ନିର୍ବାଚନ ପୁର୍ବରୁ ସୀମାନ୍ତରେ ବଢୁଛି ମାଓ ହିଂସା, ୪ଟି ଟ୍ରକ ଜାଲିଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନିର୍ବାଚନ ପୁର୍ବରୁ ମାଓ ହିଂସା ବଢିବାରେ ଲାଗିଛି। ନୀତିଦିନ ମାଓବାଦୀ ମାନେ ତୁମୁଳ କାଣ୍ଡ ଭିଆଇବାରେ ଲାଗିଥିବା ବେଳେ ପୁଣି ଛତିଶଗଡର ନାରାୟଣପୁର ଜିଲ୍ଲାରେ ଚାରଟି ଲୁହା ପଥର ବୋଝେଇ ଟ୍ରକକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ। ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ନାରାୟଣପୁର ଜିଲ୍ଲାର ଛୋଟେ ଡଙ୍ଗର ଥାନା ଠାରୁ ମାତ୍ର ପାଞ୍ଚ ସହ ମିଟର ଦୁର ମୁଖ୍ୟ ରାସ୍ତା ଉପରେ ଏହି […]

ନିର୍ବାଚନ ପୁର୍ବରୁ ସୀମାନ୍ତରେ ବଢୁଛି ମାଓ ହିଂସା, ୪ଟି ଟ୍ରକ ଜାଲିଲେ ମାଓବାଦୀ
before the elections maoist violence is increasing in the border maoists set fire to four trucks

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନିର୍ବାଚନ ପୁର୍ବରୁ ମାଓ ହିଂସା ବଢିବାରେ ଲାଗିଛି। ନୀତିଦିନ ମାଓବାଦୀ ମାନେ ତୁମୁଳ କାଣ୍ଡ ଭିଆଇବାରେ ଲାଗିଥିବା ବେଳେ ପୁଣି ଛତିଶଗଡର ନାରାୟଣପୁର ଜିଲ୍ଲାରେ ଚାରଟି ଲୁହା ପଥର ବୋଝେଇ ଟ୍ରକକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ। ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ନାରାୟଣପୁର ଜିଲ୍ଲାର ଛୋଟେ ଡଙ୍ଗର ଥାନା ଠାରୁ ମାତ୍ର ପାଞ୍ଚ ସହ ମିଟର ଦୁର ମୁଖ୍ୟ ରାସ୍ତା ଉପରେ ଏହି ଚାରଟି ଟ୍ରକ ଲୁହ ପଥର ନେଇ ଯାଉଥିବା ବେଳେ କିଛି ସଶସ୍ତ୍ର ମାଓବାଦୀ ଏହାକୁ ଅଟକାଇଥିଲେ।

ପରେ ଗାଡି ଚାଳକ ମାନଙ୍କୁ ଗାଡିରୁ ବାହାର କରି ଗାଡି ଗୁଡିକରେ ନିଆଁ ଲଗାଇଥିଲେ ମାଓବାଦୀ। ଆମଦାଇ ଲୁହା ପଥର ଖଣିକୁ ପୁର୍ବରୁ ମାଓବାଦୀ ମାନେ ବିରୋଧ କରି ଆସୁଥିବା ବେଳେ ସେହି ଖଣିରୁ ଏହି ଲୁହା ପଥର ନେଇ ଆସୁଥିବା ବେଳେ ଏହାକୁ ମଧ୍ୟ ମାଓବାଦୀ ମାନେ ଜାଳି ଦେଇଛନ୍ତି। ଫଳରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡି ନଷ୍ଟ ହୋଇ ଯାଇଛି। ତେବେ ଏହି ହିଂସାକାଣ୍ଡ ପରେ ଡିଆରଜି ଓ ବିଏସଏଫ ବାହିନୀ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ସର୍ଚ ଅପରେସନ ଆରମ୍ଭ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।