାଦୀଙ୍କ ଉପରେ ଏକ ବଡ଼ଧରଣର ଆକ୍ରମଣ କରାଯାଇଥିଲା। ଏହି ଆତଙ୍କବାଦୀମାନେ ଏଠାରେ ଆଡ୍ଡା ଜମାଇ ଟାର୍ଗେଟ୍ କରୁଥିଲେ।
ଗାଜାରେ ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ‘ଗାଜାର ୧୨୪୫ ମସ୍ଜିଦ ମଧ୍ୟରୁ ୮୧୪ଟି ନଷ୍ଟ ହୋଇଯାଇଛି। ଏବଂ ଇସ୍ରାଏଲର ଆକ୍ରମଣରେ ଅନ୍ୟ ୧୪୮ଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଜାଣିଶୁଣି ଟାର୍ଗେଟ କରାଯାଇଥିବା ୬୦ କବରସ୍ଥାନ ମଧ୍ୟରୁ ୧୯ଟିକୁ ଜାଣିଶୁଣି ନଷ୍ଟ କରିଦିଆଯାଇଛି।
ଇସ୍ରାଏଲ ବିରୋଧରେ ସମାଧି ଅପବିତ୍ର କରିବା, ମୃତଦେହ ଖୋଳିବା ଏବଂ ମୃତକଙ୍କ ବିରୋଧରେ ହିଂସା କରିଥିବା ଅଭିଯୋଗ କରିଛି ଗାଜା। ଏହା ବ୍ୟତୀତ ସେ ତାଙ୍କ ମୃତଦେହ ଚୋରି କରି ବଦଳାଉଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ଏହି ଅଞ୍ଚଳରେ ଗ୍ରାଉଣ୍ଡ ଆକ୍ରମଣରେ ଇସ୍ରାଏଲ ସୈନ୍ୟ ଏହାର ୨୩୮ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ଏହା ବ୍ୟତୀତ ଅନ୍ୟ ୧୯ ଜଣଙ୍କୁ ଅଟକ ରଖିଥିବା ଗାଜା ଅଭିଯୋଗ କରିଛି।
The post ଗାଜା ମସ୍ଜିଦ୍ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୨୪ ମୃତ, ୯୩ ଆହତ appeared first on Dharitri Odia News.