ସରକାରୀ ଡାକ୍ତରଖାନାରୁ ଧରାପଡ଼ିଲେ ନକଲି ଡାକ୍ତର

ରାଉରକେଲା,୨୭ା୬(ସଙ୍ଗୀତା ଜେନା): ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରୁ ନକଲି ଡାକ୍ତର ପଦ୍ମନାଭ ମୁଖୀ କାରଆ(୫୩)ଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଘରୋଇ ବଜାଜ ଫାଇନାନ୍ସ ପକ୍ଷରୁ ପ୍ରାୟ ୧୬ ଲକ୍ଷ ଟଙ୍କାର ଋଣ ନେବା ସଂକ୍ରାନ୍ତରେ ଏହି ନକଲି ଡାକ୍ତର ଧରାପଡ଼ିଥିଲେ। ଋଣ ପ୍ରଦାନକାରୀ କମ୍ପାନୀର ମ୍ୟାନେଜର ରଜତ ବେହେରା ଉକ୍ତ ଡାକ୍ତରଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ସନ୍ଦେହ ଦର୍ଶାଇ ବୁଧବାର ରଘୁନାଥପାଲି ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (୩୩୩/୨୪) ରୁଜୁ କରି […] The post ସରକାରୀ ଡାକ୍ତରଖାନାରୁ ଧରାପଡ଼ିଲେ ନକଲି ଡାକ୍ତର appeared first on Dharitri Odia News.

ସରକାରୀ ଡାକ୍ତରଖାନାରୁ ଧରାପଡ଼ିଲେ ନକଲି ଡାକ୍ତର

ରାଉରକେଲା,୨୭ା୬(ସଙ୍ଗୀତା ଜେନା): ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରୁ ନକଲି ଡାକ୍ତର ପଦ୍ମନାଭ ମୁଖୀ କାରଆ(୫୩)ଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଘରୋଇ ବଜାଜ ଫାଇନାନ୍ସ ପକ୍ଷରୁ ପ୍ରାୟ ୧୬ ଲକ୍ଷ ଟଙ୍କାର ଋଣ ନେବା ସଂକ୍ରାନ୍ତରେ ଏହି ନକଲି ଡାକ୍ତର ଧରାପଡ଼ିଥିଲେ।

ଋଣ ପ୍ରଦାନକାରୀ କମ୍ପାନୀର ମ୍ୟାନେଜର ରଜତ ବେହେରା ଉକ୍ତ ଡାକ୍ତରଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ସନ୍ଦେହ ଦର୍ଶାଇ ବୁଧବାର ରଘୁନାଥପାଲି ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (୩୩୩/୨୪) ରୁଜୁ କରି ପଦ୍ମନାଭଙ୍କୁ ପଚରାଉଚରା ପରେ ଗିରଫ କରିଥିଲା।

ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଗଣେଶ ପ୍ରସାଦ ଦାସ କହିଛନ୍ତି, ୭ ମାସ ପୂର୍ବେ ଠିକାସଂସ୍ଥା ରାହି କେୟାର ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ପଦ୍ମନାଭ ଡାଏଲିସିସ୍‌ କେୟାର ସେଣ୍ଟରରେ କାର୍ଯ୍ୟ କରୁଥିଲେ। ହେଲେ ସେ ଝାଡଖଣ୍ଡର ଜଣେ ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ନାମରେ ଉକ୍ତ କାମ କରୁଥିଲେ। ତାଙ୍କର କାଗଜପତ୍ରର ଯାଞ୍ଚ ରାହି ପକ୍ଷରୁ କରାଯାଇଥିଲା। ତେବେ ଏଥିରେ ଅନିୟମିତତା ହୋଇଥିବା ଯୋଗୁ ରାହିକୁ ମଧ୍ୟ ଏକ କାରଣ ଦର୍ଶାଅ ନୋଟିସ୍‌ ସହ ବିଲ୍‌ରୁ ୪୦ ପ୍ରତିଶତ କାଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହିପରି ମାମଲାର ପୁନରାବୃତ୍ତି ନ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଛି। ଏ ସମ୍ପର୍କରେ ଆରଜିଏଚ୍‌ ପକ୍ଷରୁ ଥାନାରେ ଏତଲା ପ୍ରଦାନ କରାଯିବ ବୋଲି ଡ. ଦାଶ ସୂଚନା ପ୍ରଦାନ କରିଛନ୍ତି। ଅନୁରୂପଭାବେ ଠିକାସଂସ୍ଥାର ଏରିଆ ମ୍ୟାନେଜର ମୟୂର ଅଗ୍ରୱାଲ ଏହି ମାମଲା ଲୋକଲୋଚନକୁ ଆସିବା ପରେ ନକଲି ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି ବୋଲି କହିଛନ୍ତି।

ଏସ୍‌ପି ବ୍ରିଜେଶ ରାୟ କହିଛନ୍ତି, ଏହି ମାମଲା ସମ୍ପର୍କରେ ଥାନାରେ ଏତଲା ହେବାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପଦ୍ମନାଭ ୨୦୧୦ରେ ଏହିଭଳି ନକଲି କାର୍ଯ୍ୟରେ ଲିପ୍ତ ରହିଥିଲେ। ରାଉରକେଲା ହାଇଟେକ୍‌ ହସ୍ପିଟାଲରେ ସେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିବାକୁ ଆବେଦନ କରିଥିଲେ। ସେଠାରେ ଧରାପଡ଼ିବା ପରେ ଫେରାର ହୋଇଯାଇଥିଲେ।

୨୦୧୪ରେ ବନ୍ଧମୁଣ୍ଡା ଅଞ୍ଚଳରେ ମଧ୍ୟ ସମାନ କାଣ୍ଡ ଭିଆଇଥିଲେ। ସେହିପରି ୨୦୧୯ରେ ସୁନ୍ଦରଗଡ଼ ପୋଲିସ ଜିଲା ନୂଆଗଁା ଅଞ୍ଚଳରେ ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରି ଧରାପଡ଼ିଥିଲେ। ଜେଏମଏଫସି କୋର୍ଟ ପକ୍ଷରୁ ଉକ୍ତ ମାମଲା ବିଚାରଧୀନ ରହିଛି। ତେବେ ଉକ୍ତ ମାମଲାଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି ଏସ୍‌ପି ରାୟ କହିଛନ୍ତି।

The post ସରକାରୀ ଡାକ୍ତରଖାନାରୁ ଧରାପଡ଼ିଲେ ନକଲି ଡାକ୍ତର appeared first on Dharitri Odia News.