କୁସୁମା ବଙ୍ଗଳା କାହାର: ବଢ଼ୁଛି ଚର୍ଚ୍ଚା, ସ୍ପଷ୍ଟୀକରଣ ରଖିଲେ…
ଯାଜପୁର,୬।୭: ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଏଗୁଡିକ କାହାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଶନିବାର ଏହି ବିଳାସପୂର୍ଣ୍ଣ ବଙ୍ଗଳାଗୁଡିକ ସମ୍ପର୍କରେ ପୌରପାଳିକା ସ୍ପଷ୍ଟୀକରଣ ରଖିଛି । ଖବରଦାତା ସମ୍ମିଳନୀରେ ପୌରପାଳିକା ପକ୍ଷରୁ କୁହାଯାଇଛି ଯେ, କୁସୁମା ପାର୍ଶ୍ୱରେ ଥିବା ୯ଟି ବଙ୍ଗଳା କ୍ରୀଡ଼ା ବିଭାଗ ଅଧିନରେ ଆସୁଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗକୁ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପର୍ୟ୍ୟାୟକ୍ରମେ ୨ ଏକର […] The post କୁସୁମା ବଙ୍ଗଳା କାହାର: ବଢ଼ୁଛି ଚର୍ଚ୍ଚା, ସ୍ପଷ୍ଟୀକରଣ ରଖିଲେ… appeared first on Dharitri Odia News.
ଯାଜପୁର,୬।୭: ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଏଗୁଡିକ କାହାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଶନିବାର ଏହି ବିଳାସପୂର୍ଣ୍ଣ ବଙ୍ଗଳାଗୁଡିକ ସମ୍ପର୍କରେ ପୌରପାଳିକା ସ୍ପଷ୍ଟୀକରଣ ରଖିଛି । ଖବରଦାତା ସମ୍ମିଳନୀରେ ପୌରପାଳିକା ପକ୍ଷରୁ କୁହାଯାଇଛି ଯେ, କୁସୁମା ପାର୍ଶ୍ୱରେ ଥିବା ୯ଟି ବଙ୍ଗଳା କ୍ରୀଡ଼ା ବିଭାଗ ଅଧିନରେ ଆସୁଛି।
ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗକୁ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପର୍ୟ୍ୟାୟକ୍ରମେ ୨ ଏକର ୪୧ ଡିସିମିଲ ଯାଗା ପ୍ରଦାନ କରାଯାଇଥିଲା। ଉକ୍ତ ଜମିରେ ସୁଇମିଂ ପୁଲ ଓ ସ୍ପୋଟର୍ସ କମ୍ପ୍ଲେକ୍ସ କରାଯାଇଥିବା ବେଳେ ୯ଟି ସ୍ପୋଟ୍ସ ବଙ୍ଗଳା ନିର୍ମାଣ କରାଯାଇଛି। ପୌରପାଳିକା କେବଳ ଜମି ଯୋଗାଇ ଥିବା ବେଳେ କୌଣସି ଆର୍ଥିକ ସହାୟତା ଯୋଗାଇ ନାହାନ୍ତି।
ଅନ୍ୟପକ୍ଷେ ପୌର କର୍ତ୍ତୃପକ୍ଷଙ୍କ ଖବରଦାତା ସମ୍ମିଳନୀ ପରେ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ରଖାଯାଇଛି। ଉକ୍ତ ବଙ୍ଗଳା ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନାହିଁ। ତଦନ୍ତ ପରେ ବଙ୍ଗଳା କାହାର ସ୍ପଷ୍ଟ ହେବ ବୋଲି ଜିଲାପାଳ କହିଛନ୍ତି।
The post କୁସୁମା ବଙ୍ଗଳା କାହାର: ବଢ଼ୁଛି ଚର୍ଚ୍ଚା, ସ୍ପଷ୍ଟୀକରଣ ରଖିଲେ… appeared first on Dharitri Odia News.