ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ପରଲୋକ

ଭୁବନେଶ୍ବର : କଂଗ୍ରେସର ବରିଷ୍ଠ ନେତା ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ପରଲୋକ ହୋଇଛି। ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା। ୨୦୧୪ରେ କଂଗ୍ରେସରୁ ନିର୍ବାଚିତ ହୋଇ ୨୦୧୯ ଯାଏଁ ଆଳିର ବିଧାୟକ ଭାବେ କାର୍ଯ୍ୟ କରିଥିଲେ ଦେବେନ୍ଦ୍ର ନାଥ ଶର୍ମା। ୧୮ ମାର୍ଚ୍ଚ ୧୯୫୯ ଜନ୍ମିତ ଦେବେନ୍ଦ୍ର ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ […]

ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ପରଲୋକ
Former Aul MLA Devendra Sharma passes away

ଭୁବନେଶ୍ବର : କଂଗ୍ରେସର ବରିଷ୍ଠ ନେତା ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ପରଲୋକ ହୋଇଛି। ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା। ୨୦୧୪ରେ କଂଗ୍ରେସରୁ ନିର୍ବାଚିତ ହୋଇ ୨୦୧୯ ଯାଏଁ ଆଳିର ବିଧାୟକ ଭାବେ କାର୍ଯ୍ୟ କରିଥିଲେ ଦେବେନ୍ଦ୍ର ନାଥ ଶର୍ମା।

୧୮ ମାର୍ଚ୍ଚ ୧୯୫୯ ଜନ୍ମିତ ଦେବେନ୍ଦ୍ର ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ ମସିହା ନିର୍ବାଚନରେ ସେ ପ୍ରତାପ କେଶରୀ ଦେବଙ୍କୁ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନସଭାକୁ  ଆଳିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ୨୦୨୪ ନିର୍ବାଚନରେ ସେ ନିର୍ବାଚନ ଲଢିନଥିଲେ। ତାଙ୍କ ସ୍ଥାନରେ ତାକ ଝିଅ ଡା. ଦେବସ୍ମିତା ଶର୍ମା ନିର୍ବାଚନ ମଇଦାକୁ ଓହ୍ଲାଇଥିଲେ। ନିର୍ବାଚନରେ ତାଙ୍କ ଝିଅ ପରାଜିତ ହୋଇଥିଲେ ମଧ୍ୟ ଦେବେନ୍ଦ୍ର ଶର୍ମା ଲୋକଙ୍କ ନିକଟତର ହୋଇ ରହିଥିଲେ। ବିଭିନ୍ନ ସ୍ଥାନରେ ସଭା-ସମିତି ସହ ଲୋକଙ୍କ ବିଭିନ୍ନ ସୁବିଧା ଅସୁବିଧାରେ ଛିଡା ହେଉଥିଲେ। ତାଙ୍କର ହଠାତ ବିୟୋଗରେ ଆଳି ଓ ରାଜକନିକା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସେପଟେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଦେବେନ୍ଦ୍ର ଶର୍ମାଙ୍କ ବିୟୋଗ କଂଗ୍ରେସ ପାଇଁ ଏକ ଅପୂରଣୀୟ କ୍ଷତି।