ଅବ୍ୟବସ୍ଥା ଘେରରେ ବାବା ଖଣ୍ଡେଶ୍ୱର ଶୈବପୀଠ

ଗଞ୍ଜାମ,୧୪ା୭ (ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀ ନିକଟରେ ବହୁ ପୁରାତନ ପ୍ରସିଦ୍ଧ ବାବା ଖଣ୍ଡେଶ୍ୱର ଶୈବପୀଠ ଅବସ୍ଥିତ। ଗଞ୍ଜାମ ଏନ୍‌ଏସି ଅଞ୍ଚଳର ଏହି ମନ୍ଦିର ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି। ମନ୍ଦିର ମୁଖ୍ୟ ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଫେବର ବ୍ଲକ୍‌ ପକାଯିବାର କମ ସମୟରେ ରାସ୍ତାଟି ପାଦଚଲା ରାସ୍ତା ପାଇଁ ଉପଯୋଗି ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। […] The post ଅବ୍ୟବସ୍ଥା ଘେରରେ ବାବା ଖଣ୍ଡେଶ୍ୱର ଶୈବପୀଠ appeared first on Dharitri Odia News.

ଅବ୍ୟବସ୍ଥା ଘେରରେ ବାବା ଖଣ୍ଡେଶ୍ୱର ଶୈବପୀଠ

ଗଞ୍ଜାମ,୧୪ା୭ (ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀ ନିକଟରେ ବହୁ ପୁରାତନ ପ୍ରସିଦ୍ଧ ବାବା ଖଣ୍ଡେଶ୍ୱର ଶୈବପୀଠ ଅବସ୍ଥିତ। ଗଞ୍ଜାମ ଏନ୍‌ଏସି ଅଞ୍ଚଳର ଏହି ମନ୍ଦିର ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି। ମନ୍ଦିର ମୁଖ୍ୟ ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଫେବର ବ୍ଲକ୍‌ ପକାଯିବାର କମ ସମୟରେ ରାସ୍ତାଟି ପାଦଚଲା ରାସ୍ତା ପାଇଁ ଉପଯୋଗି ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ମନ୍ଦିର ଚତୃପାର୍ଶ୍ୱ ଅଳିଆ ଆବର୍ଜନା ସହ ଅନାବନା ଗଛ ମାଡ଼ିଲାଣି ହେଲେ ପରିଚାଳନା ଦାୟିତ୍ୱରେ ବ୍ୟକ୍ତି ବିଶେଷଙ୍କ ଦୃଷ୍ଟି ନ ପଡିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଶ୍ରାବଣ ମାସରେ ବହୁ କାଉଡିଆ ଜଳାଭିଷେକ ପାଇଁ ଏଠାକୁ ଆସୁଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଗାଁ ଲୋକେ ଏହି ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସୁଛନ୍ତି। ଉପଯୁକ୍ତ ରାସ୍ତା ନ ଥିବା ଯୋଗୁ ଆସୁଥିବା ଭକ୍ତ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ମନ୍ଦିର ସମ୍ମୁଖରେ ଥିବା ପୋଖରୀ ଅବସ୍ଥା ନ କହିବା ଭଲ। ପଙ୍କ ଓ ଦଳରେ ପରିପୂର୍ଣ୍ଣ ହୋଇ ରହିଛି। ମନ୍ଦିର ନିକଟରେ ୨୦୨୧/୨୨ ଆର୍ଥିକ ବର୍ଷରେ ୯ ଲକ୍ଷ ୨୦ହଜାର ଟଙ୍କା ବ୍ୟୟ ଅଟକଳରେ ପିଲାଙ୍କ ଖେଳନା ପାଇଁ ବିଭିନ୍ନ ସାମଗ୍ରୀ ଓ ୩ ଗୃହ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ନିର୍ମାଣ ହେବା ଠାରୁ ଏବେ ପର୍ଯ୍ୟନ୍ତ କାହା ସ୍ବାର୍ଥରେ ଆଉ କ’ଣ ପାଇଁ ତାହା ତାଲା ପଡିଛି ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ଶୈବ ପୀଠ ଗୁଡିକ ମଧ୍ୟରୁ ଏହି ଶୈବ ପୀଠ ପ୍ରତି କାହିଁକି ବୈମାତୃକ ମନଭାବ ଦେଖା ଯାଉଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଏଠି ରାଜନୈତିକ ଇଛା ଶକ୍ତିର ଅଭାବ ପରିଲକ୍ଷିତ ହେଉଛି। କେବେ ଏହି ମନ୍ଦିରର ବିଭିନ୍ନ ସମସ୍ୟା ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା।

The post ଅବ୍ୟବସ୍ଥା ଘେରରେ ବାବା ଖଣ୍ଡେଶ୍ୱର ଶୈବପୀଠ appeared first on Dharitri Odia News.