RCBର ବିଜୟ ଉତ୍ସବ ବେଳେ ଦଳାଚକଟା ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା

ନନ୍ଦିଘୋଷ ବ୍ୟୁରୋ : ବେଙ୍ଗାଳୁରୁରେ ଦଳାଚକଟାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ। ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁର ବିଜୟ ଉତ୍ସବ ବେଳେ... The post RCBର ବିଜୟ ଉତ୍ସବ ବେଳେ ଦଳାଚକଟା ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା appeared first on .

RCBର ବିଜୟ ଉତ୍ସବ ବେଳେ ଦଳାଚକଟା ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା

ନନ୍ଦିଘୋଷ ବ୍ୟୁରୋ : ବେଙ୍ଗାଳୁରୁରେ ଦଳାଚକଟାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ। ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁର ବିଜୟ ଉତ୍ସବ ବେଳେ ଦଳାଚକଟା ଘଟଣା ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୩ ଜଣ ଆହତ ହୋଇଛନ୍ତି।ଆହତ ମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟିଥିଲା। ୨୦୨୫ ଆଇପିଏଲ୍ ଚାମ୍ପିଅନସିପରେ ଆରସିବିର ବିଜୟ ଉତ୍ସବ ପାଳନ କରିବା ପାଇଁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ପ୍ରଶଂସକମାନେ ଏକତ୍ରିତ ହୋଇଥିବା ବେଳେ ଘଟିଥିଲା ଅଘଟଣ। ଏହି ଉତ୍ସବ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏନ ପକ୍ଷରୁ ଆୟୋଜିତ ହେଉଥିଲା। ଗତକାଲି ଅପରାହ୍ନରେ ହଜାର ହଜାର ପ୍ରଶଂସକ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକାଠି ହୋଇଥିଲେ। ଆରସିବି ଦଳ ସହିତ ଖୁସି ମନାଇବେ ବୋଲି ଆଶା କରାଯାଉଥିଲା। ଷ୍ଟାଡିୟମର ଭିତର ଏବଂ ଆଖପାଖ ରାସ୍ତାଗୁଡ଼ିକ ଜାମ ହୋଇଯାଇଥିଲା ଏବଂ ପ୍ରଶଂସକମାନେ ରାସ୍ତା, ନମ୍ମା ମେଟ୍ରୋ ଏବଂ ଚାଲିଚାଲି ଆସି ଗୋଟିଏ ସ୍ଥାନରେ ଏକାଠି ହୋଇଥିବାରୁ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା। ଏହାକୁ ନେଇ ସେଠାରେ ଦଳାଚକଟା ଘଟିଥିଲା। ଷ୍ଟାଡିୟମ ବାହାରେ ଅଘଟଣ ସତ୍ତ୍ବେ ଭିତରେ ବିଜୟ ଉତ୍ସବ ପାଳିତ ହୋଇଥିଲା।

The post RCBର ବିଜୟ ଉତ୍ସବ ବେଳେ ଦଳାଚକଟା ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା appeared first on .