ବିସିସିଆଇର ବଡ଼ ଘୋଷଣା: ଏସିଆ କପ୍ରୁ ଓହରିବ ନାହିଁ ଭାରତ
ନୂଆଦିଲ୍ଲୀ,୧୯ା୫: ଭାରତ ଆସନ୍ତା ପୁରୁଷ ଏସିଆକପ୍ ଓ ମହିଳା ଏମର୍ଜିଂ ଟିମ୍ସ ଏସିଆ କପ୍ରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଥିବା ଯେଉଁ ରିପୋର୍ଟ ପ୍ରକାଶ ପାଇଛି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାହାର ଦୃଢ ଖଣ୍ଡନ କରିବା ସହ ଏହା ଅନୁମାନ ଓ କାଳ୍ପନିକ ବୋଲି କହିଛି। ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ, କିଛି ଦିନ ତଳର ଦୁଇ ପଡ଼ୋଶୀ ରାଷ୍ଟ୍ରରେ ସାମରିକ ବିବାଦକୁ ନେଇ ବିସିସିଆଇ ଭାରତୀୟ ଦଳକୁ ଏସିଆନ କ୍ରିକେଟ […] The post ବିସିସିଆଇର ବଡ଼ ଘୋଷଣା: ଏସିଆ କପ୍ରୁ ଓହରିବ ନାହିଁ ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୧୯ା୫: ଭାରତ ଆସନ୍ତା ପୁରୁଷ ଏସିଆକପ୍ ଓ ମହିଳା ଏମର୍ଜିଂ ଟିମ୍ସ ଏସିଆ କପ୍ରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଥିବା ଯେଉଁ ରିପୋର୍ଟ ପ୍ରକାଶ ପାଇଛି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାହାର ଦୃଢ ଖଣ୍ଡନ କରିବା ସହ ଏହା ଅନୁମାନ ଓ କାଳ୍ପନିକ ବୋଲି କହିଛି।
ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ, କିଛି ଦିନ ତଳର ଦୁଇ ପଡ଼ୋଶୀ ରାଷ୍ଟ୍ରରେ ସାମରିକ ବିବାଦକୁ ନେଇ ବିସିସିଆଇ ଭାରତୀୟ ଦଳକୁ ଏସିଆନ କ୍ରିକେଟ କାଉନ୍ସିଲ(ଏସିସି)ର ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ ପାଇଁ ଅନୁମତି ଦେବ ନାହିଁ। କାରଣ ପାକିସ୍ତାନର ଆଭ୍ୟନ୍ତରିଣ ବ୍ୟାପାର ମନ୍ତ୍ରୀ ମହସିନ ନକ୍ଭି ଏସିସିର ସଭାପତି ଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଚେୟାରମ୍ୟାନ ଅଛନ୍ତି।
ଗତଥରର ଚାମ୍ପିୟନ ଭାରତ ସେପ୍ଟେମ୍ବରରେ ଟି୨୦ ଫର୍ମାଟରେ ଖେଳାଯାଉଥିବା ପୁରୁଷ ଏସିଆ କପ୍ର ଆୟୋଜକ। ଅନ୍ୟପକ୍ଷେ ଶ୍ରୀଲଙ୍କା ମହିଳା ଏମର୍ଜିଂ ଟିମ୍ସ ଏସିଆ କପ୍ର ଆୟୋଜକ ହୋଇଛି। ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି, ସୋମବାର ସକାଳେ କିଛି ଖବର ଆମ ନଜରକୁ ଆସିଛି। ଆସନ୍ତା ଏସିଆ କପ୍ ଓ ମହିଳା ଏମର୍ଜିଂ ଟିମ୍ସ ଏସିଆ କପ୍ରେ ଭାରତ ଅଂଶଗ୍ରହଣ ନ କରିବା ଲାଗି ବିସିସିଆଇ ନିଷ୍ପତ୍ତି ନେଇଥିବା ଏଥିରେ ପ୍ରକାଶ ପାଇଛି। ଏଭଳି ଖବରର କୌଣସି ସତ୍ୟତା ନାହିଁ।
ବିସିସିଆଇରେ ଏହି ପ୍ରସଙ୍ଗରେ ଏପରିକି କୌଣସି ଆଲୋଚନା ହୋଇ ନାହିଁ। ସାଇକିଆ କହିଛନ୍ତି, ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) କିପରି ସୂଚାର ପରିଚଳିତ ହେବ ଏବଂ ଆସନ୍ତାମାସରେ ଇଂଲଣ୍ଡ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଉପରେ ବିସିସିଆଇର ନଜର ରହିଛି। ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଏ ତେବେ ତାହା ଗଣମାଧ୍ୟମ ଜରିଆରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।
The post ବିସିସିଆଇର ବଡ଼ ଘୋଷଣା: ଏସିଆ କପ୍ରୁ ଓହରିବ ନାହିଁ ଭାରତ appeared first on Dharitri Odia News.